-+91-9937148622 |
prerana_bgr@rediffmail.com |
Tuesday 20th October 2026 |
R.N.I. Regd No. ODIODI/2010/46693
Breaking News
16-Oct-2021
ଧର୍ମଗଡ଼ (ଜ୍ୟୋତିରଞ୍ଜନ ବେମାଲ)
କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ କାଂକେରି ଗ୍ରାମ ଠାରେ ବୁଢା ରାଜା ଦେବତା ଙ୍କ ଦଶହରା ପର୍ବ ପାଳିତ ହୋଇଯାଇଛି।କୋଭିଡ଼ କଟକଣା ସ୍ଵତ୍ତ୍ୱେ ପରମ୍ପରା କୁ ବଜାଇ ରଖିବାକୁ ଯାଇ ଦେବୀଙ୍କ ପର୍ବ ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି।ଗତ ବର୍ଷ କରୋନା ର ବିସ୍ତାର ପ୍ରଭାବ ହେତୁ ଗ୍ରାମରେ କେବଳ ରୀତିନୀତି ଅନୁଯାୟୀ ଦେବତା ଙ୍କ ପୂଜାର୍ଚ୍ଚନା କରାଯାଇ ଥିଲା।ଯାହା ଦେବୀଙ୍କ ଦର୍ଶନ ପାଇବାରେ ସାଧାରଣ ଲୋକ ବଞ୍ଚିତ ହେବା ସାଙ୍ଗ କୁ ମାନସିକ ଧାରୀ ମାନଙ୍କ ଭିତରେ କ୍ଷୁବ୍ଧ ପ୍ରକାଶ ପାଇଥିଲା। ସକାଳ ୧୦ଟା ସମୟରେ ଦେବୀ ପୀଠ ରେ ପୂଜାର୍ଚ୍ଚନା କରାଯାଇ ଗ୍ରାମ ପରିକ୍ରମା ହୋଇଥିଲା।ଏଥିରେ ଦେଵତା ଲାଠି,କୁର୍ଚି ଓ ମଣିଷ ଦେହ ଦେବୀ ଶବାରି ହୋଇ ଭକ୍ତ ଙ୍କୁ ଦର୍ଶନ ଦେଇଥିଲେ।ଏହି ଅବସରରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଯୋଗ ଦେଇ ଦେବୀଙ୍କୁ ଦର୍ଶନ କରିଥିଲେ।ଦେବୀଙ୍କ ପୀଠରେ ମାନସିକ ଧାରୀ ମାନେ ଶହ ଶହ ଛେଳି,ମେଣ୍ଢା, କୁକୁଡ଼ା,ପାରା ଆଦି ବଳି ଦେଇଥିବା ଜଣାପଡେ ।