-+91-9937148622 |
prerana_bgr@rediffmail.com |
Monday 19th October 2026 |
R.N.I. Regd No. ODIODI/2010/46693
Breaking News
16-Oct-2021
କଣ୍ଟାବାଞ୍ଜି,(ଆନନ୍ଦ ମୋଟେ) : ଆଜି ବିଜେଡି ସୁପ୍ରିମୋ ତଥା ଓଡିଶା ମୁଖ୍ୟମନ୍ତ୍ରୀଙ୍କ ୭୬ତମ ଜନ୍ମ ଜୟନ୍ତି । କୋଭିଡ ଯୋଗୁ ଏବର୍ଷ ମୁଖ୍ୟମନ୍ତ୍ରୀ ଜନ୍ମ ଦିନ ପାଳନ କରିବେ ନାହିଁ ଏବଂ ଦଳିୟ କର୍ମୀ ମାନେ ମଧ୍ୟ ପାଳନ କରନ୍ତୁ ନାହିଁ ବୋଲି ଉପଦେଶ ଦେଇଥିଲେ । ଜନ୍ମ ଦିନ ପାଳନ କରିବା ପରିବେର୍ତ ଜନଧାରଣଙ୍କ ସେବା ପାଇଁ ରକ୍ତଦାନ ଶିବିର ଆୟୋଜନ କରିବାକୁୁ କହିଥିଲେ । ଏହି ପରିପେକ୍ଷୀରେ ମୁରିବାହାଲ ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରି ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ସ୍ଥାନିୟ ବନ ବିଭାଗ ଡାକ ବଙ୍ଗଲା ପରିସରରେ ଅନୁଷ୍ଠିତ ହୋଇଥିବା
ରକ୍ତଦାନ ଶିବିରରେ ୬୧ ୟୁନିଟ ରକ୍ତ ସଂଗ୍ରଷ ହୋଇଥିଲା । ବିଶେଷ କରି ଯୁବ ପିଢି ମାନେ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିବା ଦେଖାଯାଇଥିଲା । ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ପୁର୍ବତନ ବିଧାୟକ ଆୟୁବ ଖାଁ ଯୋଗ ଦେଇଥିବା ବେଳେ ଜିଲ୍ଲା ସାଧାରଣ ସଂପାଦକ ଫିରୋଜ ଖାଁ, ବିଜୁ ଛାତ୍ର ଜନତା ଦଳ ବ୍ଲକ ସଭାପତି ସୁବ୍ରତ ମହାକୁଡ, ବିଜୟ ବନ୍ସଲ, ପୁର୍ବତନ ଏନଏସି ଉପଧ୍ୟକ୍ଷା କିଶୋର ମଜଖଣ୍ଡ, ଯୁବ ସଭାପତି ବିଷ୍ଣୁ ଜୁଏଡ, ରାଜ୍ୟ ମହିଲା ଉପସଭାନେତ୍ରୀ ଗୋପା ମହାନନ୍ଦ, ସନ୍ୟାସି ପୁଟେଲ, ବିଟ୍ଟୁ ସାଂଘା, ପ୍ରକାଶ ବଘାର, ସଞ୍ଜିବ ପ୍ରଧାନ, ଚିଣ୍ଟୁ ମହାକୁଡ ପ୍ରମୁଖ ଉପସ୍ଥିତ ଥିବା
ବେଳେ କଂଟାବାଞ୍ଜି ରକ୍ତ ଭଣ୍ଡାରର ଟେକନିସିଆନ ତାପସ ସାହୁ, ସୁନିତାସୁନିତା ଭୋଇ, କୁନାଲ ଦାସ, ଶିବ ସାହୁ, ଗୁରୁବାରୁ ରଣା, ଦୁର୍ଗା ତାଣ୍ଡି, ପ୍ରଶାନ୍ତ ସାହୁ ରକ୍ତ ସଂଗ୍ରହ କରିବାରେ ସଜଯୋଗ କରିଥିଲେ । ଅନ୍ୟପକ୍ଷରେ କଣ୍ଟାବାଞ୍ଜି ତାକ୍ତରଖାନା ରେ ଜିଲ୍ଲା ସାଧାରଣ ସମ୍ପାଦକ ଫିରୋଜ ଖାଁ ଙ୍କ ନେତ୍ତୃତ୍ୱ ରେ ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ରେ ମାଲୟର୍ପଣ କରା ଯାଇଥିଲା ଏବଂ ରୋଗୀ ମାନ ଙ୍କୁ ଫଳ ବଣ୍ଟନ କରା ଯାଇଥିଲା,