-+91-9937148622 |
prerana_bgr@rediffmail.com |
Tuesday 24th March 2026 |
R.N.I. Regd No. ODIODI/2010/46693
Breaking News
12-Sep-2021
ବିନିକା(ହିମାଂଶୁ ଶେଖର ପୁଟେଲ) ସୁସ୍ଥ ବାତାବରଣ ସୃଷ୍ଟି କରିବା ସହ ସ୍ୱଚ୍ଛ ପରିବେଶ ରଖିବା ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି l ସେଥିପାଇଁ ବିଭିନ୍ନ ସମୟରେ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେଉଛି l କିନ୍ତୁ ଅତ୍ୟନ୍ତ ବିଡ଼ମ୍ବନାର ବିଷୟ ବିନିକା ବ୍ଲକ ଅନ୍ତର୍ଗତ କଇନ୍ତରା ଗ୍ରାମ ମୁଣ୍ଡରେ ରହିଥିବା ନଳକୂପର ଚତୁରପାର୍ଶ୍ଵ କୁଡ଼କୁଡ ମଇଲା ଭରି ରହିଛି l ତଥାପି ବି ପାଣି ମୁନ୍ଦେ ପାଇଁ ଲୋକେ ନିଜର ସ୍ବାସ୍ଥ୍ୟ କୁ ବାଜି ଲଗାଇ ଉକ୍ତ ଆବର୍ଜନା ଉପରେ ଆସି ବାଧ୍ୟ ହୋଇ ପାଣି ସଂଗ୍ରହ କରୁଥିବା ଦେଖିବାକୁ ମିଳିଛି l ଗାଁ ପରିବେଶ ପରିଚ୍ଛନ୍ନ ପାଇଁଁ ଅର୍ଥ ଆସୁଛି l ହେଲେ କେହିବି ଏହାର ସଫେଇ ପାଇଁ ଦୃଷ୍ଟି ଦେଉ ନ ଥିବାରୁ ଗ୍ରାମବାସୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି l ଆଗକୁ ନୂଆଁଖାଇ ଆସୁଥିବାରୁ ଏହି ନଳକୂପର ପାଣି ଉପରେ ସମସ୍ତେ ନିର୍ଭରଶିଲ l ତେଣୁ ତୁରନ୍ତ ଏହାର ପରିବେଶକୁ ପରିଷ୍କାର ପରିଚ୍ଛନ୍ନ କରିବା ପାଇଁ ସାଧାରଣରେ ଦାବି ହେଉଛି l