-+91-9937148622 |
prerana_bgr@rediffmail.com |
Sunday 8th March 2026 |
R.N.I. Regd No. ODIODI/2010/46693
Breaking News
21-Aug-2021
ବଲାଙ୍ଗିର (ସନ୍ତୋଷ କୁମାର ଠାକୁର) : ଆସନ୍ତାକାଲି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ଵିନି ବୈଷ୍ଣବଙ୍କ ବଲାଙ୍ଗିର ଗସ୍ତ ଅବସରରେ ବିଜେପି ପକ୍ଷରୁ ଜୋରଦାର୍ ପ୍ରସ୍ତୁତି ଚାଲିଛି l ରେଳମନ୍ତ୍ରୀ ଙ୍କ ଗସ୍ତ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଆଜି ବିଜେପି ପକ୍ଷରୁ ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ରେ ରେଳ ମନ୍ତ୍ରୀ ଙ୍କ ଗସ୍ତ ସୂଚୀ ସମ୍ପର୍କରେ ସୂଚନା ଦିଆଯାଇଥିଲା l ଏଥିରେ ପାଟଣାଗଡ଼ ର ପୂର୍ବତନ ବିଧାୟକ କନକ ବର୍ଦ୍ଧନ ସିଂହଦେଓ, ବଲାଙ୍ଗିର ସାଂସଦ ସଂଗୀତା କୁମାରୀ ସିଂହଦେଓ, ବିଜେପି ଜିଲ୍ଳା ସଭାପତି ଶିବାଜୀ ମହାନ୍ତି ଓ ଜିଲ୍ଲା ସାଧାରଣ ସମ୍ପାଦକ ଅମିତ ସିଂହ ନୀନା ପ୍ରମୂଖ ଯୋଗ ଦେଇ ମନ୍ତ୍ରୀ ଙ୍କ ବଲାଙ୍ଗିର ଆଗମନ କୁ ଜୋରଦାର୍ ଭାବେ ସ୍ଵାଗତ କରିବାକୁ ଆହ୍ଵାନ ଦେଇଥିଲେ l ଜନ ଆଶୀର୍ବାଦ କାର୍ଯ୍ୟକ୍ରମ ଜରିଆରେ ଗତକାଲି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କଳାହାଣ୍ଡି ଜିଲ୍ଲାରୁ ଆସି ଟିଟିଲାଗଡ଼ ବ୍ଲକ ଲୁଥର ବନ୍ଧ ଗାଁ ଦେଇ ବଲାଙ୍ଗିର ଜିଲ୍ଲାରେ ପ୍ରବେଶ କରିବେ l ଏଥି ସହିତ ସନ୍ଧ୍ୟା ୫ଟା ସମୟରେ ସାମ୍ବାଦିକ ସମ୍ମିଳନୀ ଓ ପରେ ସହର ର ବୁଦ୍ଧିଜୀବୀ ମାନଙ୍କ ସହ ଆଲୋଚନା କରିବେ ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ l ପରେ କିଛି ଦଳୀୟ କାର୍ଯ୍ୟକ୍ରମରେ ବିଜେପି କର୍ମୀ ମାନଙ୍କୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଥିବା ବିଜେପି ପକ୍ଷରୁ ସୂଚନା ଦିଆଯାଇଛି l