-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
01-Nov-2020
ବଲାଙ୍ଗିର, (ରିତୁ ରାଜ ସିଂହ) - ବଲାଙ୍ଗିର ଜିଲ୍ଲାରେ ଆଜି ୫୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବଲାଙ୍ଗିର ସହରର ୱାର୍ଡ ନଂ.୯, ୧୮ ଓ ୨୦ରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଗଲପୁର ବ୍ଲକ୍ ଝରନିପାଲି ଗ୍ରା.ପ.ରୁ ୧, ରୋତ ଗ୍ରା.ପ.ରୁ ୧, ବଲାଙ୍ଗିର ବ୍ଲକ୍ ଚିକଲବାହାଲ ଗ୍ରା.ପ.ରୁ ୬, ବଙ୍ଗୋମୁଣ୍ଡା ବ୍ଲକ୍ ସିନ୍ଧେକେଲା ଗ୍ରା.ପ.ରୁ ୨, କେନ୍ଦୁପାଟି ଗ୍ରା.ପ.ରୁ ୧, ଅଲଣ୍ଡା ଗ୍ରା.ପ.ରୁ ୧, କପିଲଭଟା ଗ୍ରା.ପ.ରୁ ୧, ବେଲପଡ଼ା ବ୍ଲକ୍ ନୁନ୍ହାଡ଼ ଗ୍ରା.ପ.ରୁ ୧୩ ଓ ମଣ୍ଡଲ ଗ୍ରା.ପ.ରୁ ୧ ଜଣ ସଂକ୍ରମିତ ହୋଇଛନ୍ତି । ସେହିପରି ଦେଓଗାଁ ବ୍ଲକ୍ ଉଡ଼ାର ଗ୍ରା.ପ.ରୁ ୩, କଂଟାବାଂଜି ଏନ୍ଏସି ୱାର୍ଡ ନଂ.୨ରୁ ୧, ୧୪ରୁ ୧, ତୁଷୁରା ଏନ୍ଏସି ୱାର୍ଡ ନଂ. ୫ରୁ ୧ ଜଣ ଆକ୍ରାନ୍ତ ହୋଇଛନ୍ତି । ଖପ୍ରାଖୋଲ ବ୍ଲକ୍ ଖପ୍ରାଖୋଲ ଗ୍ରା.ପ.ରୁ ୧, ମୁରିବାହାଳ ବ୍ଲକ୍ ଲଖନା ଗ୍ରା.ପ.ରୁ ୧, ସଇଁନ୍ତଲା ବ୍ଲକ୍ ଭଦ୍ରା ଗ୍ରା.ପ.ରୁ ୧, ଗଣ୍ଡପତ୍ରାପାଲି ଗ୍ରା.ପ.ରୁ ୩, ଜୁରାବନ୍ଧ ଗ୍ରା.ପ.ରୁ ୧, କୁମ୍ଭାରୀ ଗ୍ରା.ପ.ରୁ ୧, ଟିଟିଲାଗଡ଼ ବ୍ଲକ୍ ଖୋଲାନ ଗ୍ରା.ପ.ରୁ ୧, କୁରସୁଡ଼ ଗ୍ରା.ପ.ରୁ ୧, ମର୍ଲାଡ଼ ଗ୍ରା.ପ.ରୁ ୨, ନାରେନ ଗ୍ରା.ପ.ରୁ ୧, ଟିଟିଲାଗଡ଼ ମ୍ୟୁନିସିପାଲିଟି ୱାର୍ଡ ନଂ.୨ରୁ ୧ ଓ ୮ରୁ ୨, ତୁରେକେଲା ବ୍ଲକ୍ ନିଆଲ ଗ୍ରା.ପ.ରୁ ୧ ସଂକ୍ରମିତ ହୋଇଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି...