-+91-9937148622 |
prerana_bgr@rediffmail.com |
Friday 20th March 2026 |
R.N.I. Regd No. ODIODI/2010/46693
Breaking News
15-Sep-2021
ନୂଆଦିଲ୍ଲୀ(ପ୍ରେରଣା ଖବର ବ୍ୟୁରୋ): ଜି.ଏସ.ଟି ପରିସରକୁ ଆସିପାରେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ। ଇନ୍ଧନକୁ ଜି.ଏସ.ଟି. ପରିସରକୁ ଆଣି ସମଗ୍ର ଦେଶରେ ଏକକ କର ବ୍ୟବସ୍ଥା ମଧ୍ୟରେ ଆଣିବା ଲାଗି କେନ୍ଦ୍ର ସରକାର ବିଚାର କରୁଛନ୍ତି। ଏନେଇ ଆସନ୍ତା ଜି.ଏସ.ଟି ପରିଷଦ ବୈଠକରେ ଏ ପ୍ରସଙ୍ଗରେ ଆଲୋଚନା ହୋଇପାରେ।
ଖବର ଅନୁଯାୟୀ, ଶୁକ୍ରବାର ଲକ୍ଷ୍ମୌରେ ବସିବାକୁ ଥିବା ଜି.ଏସ.ଟି ପରିଷଦ ବୈଠକରେ ସବୁ ରାଜ୍ୟର ଅର୍ଥମନ୍ତ୍ରୀଙ୍କ ସହିତ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଲୋଚନା କରିବେ।ଏବେ ପେଟ୍ରୋଲ , ଡିଜେଲ ଓ ରନ୍ଧନ ଗ୍ୟାସ ଉପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କର ବସାଉଛନ୍ତି। ତେବେ କେନ୍ଦ୍ର କର ସହିତ ଦର ଧାର୍ଯ୍ୟ କରିବା ପରେ ପୁଣି ରାଜ୍ୟ କର ଧାର୍ଯ୍ୟ କରୁଛି। ଏହି ବ୍ୟବସ୍ଥା ମଧ୍ୟ ଏହା ଦ୍ବାରା ବନ୍ଦ ହେବ ଏବଂ ସାରା ଦେଶରେ ପେଟ୍ରୋଲ ଓ ଡିଜେଲ ଦର କମ ହେବା ସମ୍ଭାବନା ରହିଛି।