-+91-9937148622 |
prerana_bgr@rediffmail.com |
Tuesday 20th October 2026 |
R.N.I. Regd No. ODIODI/2010/46693
Breaking News
15-Oct-2021
ବଲାଙ୍ଗୀର/ପୁଇଁତଳା, (ବିନୋଦ କୁମାର ଦୀପ) ଆଜି ହେଉଛି ପବିତ୍ର ଦଶହରା ବା ବିଜୟାଦଶମୀ । ପୁର୍ବପୁରୁସ ରୁ ବିଶ୍ୱାସ ରହିଛି ଆଜିର ଦିନରେ ଯେଉଁକାର୍ଯ୍ୟର ଶୁଭାରମ୍ଭ କରାଯାଏ ସେହି କାର୍ଯ୍ୟ ନିର୍ବିଗ୍ନ ସହ ସମ୍ପୂର୍ଣ ହୋଇଥାଏ l ତେଣୁକରି ଆଜିର ଦିନରେ ପୁଇଁତଳା ବ୍ଲକ ଠେଲକୋମୁଣ୍ଡା ସଂକୀର୍ତ୍ତନ୍ୟ ମଣ୍ଡଳୀ ତରଫରୁ ଗ୍ରାମର ରାଧାକୃଷ୍ଣ ମନ୍ଦିରରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରି ସଂକୀର୍ତ୍ତନ୍ୟକୁ ଅନକୁଳ କରିଛନ୍ତି l ସୂଚନାନୁସାରେ କିଛି ବର୍ଷତଳେ ବଲାଙ୍ଗୀର ଟାଉନହଳ ଠାରେ ପଶ୍ଚିମଓଡିଶା ସଂକୀର୍ତ୍ତନ ମଣ୍ଡଳୀର ପ୍ରତିଯୋଗୀତାରେ ଠେଲକୋମୁଣ୍ଡା ସଂକୀର୍ତ୍ତନ୍ୟ ମଣ୍ଡଳୀ ପ୍ରଥମ ସ୍ଥାନ ଅଧିକାର କରିଥିଲେ l ଆଜିର ଗ୍ରାମର ସମସ୍ତ ଯୁବକ ଗ୍ରାମର ମନ୍ଦିରରେ ଉପସ୍ଥିତ ରହି ଦଶହରା ଅନକୁଲ କରିଥିଲେ l ଏହି
କାର୍ଯ୍ୟକ୍ରମରେ ପୂଜକ ଭାବରେ ପଣ୍ଡିତ ରଞ୍ଜିତ ଦାସ ଉପସ୍ଥିତ ରହି ପୂଜାର୍ଚନା କରିବା ପରେ ସଂକୀର୍ତ୍ତନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା l ପଶ୍ଚିମ ଓଡିଶାର ବରିଷ୍ଠ ଗାୟକ ଶଙ୍କର ବଗର୍ତ୍ତି , ବାୟକ ସଂକୀର୍ତ୍ତନ ଝଙ୍କାର, ମ୍ୟାନେଜର ପ୍ରକାଶ ସେଠ, ଯୁବ ସାମ୍ବାଦିକ ରାଧେଶ୍ୟାମ ହାତୀ, ସୂର୍ଯ୍ୟମଣି ଛତ୍ରିଆ, ବିରେନ୍ଦ୍ର ହାତୀ, ସଚିତା ଝଙ୍କାର, ଉମେଶ ଛତ୍ରିଆ, ସମେତ ଗ୍ରାମର ସମସ୍ତ ସଂକୀର୍ତ୍ତନ ପ୍ରେମୀ ଉପସ୍ଥିତ ଥିଲେ l