-+91-9937148622 |
prerana_bgr@rediffmail.com |
Monday 16th March 2026 |
R.N.I. Regd No. ODIODI/2010/46693
Breaking News
18-Sep-2021
ବଲାଙ୍ଗୀର, (ପ୍ରେରଣା ଖବର)- ବଲାଙ୍ଗିର ଜିଲ୍ଲା ଓଷ୍ଟା କାର୍ଯ୍ୟକାରିଣୀ କମିଟିର ଏକ ବୈଠକ ସଭାପତି ଛାୟାକାନ୍ତ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ସଂପାଦକ କୁଶଧ୍ୱଜ ସାହୁ ପୂର୍ବ ବୈଠକର ବିବରଣୀ ପାଠ କରିବା ସଙ୍ଗେ ସଙ୍ଗେ ଆଗାମି ଦିନ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କ ସହ ନିକଟ ଭବିଷ୍ୟତରେ ଆଲୋଚନା କରି ସମସ୍ୟାର ସମାଧାନର ମାର୍ଗ
ପ୍ରଦର୍ଶନ କରିଥିଲେ । ଉକ୍ତ ବୈଠକରେ ଜିଲ୍ଲା ସମ୍ବିଧାନିକ ସମ୍ମିଳନୀ ଆସନ୍ତା ୦୩.୧୦.୨୦୨୧ ରେ ଅନୁଷ୍ଠିତ ହେବାର ସ୍ଥିରିକୃତ ହୋଇଛି । ରାଜ୍ୟ ସଭାପତି ବିନୋଦ ବିହାରୀ ପାଣିଗ୍ରାହୀ, ପ୍ରାକ୍ତନ ସଭାପତି ପୁରନ୍ଦର ଦାସ, ପ୍ରାକ୍ତନ ଓଷ୍ଟା କାର୍ଯ୍ୟକାରିଣୀ ସଭାପତି ସୁଧାଂଶୁ ଶେଖର ବାବୁ ଉପସ୍ଥିତ ଥିଲେ । ନୂତନ ଅନୁଦାନ ପ୍ରାପ୍ତ ଓ ଅନୁଦାନ ପ୍ରାପ୍ତ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷା କର୍ମଚାରୀମାନଙ୍କ ପାଇଁ ପୁନଃ ଥଇଥାନ ବ୍ୟବସ୍ଥା କରିବା ପାଇଁ ମାନ୍ୟବର ଉଚ୍ଚ ନ୍ୟାୟାଳୟ, ଓଡିଶା ସରକାରଙ୍କୁ ଆଦେଶ ଦେଇଥିବା ଯୋଗୁଁ ସମସ୍ତ ସଭ୍ୟ ଆନନ୍ଦ ପ୍ରକାଶ କରିଥିଲେ । ଶିକ୍ଷକମାନଙ୍କ ସପ୍ତମ ବେତନ କମିଶନ ଆଧାରରେ ଦରମା ପ୍ରଦାନ ବ୍ୟବସ୍ଥା ନିକଟ ଭବିଷ୍ୟତରେ ଫଳବତି ହେବାର ଆଶା ପ୍ରକାଶ କରିଥିଲେ । ଶେଷରେ ସଭାପତି ଧନ୍ୟବାଦ ଦେଇ ଯୁଗ୍ମ ସମ୍ପାଦକ ଅବନି ତ୍ରିପାଠି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।