-+91-9937148622 |
prerana_bgr@rediffmail.com |
Tuesday 20th October 2026 |
R.N.I. Regd No. ODIODI/2010/46693
Breaking News
16-Oct-2021
ବୀରମହାରାଜପୁର,ମୁର୍ଷୁଣ୍ଢି(ଆର୍ତ୍ତତ୍ରାଣ ଖୁର୍ଡିଆ) ପୁଲେଶ୍ୱରରେ
ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଳକ କେନଝିରିଆପାଲି ପଞ୍ଚାୟତ ଅଧିନସ୍ଥ ପଶ୍ଚିମାଞ୍ଚଳ କେନ୍ଦ୍ରନଂ୧୦ ପୁଲେଶର ଗ୍ରାମରେ ନିଖିଳ ଉତ୍କଳ କ୍ଷତ୍ରୀୟ ବଡସୁଦ ସମାଜର ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ସଭାପତି ବଳରାମ ବେହେରା,ଉପସଭାପତି ଲବ ଭୁକ୍ତା,କୋଷାଧ୍ଯକ୍ଷ ଭୀମସେନ ଦନାୟକ ପ୍ରଭୃତି ଉପସ୍ଥିତ ରହି ଇଷ୍ଟ ଦେବୀ ମାଁ ଖମ୍ବେଶ୍ବରୀଙ୍କୁ ପୂଜାର୍ଚ୍ଚନା କରିବା ସହ ମାଁ ଦୁର୍ଗାଙ୍କୁ ମଧ୍ଯ ପୂଜାର୍ଚ୍ଚନା କରିଥିଲେ।ପୂଜା ଶେଷ ହେବା ପରେ ଜିଲ୍ଲା ବୋର୍ଡ଼ର ସଭାପତିଙ୍କ ଦ୍ୱାରା ବଡସୁଦ ସମାଜର ପତାକା ଉତ୍ତୋଳନ କରାଯାଇଥିଲା l କୋଷାଧ୍ୟକ୍ଷ ଭୀମସେନ ଦନାୟକ ଶିକ୍ଷା ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିବା ବେଳେ ସଭାପତି ଶ୍ରୀ ବେହେରା ସମାଜରେ କିପରି ବାଲ୍ୟ ବିବାହ ବନ୍ଦ,ସମାଜରେ ଥିବା କୁସଂସ୍କାର ତଥା ଅନ୍ଧ ବିଶ୍ୱାସ ଉପରେ ଆଲୋ ଚନା କରି ସମାଜକୁ ସତମାର୍ଗକୁ ଆଣିବାକୁ ଉପଦେଶ ଦେଇଥିଲେ l ଶେଷରେ ଉପସଭାପତି ଲବ ଭୁକ୍ତା ମଦ ମୁକ୍ତ ସମାଜ ପାଇଁ ଆଲୋଚନା କରିବା ସଙ୍ଗେ ସଙ୍ଗେ ବଡସୁଦ ସମାଜର ବିଭିନ୍ନ ରୀତି,ନୀତି ଓ ନିୟମ ଉପରେ ଗଭୀର ଆଲୋଚନା କରି ସହଯୋଗିତା,ସହଭାଗିତା ଆଧାରରେ ବଡସୁଦ ସମାଜକୁ ଅଗ୍ରଗତି କରାଇବା ପାଇଁ ଉପସ୍ଥିତ ସମସ୍ତ ଜାତିଭାଇଙ୍କୁ ଅନୁରୋଧ କରିବା ସହ କାର୍ଯ୍ଯକାରୀ କରିବାକୁ ଅନୁରୋଧ କରିଥିଲେ।