-+91-9937148622 |
prerana_bgr@rediffmail.com |
Tuesday 20th October 2026 |
R.N.I. Regd No. ODIODI/2010/46693
Breaking News
16-Oct-2021
ବିନିକା(ହିମାଂଶୁ ଶେଖର ପୁଟେଲ) ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ଘଣ୍ଟାପାଲି ଠାରେ ଆଜି ମଧ୍ୟାହ୍ନ ୧୧ଘଣ୍ଟା ସମୟରେ ଜିଲ୍ଲା ସ୍ତରୀୟ କୋଶଲିଆ ମାଳୀ ସମାଜର ଵୈଠକ ସଭାପତି ଅନିରୁଦ୍ଧ କୁରକୁରିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ପ୍ରାରମ୍ଭରେ ବାବା କୋଶଲେଶ୍ୱରଙ୍କ ଠାରେ ପୂଜାର୍ଚ୍ଚନା କରି ସମସ୍ତ ଜାତିଭାଇ ଆଶିଷ ନେବା ପରେ ଜିଲ୍ଲା ସମ୍ପାଦକ ନିରଞ୍ଜନ ପୁଟେଲ ସଭାର ଉଦ୍ଦେଶ୍ୟ ଉପରେ ସୂଚନା ଦେଇଥିଲେ lଏଥିରେ ବୌଦ୍ଧ ଜିଲ୍ଲା ସଭାପତି ହେମନ୍ତ ପୁଟେଲ ମୁଖ୍ୟ ଅତିଥି,ଜିଲ୍ଲା ସମ୍ପାଦକ ଜଗ ପୁଟେଲ,ଅଞ୍ଚଳ ସମୀକ୍ଷକ ବରୁଣ ପୁଟେଲ,ରାମ ପୁଟେଲ,ଜିଲ୍ଲା କୋଷାଧ୍ୟକ୍ଷ ମକରଧ୍ବଜ ଚୌଧୁରୀ,ଉପଦେଷ୍ଟା ଦିଗାମ୍ବର ଚୌଧୁରୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ l ଅନୁଷ୍ଟିତ ସଭାରେ ମେଦିନୀପାଲି- ମୂର୍ଶୁଣ୍ଢି ଗ୍ରାମ,ରାଇପାଲି -ସାନ ମନୁମୁଣ୍ଡା-ପଥରଖଣ୍ଡି ଗ୍ରାମ,ମହୁଲେ-ମୁର୍ଶୁଣ୍ଡି ଗ୍ରାମ, ଖଣ୍ଡହତା-ମୟାବରହା, ଶଙ୍କରା ଆଦି ଗ୍ରାମରେ ମାଳିସମାଜ ପରିବାରରେ ଥିବା କିଛି
ସମସ୍ୟାକୁ ନେଇ ମନୋମାଲିନ୍ୟ ଘଟିଥିବା ଜରୁରୀ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା l କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଜିଲ୍ଲା ମାଲି ସମାଜ ଯୁବ ମୋର୍ଚ୍ଚା ସଭାପତି ବିଦ୍ୟାଧର ଖୁର୍ଡିଆ,ସମ୍ପାଦକ ସତ୍ୟ ବାରଖୁଣ୍ଟିଆ,ଜିଲ୍ଲା ଉପ ସଭାପତି ସୁବଳ ପୁଟେଲ, ସଂଯୋଜକ ସୁଦାମ ପୁଟେଲଙ୍କ ସମେତ କଣ୍ଟାମାଳ,ବାଞ୍ଜିପାଲି,ଶଙ୍କରା-ବିନିକା,ଘଣ୍ଟାପଲି,ବୀରମହାରାଜପୁର,ଉଲୁଣ୍ଡା,ଡୁଙ୍ଗୁରିପାଲି ଆଦି ଅଞ୍ଚଳର ସଭାପତି/ସମ୍ପାଦକ,ଜାତିଭାଇ ସଦସ୍ୟ ମାନେ ଯୋଗଦେଇଥିଲେ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l କ୍ଷେଶରେ ଘଣ୍ଟାପାଲି ମଣ୍ତଳ ସଭାପତି ହରିଶ ଚନ୍ଦ୍ର ପୁଟେଲ ଧନ୍ୟବାଦ ଅର୍ପଣ କରିଥିଲେ l