-+91-9937148622 |
prerana_bgr@rediffmail.com |
Tuesday 24th March 2026 |
R.N.I. Regd No. ODIODI/2010/46693
Breaking News
12-Sep-2021
ବିନିକା(ହିମାଂଶୁ ଶେଖର ପୁଟେଲ) ଗତ ତିନିଦିନ ଧରି ବିଘ୍ନରାଜ ଗଣେଶଙ୍କ ପୂଜା ବିନିକା ସହର ସମେତ ଗ୍ରାମାଞ୍ଚଳରେ ଧୁମଧାମରେ ପାଳିତ ହୋଇଯାଇଛି l କୋଭିଡ କଟକଣା ଯୋଗୁଁ ପ୍ରାଥମିକ ସ୍ତରରେ ସ୍କୁଲ ଗୁଡ଼ିକ ବନ୍ଦ ଥିବାରୁ ପାଠପଢା ପିଲାମାନେ ଏକତ୍ରିତ ହୋଇ ନିଜନିଜ ଗ୍ରାମ ମାନଙ୍କରେ ପୂଜା କରୁଥିବା ଦେଖିବାକୁ ମିଳିଥିଲା l ଏ ପରିପ୍ରେକ୍ଷୀରେ ଫୁଲମୁଠି ଉପରପଡା ମଣ୍ଡପ,ତଳିପଡା ଠାରେ ବିଦ୍ୟାଦାତାଙ୍କ ପୂଜା ମହାସମାରୋହରେ ପାଳିତ ହୋଇଥିବା ବେଳେ ବ୍ଲକ ଅଂଚଳର ସିଲାଟି, ମେଘେଲା,ଗୁଲୁଣ୍ଡା,ସିନ୍ଦୂରପୁର,ଅରିଗାଁ,ମନିଗାଁ,ଗଣେପୁର,ବଲାରଙ୍ଗା
ଆଦି ଅନେକ ସ୍ଥାନରେ ପୂଜା ପାଳିତ ହୋଇଛି l ପୂଜା ଅବସରରେ ଶ୍ରଦ୍ଧାଳୁଭକ୍ତଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ ଗ୍ରାମର ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା l ସେହିପରି ପୂଜା କମିଟି ତରଫରୁ ଆୟୋଜିତ ଫୁଲମୁଠି ଉପରପଡାରେ ଶଙ୍କରା ଗ୍ରାମର ଗାୟିକା ସୁଶ୍ରୀ ପ୍ରିୟମ୍ବଦା ମିଶ୍ର ଓ ତଳିପଡାରେ ଡଭଲା ଗ୍ରାମର ସୁଶ୍ରୀ ବନ୍ଦିତା ନାୟକଙ୍କ ଦ୍ଵାରା ସୁନ୍ଦରାକାଣ୍ଡ ପାରାୟଣ ଶ୍ରଦ୍ଧାଳୁ ଭକ୍ତ ଓ ଗ୍ରାମବାସୀଙ୍କୁ ରାତିତମାମ ବାନ୍ଧି ରଖିଥିଲା l