-+91-9937148622 |
prerana_bgr@rediffmail.com |
Wednesday 19th August 2026 |
R.N.I. Regd No. ODIODI/2010/46693
Breaking News
22-Jun-2026
ଆଗଲପୁର, (ବିନୋଦ ଦୀପ) ଓଡିଶା ସରକାର ଙ୍କ ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅବସରରେ ଆଜି ଆଗଲପୁର ବ୍ଲକ ପାଟୁଆପାଲି ପଂଚାୟତ ପରିସରରେ ମିଶନ ଶକ୍ତି ସୁଭଦ୍ରା ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ସରପଞ୍ଚ ରବୀନ୍ଦ୍ର ବସ୍ତିଆ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ପରିଚାଳନା କରିଥିଲେ ପିଇଓ ଅମର କୁମାର କୁଅଁର, ମୁଖ୍ୟବକ୍ତା ଭାବେ ବିପିସି ସୁବାସ ଚନ୍ଦ୍ର ବିଶି ଯୋଗ ଦେଇଥିଲେ l
ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା 60 ଜଣ , ଆୟୁଷ୍ମାନ ସ୍ୱାସ୍ଥ୍ୟ କାର୍ଡ 80 ଜଣ, ସ୍କ୍ରିନିଙ୍ଗ ପାଇଁ 70 ଜଣ, ଏମ. ବି. ପି. ୱାଇ 10 ଜଣ, ଲକ୍ଷପତି ଦିଦି 5 ଜଣ ହିତାଧିକାରୀ ଙ୍କୁ ବଣ୍ଟନ କରାଗଲା l ଏହାସହ ସୁଭଦ୍ରା ମଁl, ଲକ୍ଷପତି ଦିଦି ଏବଂ ମମତା ମା ମାନଙ୍କ ସଫଳତା କାହାଣୀ ଆଲୋଚନା କରାଗଲା l ଅନ୍ୟ ମାନଙ୍କ ମଧ୍ୟରେ ଆଶା, ଅଙ୍ଗନବାଡି, ଏମ. ବିକେ ସହ ବହୁ ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ରହି ସହଯୋଗ କରିଥିଲେ l