-+91-9937148622 |
prerana_bgr@rediffmail.com |
Saturday 31st October 2026 |
R.N.I. Regd No. ODIODI/2010/46693
Breaking News
04-Sep-2021
ତୁଷୁରା(ପ୍ରେରଣା ଖବର) : ଦୈନିକ ଖବର କାଗଜ ସମ୍ବାଦ ପକ୍ଷରୁ ଆୟୋଜିତ "ମାତୃ ଦିବସ" ସନ୍ଦେଶ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ତୋଷରାର ଆଶୁକବି ହେମନ୍ତ ଦାଶ ବିଜେତା ହୋଇଛନ୍ତି। ତାଙ୍କୁ ସମ୍ବାଦ ପକ୍ଷରୁ ଏକ ରୌପ୍ୟ ମୁଦ୍ରା ପୁରସ୍କାର ସ୍ବରୂପ ଭେଟି ଦେଇଛନ୍ତି। ତୁଷୁରା ର ସମ୍ବାଦ ପ୍ରତିନିଧି ଶ୍ରୀ ସୁନିଲ ଜୈନ ଉକ୍ତ ପୁରସ୍କାର ରାଶି ଶ୍ରୀ ଦାଶଙ୍କୁ ପ୍ରଦାନ କରିଛନ୍ତି ।ଏଇ ଖବର ପ୍ରସାରିତ ହେବା ପରେ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି ଓ ଶ୍ରୀ ଦାଶଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି।