-+91-9937148622 |
prerana_bgr@rediffmail.com |
Sunday 18th October 2026 |
R.N.I. Regd No. ODIODI/2010/46693
Breaking News
18-Oct-2021
ପାଟଣାଗଡ଼ (ପ୍ରେରଣା ଖବର) ସରକାର ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଯୋଜନାରେ କାର୍ଯ୍ୟ କରିଚାଲିଛନ୍ତି। ହେଲେ ପ୍ରଶାସନିକ ଅଧିକାରୀ ମାନଙ୍କ ଲାଭଖୋର ନୀତି ଯୋଗୁଁ ବିଭିନ୍ନ ସ୍ଥାନରେ କାର୍ଯ୍ୟ ଗୁଡ଼ିକ ଅସମ୍ପୂର୍ଣ୍ଣ ହୋଇ ପଡିଥିବା ପାଇଁ ଜନସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି। ସୂଚନାଯୋଗ୍ୟ ଯେ ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଳକ ଧୁମାଭଟା ପଞ୍ଚାୟତ ହଟକଟ ଗାଁ ର ଖେଳପଡିଆ ଉନ୍ନତି
କରଣ ନିମନ୍ତେ ଦଶଲକ୍ଷ ଟଙ୍କା ବିନିଯୋଗ ହୋଇଥିଲା। ହେଲେ ସେହି ସମୟରେ ଥିବା ଗାଁ ସାଥି ଓ ଜି, ଆର୍, ଏସ୍ ଙ୍କ ଲାଭଖୋର ନୀତି ଯୋଗୁଁ ଖେଳପଡିଆ ଉନ୍ନତି ହୋଇପାରିଥିଲା ନାହିଁ ବୋଲି ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି। ସେହି ଖେଳପଡିଆ ରେ ଗାଁ ର ପିଲାମାନେ ଫୁଟବଲ, କ୍ରିକେଟ, ଦୌଡ଼, ଉଚ୍ଚ ଡିଆଁ, ଲମ୍ବା ଡିଆଁ ଅଭ୍ୟାସ କରୁଥିବା ବେଳେ ସେଠାରେ ମାତ୍ର ୪୦% କାମ ହୋଇ ଦଶଲକ୍ଷ ଟଙ୍କା ସରିଯାଇ ଅଛି। ଆହୁରି ୬୦% କାର୍ଯ୍ୟ ବାକି
ରହିଥିବାରୁ ତାହା ସମ୍ପୂର୍ଣ୍ଣ କରିବା ସକାଶେ ସରପଞ୍ଚ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।ପୁଣି ଥରେ ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଯୋଜନାରେ କିମ୍ବା ଅନ୍ୟ କୌଣସି ଯୋଜନାରେ ଖେଳପଡିଆକୁ ଉନ୍ନତି କରି ପିଲାମାନଙ୍କର ଖେଳ କୌତୁକ ରେ ଅଗ୍ରଗତି କରାଯାଉ ବୋଲି ଦାବି କରିଛନ୍ତି।