-+91-9937148622 |
prerana_bgr@rediffmail.com |
Tuesday 20th October 2026 |
R.N.I. Regd No. ODIODI/2010/46693
Breaking News
15-Oct-2021
ପାଟଣାଗଡ଼ (ପ୍ରେରଣା ଖବର)ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଳକ ମନାଇପାଦ ହାଇସ୍କୁଲ ପଡିଆଠାରେ ଜିଲ୍ଲା ଆଦୀବାସୀ କଲ୍ୟାଣ ସଂଘ ପକ୍ଷରୁ ନୁଆଖାଇ ଭେଟଘାଟ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ସଂଘର ବ୍ଳକ ସଭାପତି ଅଷ୍ଟରତ୍ନ ବରିହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନୁଆଖାଇ ଭେଟଘାଟ ମହା ସଭାରେ ମୁଖ୍ଯ ଅତିଥି ଭାବରେ ସଂଘର
ମହାସଚିବ ନିରଞ୍ଜନ ବିଶି ଯୋଗଦାନ ଦେଇଥିଲେ। ଶ୍ରୀ ବିଶି ତାଙ୍କର ବକ୍ତବ୍ଯରେ, ଗରିବ ଆଦିବାସୀ ଛାତ୍ରଛାତ୍ରୀ ମାନେ ଅର୍ଥ ଅଭାବରୁ ସେମାନେ ସ୍ମାର୍ଟ ଫୋନ କିଣି ପାରୁ ନଥିବାରୁ ଅନଲାଇନ ଶିକ୍ଷାରୁ ବଞ୍ଚିତ ରହୁଛନ୍ତି। ଏଥିପାଇଁ ସରକାର ଧ୍ଯାନ ଦେଇ ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍ମାର୍ଟଫୋନ ସହ ନ୍ଯାଟ୍ ପେକ୍ ଦିଅନ୍ତୁ ବୋଲି ଦାବି କରିଥିଲେ। ଏହାସହ ଆଦିବାସୀଙ୍କ ପ୍ରତି ହେଉଥିବା ଅନ୍ଯାୟ ବିରୁଦ୍ଧ ରେ ସ୍ବର ଉତ୍ତଳନ, ସମାଜର କଲ୍ଯାଣ ଉଦ୍ଦେଶ୍ଯରେ କାମ କରିବା, ସଂସ୍କୃତି, ପ୍ରଥା ପରମ୍ପରା, ରୀତିନୀତି ପରମ୍ପରାର ପୂଜା ପଦ୍ଧତିକୁ ବଞ୍ଚାଇ ରଖିବା ସହ ନକଲୀ ଆଦିବାସୀଙ୍କୁ ଗିରଫ କରାଯିବା ପାଇଁ ଦାବି କରିଥିଲେ। ଏହା ସହ ଗରିବ, ଅସହାୟ, ଖଟିଖିଆ ମୁଲିଆ ଓ ଗ୍ରାମଞ୍ଚଳରୁ ସହରାଞ୍ଚଳ ର ସମସ୍ଯା ବିଷୟରେ ଉପସ୍ଥାପନା କରି ସାମାଜର କଲ୍ୟାଣ ଉଦ୍ଦେଶ୍ଯରେ ସାମ୍ବାଦିକମାନେ ପତ୍ରପତ୍ରିକା ମାଧ୍ଯମରେ ଲୋକଲୋଚନକୁ ଆଣି ସରକାରଙ୍କ ସମ୍ମୁଖରେ ସମସ୍ଯା ଉପସ୍ଥାପନ କରୁଛନ୍ତି। ଯାହାଫଳରେ ଅନେକ ସମସ୍ଯା ମଧ୍ଯ ସମାଧାନ ହୋଇପାରୁଥିବା ସହ ଦୁର୍ନୀତିର ମୂଳପୁଛ ହୋଇପାରୁଛି ଓ ମୁଖ୍ଯ ଅବଦାନ ରହିଛି । ଯୁବ ସାମ୍ବାଦିକ ସଂଘ ର ସଭାପତି କରୁଣାକର ବୁଡେକ ଓ ସମ୍ପାଦକ ବିମଳ କୁମାର ବାଗ ସମେତ ସମସ୍ତ ଯୁବ ସାମ୍ବାଦିକ ମାନଙ୍କୁ ପୁଷ୍ପମାଲ୍ୟ ଦେଇ ଜିଲ୍ଲା ଆଦୀବାସୀ କଲ୍ୟାଣ ସଂଘ ତରଫରୁ ସମ୍ମାନ୍ନିତ କରିଥିଲେ ଶ୍ରୀ ବିଶି। ସମ୍ମାନନୀ ଅତିଥି ଭାବରେ ଟିଟିଲାଗଡ଼ ବ୍ଲକ ସଭାପତି ଶ୍ରୀ ପଦ୍ମନ ପଧାନୀ, ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଅବସରପ୍ରାପ୍ତ ଅବକାରୀ ଅଧିକାରୀ ଶ୍ରୀ ପୁରୁଷୋତ୍ତମ ଧରୁଆ, ଜିଲ୍ଲା ସମ୍ପାଦକ ହେମେନ୍ଦ୍ର ହାଁସଦା, ସାରଥୀ ବାଗ, ରାଜକିଶୋର ଛତ୍ରୀଆ,ଟଂକଧର ଭୋଇ, ଜଗନ୍ନାଥ ମାଝୀ, ଲେକ୍ରୁ ଧରୁଆ, ପାଣ୍ଡଵ ଭୁଏ, ଗୋପାଳ ଭୁଏ, ପ୍ରମୁଖ ଉଦବୋଧନ ଦେଇଥିଲେ । ସଂଘର ଯୁଗ୍ମ ସମ୍ପାଦକ ଗିରିଧାରି ଭୋଇ ସଭା ପରିଚାଳନା କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଲଳିତ ମଲ୍ଲିକ, ଶୁସାନ୍ତ ମିର୍ଧା,ହୃଷିକେଶ ଭୋଇ,ଧୁବଲେଶ୍ୱର ଭୋଇ, ନିତ୍ୟା ଶବର, ଜଳଧର ଧରୁଆ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।