-+91-9937148622 |
prerana_bgr@rediffmail.com |
Saturday 17th October 2026 |
R.N.I. Regd No. ODIODI/2010/46693
Breaking News
19-Oct-2021
ପାଟଣାଗଡ଼(ପୁର୍ଣ୍ଣ ଶଶୀ ଶେଖର ରାଓ) ସରକାର ଗରିବ ନିରିହ ଲୋକଙ୍କର ରହିବା ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରି ଆବାସ ଗୃହ ପ୍ରଦାନ କରୁଛନ୍ତି । କିନ୍ତୁ ବିଭାଗୀୟ ଅଧିକାରୀ ଓ ପଞ୍ଚାୟତ ଅଧିକାରୀ ମାନଙ୍କ ଲାଭଖୋର ନୀତି ଯୋଗୁଁ ଅନେକ ଯୋଗ୍ୟ ହିତାଧିକାରୀ ସେଥିରୁ ବାଦ୍ ପଡୁଛନ୍ତି। କିନ୍ତୁ ଏଭଳି ଗୋଟିଏ ଗୋଟିଏ ଦୁଃଖ ଘଟଣା ଦେଖିବାକୁ ମିଳୁଛି ଯେ ଆବାସ ଗୃହ ମଞ୍ଜୁର ହୋଇ ସାରିବା ପରେ ମଧ୍ୟ ଜିଓଟେଗ ଓ ବିଭାଗୀୟ ଅଧିକାରୀ ମାନଙ୍କ ସଲାସୁତୁରାରେ ଟଙ୍କା ହଡ଼ପ ହୋଇଯାଉଛି। ସୂଚନାଯୋଗ୍ୟ ଯେ ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଳକ ପଣ୍ଡ୍ରିଜୋର ପଞ୍ଚାୟତ ବିଛୁବାହାଲି ଗାଁ ର ଭାନୁମତୀ ମାଝୀ ସ୍ବାମୀ ହରି ମାଝୀ ଗତ ଦୁଇ ବର୍ଷ ତଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏକ ଘର ପାଇଥିଲେ। ତାଙ୍କୁ ପ୍ରଥମ କିସ୍ତି ୨୦୦୦୦ ଟଙ୍କା ମିଳିଥିଲା ଯେ ସେ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ସେହି ୨୦,୦୦୦ ପରେ ଆଉ କୌଣସି କିସ୍ତି ଅର୍ଥ ପାଇନଥିବାରୁ ଆଜି ଯାଏଁ ସେ ଘର ତିଆରି କରିପାରିନାହାନ୍ତି।ଏ ବିଷୟରେ ଆମେ ବ୍ଳକ ପ୍ରଶାସନ କୁ ଜଣାଇଥିଲୁ ଯେ ଦ୍ବିତୀୟ କିସ୍ତି ୩୫୦୦୦ ପଡ଼ିଛି ହେଲେ ଜିଓଟେଗ ଜୟପ୍ରକାଶ ତାଣ୍ଡି ଅନ୍ୟ ଏକାଉଣ୍ଟ୍ ରେ ପକାଇ ଦେଲି ବୋଲି ସଫାଇ ଦେଇଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ ହିତାଧିକାରୀ କୁ କୌଣସି ଅର୍ଥ ମିଳିନାହିଁ। ବ୍ଳକ ପ୍ରଶାସନ ନିଜ ଦୋଷ ବଞ୍ଚାଇ ରଖିବାକୁ ଜିଓଟେଗ ଜୟପ୍ରକାଶ ତାଣ୍ଡି କୁ ବହିଷ୍କାର କରିଦେଲେ ସତ କିନ୍ତୁ ହିତାଧିକାରୀ କୁ ମିଳିଲା ନାହିଁ ନ୍ୟାୟ। ଆଜି ମଧ୍ୟ ସେହି ଘର ଅସମ୍ପୂର୍ଣ୍ଣ ଅବସ୍ଥାରେ ପଡ଼ିରହିଛି।ହରି ମାଝୀ ଜଣେ ଗରିବ ଶ୍ରେଣୀର ହୋଇଥିବାରୁ ସେ ଘର ଖଣ୍ଡିଏ ତୋଳିବାକୁ ଅସମର୍ଥ ।ସେ କିପରି ନିଜ ଘର ତୁଲାଇବେ ସେଥିପାଇଁ ପ୍ରଶାସନ କୁ ନେହୁରା ହେଉଛନ୍ତି। ଏଥିପ୍ରତି ଜିଲ୍ଲା ପ୍ରଶାସନ ଧ୍ୟାନ ଦେଲେ ଜଣେ ଗରିବ ବ୍ୟକ୍ତି ଉପକୃତ ହୋଇପାରିବେ ବୋଲି ଜନସାଧାରଣରେ ଚର୍ଚ୍ଚା ହେଉଛି।