-+91-9937148622 |
prerana_bgr@rediffmail.com |
Tuesday 20th October 2026 |
R.N.I. Regd No. ODIODI/2010/46693
Breaking News
15-Oct-2021
ପାଟଣାଗଡ (ପ୍ରେରଣା ଖବର) ଆଜି ବିଜୟା ଦଶମୀ ଅବସରରେ ପାଟଣାଗଡରେ କୋଭିଡ଼ କଟକଣା ମଧ୍ୟରେ ପାଳିତ ହୋଇଯାଇଛି ଶାରଦୀୟ ଦୁର୍ଗାପୂଜା l କରୋନା କଟକଣା ପାଇଁ ସୀମିତ ଭକ୍ତ ଙ୍କ ମଧ୍ୟରେ ଜଗତଜନନୀ ମା ଦୁର୍ଗାଙ୍କୁ ପୂଜା କରାଯାଉଛି l ପାଟଣାଗଡ କଲେଜ ଚ୍ଛକ ଦୁର୍ଗାମଣ୍ଡପ ଠାରେ ମଧ୍ୟ ଆଜି ନବରାତ୍ର ଦୁର୍ଗାପୂଜାର ପୂର୍ଣ୍ଣାହୁତି ପର୍ବରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା l କୋଭିଡ଼ ଗାଇଡଲାଇନକୁ ସମ୍ପୂର୍ଣ୍ଣ ପାଳନ କରାଯାଇ ମାଁ ଙ୍କୁ ଧୂପ ଦୀପ ଓ
ଆବହନ କରାଯାଇଥିଲା l ପୂଜାରେ କର୍ତ୍ତା ଭlବରେ ପାଟଣାଗଡ ବିଧାୟକ ସରୋଜ ମେହେର ଓ ତାଙ୍କ ଧର୍ମପତ୍ନୀ ବସିଥିଲେ l ସକାଳ ୯ ଟା ରୁ ପୂଜାକାର୍ଯ୍ୟ ଆରମ୍ଭ ହୋଇଥିଲା l ଶାରଦୀୟ ଦୁର୍ଗାପୂଜା ର ଆଜି ଶେଷ ଦିନ ଥିବାରୁ ପୂଜା ମଣ୍ଡପରେ ବହୁ ଭକ୍ତ ଓ ଶ୍ରଦ୍ଧାଳୁ ଆସି ମାଁ ଙ୍କ ଶେଷ ଦର୍ଶନ କରିଥିଲେ l