-+91-9937148622 |
prerana_bgr@rediffmail.com |
Saturday 17th October 2026 |
R.N.I. Regd No. ODIODI/2010/46693
Breaking News
18-Oct-2021
ଟିଟିଲାଗଡ଼ (ସନ୍ତୋଷ କୁମାର ନାଏକ ) : ପୋଲିସ ହେପାଜତରୁ ଅଭିଯୁକ୍ତ ଭାବେ ଲକଅପ ରୁ ସ୍କୁଲ ସଭାପତି ଫେରାର ହୋଇଯିବା ଘଟଣା ଏବେ ରାଜନୀତି ଦିଗକୁ ଆଗେଇବା ଆରମ୍ଭ ହୋଇଛି । କର୍ତ୍ତବ୍ୟରେ ଅବହେଳା ଦର୍ଶାଇ ୩ ଜଣ ପୋଲିସ କର୍ମଚାରୀଙ୍କୁ ଜିଲ୍ଲା ଆରକ୍ଷୀ ଅଧିକାରୀ ସସପେଣ୍ଡ କରିବା ପରେ ମାମଲା ଭିନ୍ନ ମୋଡ଼ ନେବା ସହ ବେଶ ପ୍ରତିକ୍ରିୟା ପ୍ରକାଶ ପାଇଛି । କଳାହାଣ୍ଡି ଜିଲ୍ଲାର କେସିଙ୍ଗା ଥାନା ମହାଲିଙ୍ଗ ଗ୍ରାମର ସନସାଇନ୍ ପବ୍ଲିକ୍ ସ୍କୁଲର ଶିକ୍ଷୟିତ୍ରୀ ନିଖୋଜ ଘଟଣା ନେଇ ଗତ ରବିବାର ରାତିରୁ ଟିଟିଲାଗଡ଼ ଥାନା ପୋଲିସ ବ୍ୟାରେକରୁ ସ୍କୁଲ ପରିଚାଳନା
କମିଟି ସଭାପତି ଗୋବିନ୍ଦ ସାହୁ ଖାଇ ସାରି ହାତ ଧୋଇବା ଆଳରେ ଫେରାର ହୋଇଯାଇଥିଲା । ଏହି ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନାଁରେ ଅଭିଯୋଗ ଆଣିଛନ୍ତି ପରିବାର ଉକ୍ତ ପରିବାର ଲୋକେ ।
ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ‘ମନ୍ତ୍ରୀଙ୍କ ଚାପରେ ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଜାଣିଶୁଣି ଫେରାର କରେଇଛି । ପ୍ରକାଶ ଯେ ଗତ ୮ ତାରିଖ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ସ୍କୁଲ ଯିବା ବେଳେ ସିନ୍ଧେକେଲା ନିକଟସ୍ଥ ଚାନ୍ଦୁତରା ଛକ ନିକଟରୁ ନିଖୋଜ ହୋଇଯାଇ ଥିଲେ । ଗତ ୧୨ ତାରିଖରେ ପରିବାର ଲୋକେ ଏନେଇ ଥାନାରେ ଅଭିଯୋଗ କରିଥିଲେ । ବଲାଙ୍ଗିର ପୋଲିସ କଳାହାଣ୍ଡି ଆସି ସେଠାକାର ପୋଲିସ ସହିତ କଥାବାର୍ତ୍ତା ହେବା ପରେ ସନସାଇନ ପବ୍ଲିକ ସ୍କୁଲର ମାଲିକ ଗୋବିନ୍ଦ ସାହୁଙ୍କୁ ଉଠାଇ ନେଇଥିଲା । ମହାଲିଙ୍ଗରେ ଛାନଭିନ୍ ପରେ ତାଙ୍କ ଗାଡ଼ି ମଧ୍ୟ ଜବତ ହୋଇଥିଲା । ୧୦ ଦିନ ପରେ ବି ସ୍କୁଲର ଅଧ୍ୟକ୍ଷା ମମିତା ମେହେର ନିଖୋଜ ଅଛନ୍ତି । ଅପହରଣ ପଛରେ ଗୋବିନ୍ଦ ସାହୁଙ୍କ ହାତ ଥିବା ନେଇ ଅଭିଯୋଗ ହୋଇଛି । କିନ୍ତୁ ଗତକାଲି ରାତିରୁ ଟିଟିଲାଗଡ଼ ଥାନା ପୋଲିସ ବ୍ୟାରେକରୁ ସେ ଚମ୍ପଟ ମାରିଥିବା ପୋଲିସ ତରଫରୁ ଜଣାପଡିଛି ।
ଅନ୍ୟପଟେ ଥାନାରୁ ଅଭିଯୁକ୍ତ ଚମ୍ପଟ ମାମଲାରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ମନ୍ତ୍ରୀ ଦିବ୍ୟଶଙ୍କର । ମନ୍ତ୍ରୀ କହିଛନ୍ତି ଯେ, ‘ଆଇନ ତା ବାଟରେ ଯିବ । ବ୍ୟବସ୍ଥା ଉପରେ ବିଶ୍ୱାସ ରହିଛି, ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ । ପୋଲିସ ଫେରାର ଅଭିଯୁକ୍ତକୁ ଖୋଜିବା ବେଶ ଜୋରଦାର କରିଛି । ହେଲେ ବର୍ତ୍ତମାନ ସୁଦ୍ଧା କୌଣସି ସୁରାକ ମିଳିପାରି ନ ଥିବା ଜଣାଯାଇଛି