-+91-9937148622 |
prerana_bgr@rediffmail.com |
Tuesday 20th October 2026 |
R.N.I. Regd No. ODIODI/2010/46693
Breaking News
15-Oct-2021
ବାଲିଗୁଡା.(ସୁଶିଲ କୁମାର ପାଣିଗ୍ରାହୀ): କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଟାଉନ ସୁନାପାଙ୍ଗା ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l ସୁନାପାଙ୍ଗାରେ ଛିଡା ହୋଇଥିବା ଟାଟା ମ୍ୟାଜିକ ର ପଛପଟୁ ଧକ୍କାଦେଲା ବାଇକ ଆରୋହୀ, ଟାଉନର ସୁନାପାଙ୍ଗା ଠାରେ l
ଭାରସାମ୍ୟ ହରାଇ ବାଇକ ଓଡି-୧୨-ଏ -୬୫୭୩ ଟି ଟାଟା ମ୍ୟାଜିକ କୁ ପଛପଟୁ ଧକ୍କାଦେଇ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ବାରଖମା ପାତ୍ର ସାହିର ମଙ୍ଗରାଜ ଘଡେଇ (୩୫) ବୋଲି ଜଣାପଡିଛି l ଶୁକ୍ରବାର ଦିନ କୌଣସି କାମରେ ଘରକୁ ଫେରୁଥିବା ବେଳେ ସୁନାପାଙ୍ଗା ନିକଟରେ ଦୁର୍ଘଟଣା ଘଟିଥିଲା l ଖବର ପାଇ ସମାଜସେବୀ ରାମାନନ୍ଦ ଘଡ଼ାଇଙ୍କ ସହ ବିଜେପି ର ନେତୃବୃନ୍ଦ
ଘଟଣା ସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀ, ପୋଲିସ୍ କୁ ଖବର ଦେଇଥିଲେ l ଗୁରୁତର ଅବସ୍ଥାରେ ମୃତ ବ୍ୟକ୍ତିଙ୍କୁ ଉଦ୍ଧାର କରି ବାଲିଗୁଡ଼ା ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା, ହେଲେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ l ଘଟଣା ସ୍ଥଳରେ ଏସ୍.ଡି.ପିଓ ମନୋଜ ପୁଜାରି ପହଞ୍ଚି ତଦନ୍ତ ଅବ୍ୟାହତ ରଖିଥିବା ଜଣାପଡିଛି