-+91-9937148622 |
prerana_bgr@rediffmail.com |
Tuesday 20th October 2026 |
R.N.I. Regd No. ODIODI/2010/46693
Breaking News
16-Oct-2021
ବୀରମହାରାଜପୁର - (ବିନୋଦ ପାଣ୍ଡେ ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ମୃର୍ଷୁଣ୍ଢୀ ପଞ୍ଚାୟତ ଅନ୍ତର୍ଗତ ଘଣ୍ଟପାଲି ଗ୍ରାମରେ ମା ଦୁର୍ଗାଙ୍କର ଶାରଦୀୟ ପୂଜା ଅନୁଷ୍ଠିତ ହୋଇଯାଇଛି । ଏହି କ୍ରମରେ ଦଶମୀ ତିଥିରେ ସକାଳୁ ଅଙ୍କୁରାରୋପଣ, ବିଲ୍କବରଣ ତଥା ଗଙ୍ଗା ଆମନ୍ତ୍ରଣ ପାଇଁ ଶ୍ରଦ୍ଧାଳୁ କୋଭିଡ କଟକଣା ଅବଲମ୍ବନ କରି ନିକଟସ୍ଥ ଜଳାଶୟରୁ ନବ ପତ୍ରିକାକୁ ଯଥାରୀତି ପୂଜନ ପରେ କଳସ ଯାତ୍ରା କରି ପବିତ୍ର ଜଳ ଆଣି ପୂଜା ମଣ୍ଡପରେ ସ୍ଥାପନ କରିଥିଲେ । ଏ ବର୍ଷ ଘଣ୍ଟପାଲି ଦୁର୍ଗା ପୂଜାର ୩୭ ତମ ବର୍ଷ ପୂର୍ତ୍ତି ଅବସରରେ ପୂଜା ପାଇଁ ଅଞ୍ଚଳବାସୀଙ୍କ ମନରେ ଆଧ୍ୟାତ୍ମିକ ଚିନ୍ତନ ସହ ହଷୌଲ୍ଲାସ ପରିଲକ୍ଷିତ ହେଉଛି । ପୂଜା କମିଟି ସମସ୍ତ ସଭ୍ଯଙ୍କ ଉଦ୍ୟମରେ ଆୟୋଜିତ ଦୁର୍ଗାପୂଜା ଅବସରରେ ଜଗତଜନନୀ ମା' ଦୁର୍ଗାଙ୍କ ପୂଜାର୍ଚ୍ଚନା ନିରାଡମ୍ବର ପାଳିତ ହେଉଛି । ଏଥିରେ ପଣ୍ଡିତ
ଅମ୍ବରିଶ ଚାନ୍ଦ ପୂଜା କାର୍ଯ୍ୟ କରୁଥିବା ବେଳେ ଧନମାଲୀ ହୋତା କର୍ତ୍ତା ଦାଇତ୍ବ ତୁଲାଉଛନ୍ତି । ସଭାପତି ଭାବେ ସୂର୍ଯ୍ୟ ନାରାୟଣ ପଧାନ ଓ ସମ୍ପାଦକ ବବୁଲ କୁମାର ପଧାନ ରହିଛନ୍ତି । କମିଟିର ପ୍ରକାଶ ଦେହୁରୀ, ସୁନିଲ ପଧାନ , ସିପୁନ ପଧାନ, ରିଲନ ପଧାନ ,ଉମାଶଙ୍କର ହୋତା, ରଞ୍ଜିତ ପଧାନ, ସମ୍ମିତ ପଧାନ, ବେଣୁଧର ପଧାନ, ହେମନ୍ତ ପଧାନ, ସିବୁଲ ପଧାନ , ପ୍ରଶାନ୍ତ ପଧାନ , ପିଣ୍ଟୁ ପଧାନ, ନିଳମାଧବ ହୋତା, ଗୌରାଙ୍ଗ ସାମଲ, ଉମେଶ ସାମଲ, ବିମଲ ପଧାନ, ମଣ୍ଟୁ ପଧାନ, ତାପସ ଘୁଷୁରି, ପ୍ରକାଶ ଘୁଷୁରି, ହେମନ୍ତ ପଧାନ, ଅବିନାଶ ପଧାନ, ସୁନିଲ ଝାଙ୍କର, ଜୋସବନ୍ତ ପଧାନ, ପଦ୍ମଲୋଚନ ପଧାନ ,ଯୁଧିଷ୍ଠିର ପଧାନ ପ୍ରମୁଖ ସାମିଲ ରହିଛନ୍ତି ।ଆସନ୍ତା କାଲି ମା ' ଙ୍କ ବିର୍ସଜନ ହେବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି ।