-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀର okil ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||     

HOME   ରାଜ୍ୟ

*‘ଆଦର୍ଶ’ ମୁଖ୍ୟମନ୍ତ୍ରୀ ସୁଶାସନରେ ଅପାରଗ!- ଗୁମର ଖୋଲିଛି Public Affairs Index Reports

02-Nov-2020



ଭୁବନେଶ୍ବର (ପ୍ରେରଣା ଖବର) - ବିଭିନ୍ନ ସର୍ଭେ ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ଦୀର୍ଘ ୨୧ ବର୍ଷ ଧରି କ୍ଷମତାରେ ବସିଥିବା ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ରାଜ୍ୟର ଅଦ୍ୱିତୀୟ ଜନନାୟକ। ୨୦୧୯ରେ ବିଧାନସଭା ଓ ସାଧାରଣ ନିର୍ବାଚନ ପୂର୍ବରୁ ୨୦୧୮ରେ ପୁଣେରେ ନବୀନ ‘ଆଦର୍ଶ’ ମୁଖ୍ୟମନ୍ତ୍ରୀ ଭାବରେ ମଧ୍ୟ ସମ୍ମାନିତ ହୋଇଥିଲେ। ତଥାପି ରାଜ୍ୟବାସୀଙ୍କୁ ସୁଶାସନ ଯୋଗାଇବାରେ ସେ ସଫଳ ହୋଇପାରି ନାହାନ୍ତି। ଏ କ୍ଷେତ୍ରରେ ତାଙ୍କର ପାରଦର୍ଶିତାକୁ ପଦାରେ ପକାଇଛି ପବ୍ଲିକ ଆଫେୟାର୍ସ ଇଣ୍ଡେକ୍ସ ରିପୋର୍ଟ। ୨୦୨୦ ବର୍ଷର ରିପୋର୍ଟ ଅନୁଯାୟୀ ଦେଶରେ ସବୁଠୁ ଖରାପ ଶାସନ ଉତ୍ତର ପ୍ରଦେଶରେ ରହିଛି। ତଳଆଡୁ ରାଙ୍କିଙ୍ଗରେ ଦ୍ୱିତୀୟରେ ରହିଛି ଓଡ଼ିଶା!!**ପବ୍ଲିକ ଆଫାୟର୍ସ ଇନେଡକ୍ସ (ଫିଏଫଆଇ) ନାମକ ଏନଜିଓ ସଂସ୍ଥା ଏହି ରିପୋର୍ଟ ପ୍ରକାଶ କରିଛି। ଇସ୍ରୋର ପୂର୍ବତନ ଅଧ୍ୟକ୍ଷ କେ. କସ୍ତୁରୀରଙ୍ଗନଙ୍କ ନେତୃତ୍ୱରେ ଚଳିତ ବର୍ଷ ତାଲିକା ପ୍ରକାଶ ପାଇଛି। ଏହି ସଂସ୍ଥା ୨୦୧୬ ପାଖରୁ ଏଭଳି ରିପୋର୍ଟ ପ୍ରକାଶ କରି ଆସୁଛି। ଦେଶର ବିଭିନ୍ନ ରାଜ୍ୟର ପ୍ରଶାସନିକ ଦକ୍ଷତାକୁ ନେଇ ଏହି ସଂସ୍ଥା ରିପୋର୍ଟ ପ୍ରକାଶ କରେ। ବିଭିନ୍ନ ମାପ ଦଣ୍ଡକୁ ଆଧାର କରି ପ୍ରତିବର୍ଷ ରିପୋର୍ଟ ପ୍ରକାଶ ପାଉଛି। ସବୁଠାରୁ ବଡ଼ କଥା ହେଲା ଏହି ପାଞ୍ଚ ବର୍ଷରେ ଓଡ଼ିଶାର ସ୍ଥାନ ସବୁଠାରୁ ଖରାପ ପ୍ରଦର୍ଶନ ରହିଛି। ୨୦୧୮ରେ ସାମାଜିକ ସୁରକ୍ଷା କ୍ଷେତ୍ରରେ ଓଡ଼ିଶା ୧ ନମ୍ୱର ହୋଇଥିଲା। ଯାହାକି ଗୋଟିଏ ସଫଳତା। ଆଉ ସବୁଥିରେ ବିଫଳତା ଦେଖିବାକୁ ମିଳିଛି!!**ଛୁଆ ଜନ୍ମ ହେବା ପୂର୍ବରୁ ମମତା ଯୋଜନା, ମୃତ୍ୟୁ ପରେ ହରିଶ୍ଚନ୍ଦ୍ର ଯୋଜନା, ମହିଳା ସଶକ୍ତିକରଣ ପାଇଁ ଗୋଟିଏ ପରେ ଗୋଟିଏ ଯୋଜନା କରି ଲୋକଙ୍କ ଭୋଟ୍ ପାଇ ଚାଲିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହେଲେ ଏହାର କାର୍ଯ୍ୟକାରିତାରେ ତ୍ରୁଟି ରହିଛି ଯାହାକୁ ନେଇ ଏହି ପିଏଆଇ ରିପୋର୍ଟ ପ୍ରକାଶ କରିଛି। କାରଣ ଯୋଜନା ଯଦି ଲୋକଙ୍କ ପାଖରେ ଠିକ୍ ଭାବରେ ପହଞ୍ଚି ପାରିଥାନ୍ତା କିମ୍ୱା ଲୋକ ଶୀଘ୍ର ନ୍ୟାୟ ପାଇପାରିଥାନ୍ତେ ତାହେଲେ ପିଏଫଆଇ ତାଲିକାରେ ଓଡ଼ିଶାର ରାଙ୍କ ମଧ୍ୟ ଅନ୍ୟ ରାଜ୍ୟ ଭଳି ଭଲ ରହିଥାନ୍ତା। ଅର୍ଥାତ୍ ମୁଖ୍ୟମନ୍ତ୍ରୀଙ୍କ ଶାସନରେ ସ୍ୱଚ୍ଛତା ନାହିଁ ବୋଲି ଜଣାପଡ଼ିଛି। ହେଲେ ଶାସନ ବ୍ୟବସ୍ଥାକୁ ଲୋକାଭିମୁଖୀ କରିବା ପାଇଁ ୨୦୧୮ରେ ୫-ଟି ବ୍ୟବସ୍ଥା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିପାଇଁ ସ୍ୱତନ୍ତ୍ର ସଚିବ ମଧ୍ୟ ନିଯୁକ୍ତ ହୋଇଛନ୍ତି!!*ପିଏଫଆଇ ୨୦୧୬ରେ ୧୦ଟି ମାପଦଣ୍ଡକୁ ନେଇ ପ୍ରଥମେ ରିପୋର୍ଟ ପ୍ରକାଶ କରିଥିଲା। ଯେଉଁଥିରେ ଇକୋନୋମିକ ଫ୍ରିଡମ ବା ଆର୍ଥନୀତିକ ସ୍ୱାଧୀନତାରେ ଓଡ଼ିଶାର ରାଙ୍କ୍ ୧୩ ନମ୍ୱର, ଫିସକାଲ ମ୍ୟାନେଜମେଣ୍ଟ ବା ଆର୍ଥିକ ପରିଚାଳନାରେ ୧୨ ନମ୍ୱର, ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱରେ ୨୦ ନମ୍ୱର, ପରିବେଶରେ ୧୨ ନମ୍ୱର, ନ୍ୟାୟ ପ୍ରକ୍ରିୟାରେ ୧୯ ନମ୍ୱର, ଅପରାଧ ଏବଂ ଆଇନ୍ ବ୍ୟବସ୍ଥାରେ ୨୩ ନମ୍ୱର, ମହିଳା ଏବଂ ଶିଶୁରେ ୧୨ ନମ୍ୱର, ସାମାଜିକ ସୁରକ୍ଷାରେ ୨୧ ନମ୍ୱର, ମାନବ ସମ୍ୱଳ ସହାୟତାରେ ୨୦ ନମ୍ୱର ଏବଂ ଏସେନସିଆଲ୍ ଇନଫ୍ରାଷ୍ଟକଚର ବା ଅତ୍ୟାବଶ୍ୟକ ଭିତ୍ତିଭୂମିରେ ୨୦ ନମ୍ୱର। ୨୯ଟି ରାଜ୍ୟକୁ ନେଇ ଏହି ସର୍ଭେ କରିଥିଲା ପିଏଫଆଇ!!*ସେହିପରି ୨୦୧୭ରେ ଆର୍ଥିକ ସ୍ୱାଧୀନତାରେ ଓଡ଼ିଶାର ରାଙ୍କ୍ ୧୫ ନମ୍ୱର, ଆର୍ଥିକ ପରିଚାଳନାରେ ୧୯ ନମ୍ୱର, ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱରେ ୧୮ ନମ୍ୱର, ପରିବେଶରେ ୧୨ ନମ୍ୱର, ନ୍ୟାୟ ପ୍ରକ୍ରିୟାରେ ୨୬ ନମ୍ୱର, ଅପରାଧ ଏବଂ ଆଇନ୍ ବ୍ୟବସ୍ଥାରେ ୩୦ ନମ୍ୱର(ସଭା ଶେଷ), ମହିଳା ଏବଂ ଶିଶୁରେ ୮ ନମ୍ୱର, ସାମାଜିକ ସୁରକ୍ଷାରେ ୧୦ ନମ୍ୱର, ମାନବ ସମ୍ୱଳ ସହାୟତାରେ ୨୪ ନମ୍ୱର, ଅତ୍ୟାବଶ୍ୟକ ଭିତ୍ତିଭୂମିରେ ୨୬ ନମ୍ୱର, ଅସାମନତା (ଇନ୍ ଇକ୍ୟୁଲିଟି)ରେ ୨୩ ନମ୍ୱର ରହିଛି। ଏହି ବର୍ଷ ଅସାମନତା ମାପଦଣ୍ଡଟି ୨୦୧୬ରେ ନଥିଲା। ପ୍ରଥମ ଥର ପାଇଁ ଯୋଡ଼ା ହୋଇଥିଲା। ଏଥିରେ ମୋଟ୍ ୩୦ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ନେଇ ସର୍ଭେ ହୋଇଥିଲା!!**ଏହାପରେ ୨୦୧୯ରେ ପିଏଫଆଇ ମାପଦଣ୍ଡକୁ ସଙ୍କୁଚିତ କରି ତିନୋଟି ବିଭାଗରେ ବିଭକ୍ତ କରିଥିଲେ। ସମତା, ଅଭିବୃଦ୍ଧି ଏବଂ ପରିପୋଷଣୀୟତା ଆଧାରରେ ରାଜ୍ୟ ମାନଙ୍କର ମାପଦଣ୍ଡ ସ୍ଥିର କରିଥିଲା ପିଏଫଆଇ। ଅଭିବୃଦ୍ଧିରେ ବଡ଼ ରାଜ୍ୟ ମଧ୍ୟରେ ୧୮ଟି ରାଜ୍ୟରୁ ଓଡ଼ିଶାର ସ୍ଥାନ ୧୫ ନମ୍ୱର ରାଜ୍ୟ ତାଲିକାରେ ଥିଲା। -୦.୮୫୨ ମୋଟ୍ ପଏଣ୍ଟ ମିଳିଥିଲା। ସେହିପରି ସମତାରେ ଓଡ଼ିଶାର ସ୍ଥାନ ୧୬ ନମ୍ୱର (-୧.୨୨୭) ରାଙ୍କ୍ ଥିଲା। ପରିପୋଷଣୀୟତାରେ ଓଡ଼ିଶାର ସ୍ଥାନ ୧୪ ନମ୍ୱର ରାଙ୍କ ଥିଲା!!**୨୦୨୦ରେ ପବ୍ଲିକ ଆଫାୟରସ କମିଟି (ପିଏସି) ପ୍ରକାଶ କରିଛି ଦେଶର ସବୁଠୁ ସୁଶାସିତ ଏବଂ ଖରାପ ଶାସିତ ରାଜ୍ୟର ତାଲିକା। ସବୁଠୁ ଖରାପ ରାଜ୍ୟ ତାଲିକାରେ ରହିଛି ଉତ୍ତର ପ୍ରଦେଶ, ଓଡ଼ିଶା ଓ ବିହାର ରହିଛି। ତଳ ଆଡ଼ୁ ଦ୍ୱିତୀୟରେ ରହିଛି ଓଡ଼ିଶା। ୨୦୧୯ ଭଳି ସମତା, ଅଭିବୃଦ୍ଧି ଏବଂ ପରିପୋଷଣୀୟତାକୁ ନେଇ ଏହି ସର୍ଭେ ହୋଇଛି। ଶୁକ୍ରବାର ପିଏସି ଜାରି କରିଥିବା ରିପୋର୍ଟରେ କେରଳ ଦେଶର ସର୍ବୋତ୍ତମ ଶାସିତ ରାଜ୍ୟ। ମୋଟ୍ ଚାରୋଟି ଦକ୍ଷିଣ ରାଜ୍ୟ ରାଙ୍କିଙ୍ଗରେ ଶୀର୍ଷରେ ରହିଛନ୍ତି। ପ୍ରଥମେ କେରଳ ୧.୩୮୮ ପଏଣ୍ଟ, ଦ୍ୱିତୀୟରେ ତାମିଲନାଡୁ ୦.୯୧୨ ପଏଣ୍ଟ, ତୃତୀୟରେ ଆନ୍ଧ୍ରପ୍ରଦେଶ ୦.୫୩୧ ପଏଣ୍ଟ ଏବଂ ଚତୁର୍ଥରେ କର୍ଣ୍ଣାଟକ ୦.୪୬୮ ପଏଣ୍ଟ। ଉତ୍ତର ପ୍ରଦେଶ -୧.୪୬୧, ଓଡ଼ିଶା -୧.୨୦୧, ବିହାର-୧.୧୫୮ ପଏଣ୍ଟ ରହିଛି!!*


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗୀର okil ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026

You Might Also Like