-+91-9937148622 |
prerana_bgr@rediffmail.com |
Wednesday 11th March 2026 |
R.N.I. Regd No. ODIODI/2010/46693
Breaking News
21-Sep-2021
କେନ୍ଦୁଝର(ପ୍ରେରଣା ଖବର ): :ନେସ୍କୋ ଏସ ଡି ଓ ଙ୍କ ଘରେ ଭିଜିଲାନ୍ସ ରେଡ୍ । କେନ୍ଦୁଝର ନେସ୍କୋର ଏସ ଡି ଓ ମହେଶ୍ୱର ସେଠୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଥିବା ସୂଚନା ମିଳିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍ ହୋଇଛି । କେନ୍ଦୁଝର ସ୍ଥିତ କାର୍ଯ୍ୟାଳୟ ସମେତ ମହେଶ୍ୱରଙ୍କ ୪ଟି ସ୍ଥାନରେ ରେଡ୍ ହୋଇଛି । ମହେଶ୍ୱରଙ୍କ ସ୍ପଞ୍ଜ କଲୋନୀରେ ଥିବା ନିଜ ଘର, ଘଟଗାଁର ନିଜ ଓ ଭାଇଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ । ଏହା ସହିତ ରିମୁଳିରେ ଥିବା ମହେଶ୍ୱରଙ୍କ ଶ୍ୱଶୁର ଘରେ ମଧ୍ୟ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଛି । ନେସ୍କୋ ମିଟର ରିଡିଂ ବିଭାଗର ଏସ ଡି ଓ ଅଛନ୍ତି ମହେଶ୍ଵର ସେଠୀ । ବାଲେଶ୍ୱର ଏ ଏସ ପି ଙ୍କ ନେତୃତ୍ୱରେ ୨ ଡ଼ିଏସ ପି ଓ ୫ ଇନସ୍ପେକ୍ଟର ଚଢ଼ାଉରେ ସାମିଲ ଅଛନ୍ତି ।