-+91-9937148622 |

prerana_bgr@rediffmail.com |

  Wednesday 19th August 2026 |

| | | |

R.N.I. Regd No. ODIODI/2010/46693

Breaking News

ସୁମାନବ ଗଢ଼ିବାର ଶ୍ରେଷ୍ଠ ସମୟ ଛାତ୍ର ଜୀବନ: ନୀଳଜି ସରସ୍ବତୀ ଶିଶୁ ମନ୍ଦିରର ସ୍ୱାଧୀନତା ଦିବସ ପାଳନ ଅବସରରେ ରେ ବାର୍ତ୍ତା ଦେଲେ ମୁଖ୍ୟ ଅତିଥି   (18-Aug-2026)       ||      ବଲାଙ୍ଗୀରରେ ବିଜେଡି ପକ୍ଷରୁ ବିଶାଳ ଶିକ୍ଷାବଞ୍ଚାଅ ଶୋଭାଯାତ୍ରା,ଗଣଶିକ୍ଷାମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ   (18-Aug-2026)       ||      ରାମମନ୍ଦିର କମିଟି ତୋରଣ ଗେଟ ଓ ମାର୍କେଟୟାଡ଼ ପାଇଁ ତହସିଲଦାର ଙ୍କୁ ଲିଖିତ ଅଭିଯୋଗ   (18-Aug-2026)       ||      ଲୋକଙ୍କୁ ହସାଉଥିବା କଳାକାର ବିଶ୍ୱ ବଗର୍ତ୍ତୀ ଆରପାରିରେ   (18-Aug-2026)       ||      ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟ ମନ୍ତ୍ରୀଙ୍କୁ ବି ଏମ ଏସର ସ୍ମାରକ ପତ୍ର .ଶ୍ରମିକଙ୍କ ବିଭିନ୍ନ ଦାବୀର ତୁରନ୍ତ ସମାଧାନ .୧୧ ଦଫା ଦାବୀର ସ୍ମାରକ ପତ୍ର ପ୍ରଦାନ .ଉଦ୍ୟୋଗରେ ବେଆଇନ ଛଟେଇ ପ୍ରତ୍ୟାହାର   (18-Aug-2026)       ||      ବରୀ ରେ ବନ୍ୟା   (18-Aug-2026)       ||      *ଭାରତ ବିକାଶ ପରିଷଦ ସୋନପୁର ଶାଖା ପକ୍ଷରୁ ମେଗା ବୃକ୍ଷ ରୋପଣ କାର୍ଯକ୍ରମ*   (18-Aug-2026)       ||      କଣ୍ଟାବାଞ୍ଜି ରେ ସ୍ବାଧୀନତା ଦିବସରେ ସମ୍ବିଧାନ ହତ୍ୟା!    (18-Aug-2026)       ||      ନିଶାମୁକ୍ତ ସମାଜ ଗଠନ ଲକ୍ଷ୍ୟରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସାମୂହିକ ଶପଥ ପାଠ   (18-Aug-2026)       ||      *ରାସ୍ତା ଖାଳିବା ଘଟଣାକୁ କେନ୍ଦ୍ର କରି କେରଣ୍ଡୀ ଗ୍ରାମବାସୀ ଏବଂ ଜମି ମଲିକଙ୍କ ମଧ୍ୟରେ ସୃଷ୍ଟି ହେଲା ବିବାଦ*   (18-Aug-2026)       ||      ରାମମନ୍ଦିର କମିଟି ଗେଟ ଓ ମାର୍କେଟୟାଡ଼ ପାଇଁ ତହସିଲଦାର ଙ୍କ ଦ୍ୱାରସ୍ଥ   (18-Aug-2026)       ||      କଟକ ମହାନଗର ଶାନ୍ତି କମିଟିର ନବୀକରଣ କର୍ଯ୍ୟାଳୟ ଉଦଘାଟିତ   (18-Aug-2026)       ||      ବିଶ୍ରା ବ୍ଲକ ପରିସର ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (17-Aug-2026)       ||      ଲୋକାର୍ପିତ କବିତା ସଂକଳନରେ ସୃଜନଶୀଳ ଚିନ୍ତାଧାରାର ପ୍ରତିଫଳନ♦️ କବି ରାଜକିଶୋର ପଣ୍ଡାଙ୍କ ରଚିତ ପୁସ୍ତକରେ ସ୍ଥାନ ପାଇଛି ୧୦୭ ଟି କବିତା    (17-Aug-2026)       ||      କବି ରାଜକିଶୋର ପଣ୍ଡା ରଚିତ ପୁସ୍ତକ ରେ ସ୍ଥାନ ପାଇଛି ୧୦୭ ଟି କବିତା    (17-Aug-2026)       ||      ଭୁବନେଶ୍ୱରରେ ଅନୁଷ୍ଠିତ ହେବ ଐତିହାସିକ ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର ସିଲଭର୍ ମିଟ୍   (17-Aug-2026)       ||      ଆଗକୁ ନୂଆଖାଇ ପାଟଣେଶ୍ୱରୀ ମନ୍ଦିର ଗମ୍ଭାର ଘର ମରାମତି କେବେ ?   (17-Aug-2026)       ||      ଦେଓଗାଁରେ ଓଷ୍ଟା ପକ୍ଷରୁ ସାମ୍ବିଧାନିକ ବୈଠକ   (17-Aug-2026)       ||      ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍ ପାଇଁ ଓଡିଶା ଦଳ ଘୋଷଣା   (17-Aug-2026)       ||      ସ୍ମାର୍ଟ ଜଳସେଚନ ଓ ଚାହିଦାଭିତ୍ତିକ ଜଳ ପରିଚାଳନା ଉପରେ ଜଳ ସମ୍ପଦ ବିଭାଗ ପକ୍ଷରୁ ଏକଦିନିଆ କର୍ମଶାଳା   (17-Aug-2026)       ||     

HOME   ଜିଲ୍ଲା

ବରପାଲି ମହାବିଦ୍ୟାଳୟରେ ସାହିତ୍ୟିକ ଦୟାନିଧି ମିଶ୍ରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ ଅନୁଷ୍ଠିତ

22-Jun-2026



ବରପାଲି - (ସୁଦାମ ଦୀପ) 
 ଓଡ଼ିଶା ସାହିତ୍ୟ ଏକାଡେମୀ, ଦୟାନିଧି ମିଶ୍ର ସ୍ମୃତି କମିଟି, ବରପାଲି ଓ ବରପାଲି ମହାବିଦ୍ୟାଳୟ, ବରପାଲିର ମିଳିତ ସହଯୋଗରେ ସାହିତ୍ୟିକ ଦୟାନିଧି ମିଶ୍ରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଓ ଏକଦିବସୀୟ ଆଲୋଚନାଚକ୍ର ବରପାଲି ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏହାର ପ୍ରଥମ ଅଧିବେଶନରେ ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରାଧ୍ୟାପିକା ଜୟନ୍ତୀ ଦାଶ କାର୍ଯ୍ୟକ୍ରମର ଉଦଘାଟନ କରିଥିବାବେଳେ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ ବିଶିଷ୍ଟ ସାହିତ୍ୟିକ ରବୀନ୍ଦ୍ର କୁମାର ଗଡ଼ତିଆ। ଏଥିରେ ସମ୍ମାନନୀୟ ଅତିଥି ଭାବରେ ମହାବିଦ୍ୟାଳୟର IQAC ସଂଯୋଜକ ଅଧ୍ୟାପକ ଧୀରୋଜ କୁମାର ତ୍ରିପାଠୀ ଯୋଗ ଦେଇଥିବାବେଳେ ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ୟାପକ ଉତ୍ତର କୁମାର ଗଡ଼ତିଆ ସଂଯୋଜକ ଦାୟିତ୍ୱ ନିର୍ବାହ କରିଥିଲେ । ଅତିଥି ପରିଚୟ ପ୍ରଦାନ କରିଥିଲେ ଅଧ୍ୟାପକ ଡ. ବିଶ୍ୱନାଥ ସାହୁ। ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଅଧ୍ୟାପିକା ଡ. ସମ୍ବିତା ପ୍ରଧାନ। ଦୟାନିଧି ସାହିତ୍ୟ ଆଲୋଚନା ସମ୍ପର୍କୀୟ ଦ୍ବିତୀୟ ଅଧିବେଶନରେ ସଭାମୁଖ୍ୟ ଦାୟିତ୍ୱ ତୁଲାଇଥିଲେ ସମ୍ବଲପୁର ବିଶ୍ଵବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ଡ. ଗୋପୀନାଥ ବାଗ । ଏଥିରେ ତିନିଜଣ ବିଶିଷ୍ଟ ଆଲୋଚକ ବିଜେପୁର ମହାବିଦ୍ୟାଳୟର ଅଧ୍ୟାପକ ଡ. ଶେଷ ମେହେର, ଅତାବିରା ମହାବିଦ୍ୟାଳୟର ଅଧ୍ୟାପିକା ଡ. ରିଙ୍କି ପଧାନ ଓ ମହିମୁଣ୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ଡ. ଜଗନ୍ନାଥ ସାହୁ ଯୋଗଦେଇ ଦୟାନିଧି ମିଶ୍ରଙ୍କ ଯଥାକ୍ରମେ ଗଳ୍ପ, ଉପନ୍ୟାସ ଓ କବିତା ସମ୍ପର୍କରେ ଭାବଗର୍ଭକ ଓ ତଥ୍ୟାତ୍ମକ ଆଲୋଚନା କରିଥିଲେ। ଏଥିରେ ଦୟାନିଧି ମିଶ୍ର ସ୍ମୃତି କମିଟିର ସମ୍ପାଦକ ଶ୍ରୀ ପ୍ରମୋଦ କୁମାର ସାହୁ ସଂଯୋଜନା କରିଥିବାବେଳେ ଅଧ୍ୟାପକ ଅରୁଣ କୁମାର ବାରିକ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, ଅଣଶିକ୍ଷକ କର୍ମଚାରୀ ତଥା ଶତାଧିକ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ଯୋଗଦେଇ ଦୟାନିଧି ସାହିତ୍ୟ ସମୁଦ୍ରରେ ଅବଗାହନପୂର୍ବକ ନିଜକୁ ତଲ୍ଲିନ କରିବାର ଅବସର ପାଇଥିଲେ। ଏହାସହିତ ବକ୍ତାମାନେ ଦୟାନିଧି ସାହିତ୍ୟର ଅନେକ ଅନାଲୋଚିତ ଦିଗକୁ ଆଲୋଚନା ପରିସରକୁ ଆଣିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସୁମାନବ ଗଢ଼ିବାର ଶ୍ରେଷ୍ଠ ସମୟ ଛାତ୍ର ଜୀବନ: ନୀଳଜି ସରସ୍ବତୀ ଶିଶୁ ମନ୍ଦିରର ସ୍ୱାଧୀନତା ଦିବସ ପାଳନ ଅବସରରେ ରେ ବାର୍ତ୍ତା ଦେଲେ ମୁଖ୍ୟ ଅତିଥି   18-Aug-2026
  ଜିଲ୍ଲା  
ବଲାଙ୍ଗୀରରେ ବିଜେଡି ପକ୍ଷରୁ ବିଶାଳ ଶିକ୍ଷାବଞ୍ଚାଅ ଶୋଭାଯାତ୍ରା,ଗଣଶିକ୍ଷାମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ   18-Aug-2026
  ଜିଲ୍ଲା  
ରାମମନ୍ଦିର କମିଟି ତୋରଣ ଗେଟ ଓ ମାର୍କେଟୟାଡ଼ ପାଇଁ ତହସିଲଦାର ଙ୍କୁ ଲିଖିତ ଅଭିଯୋଗ   18-Aug-2026
  ଜିଲ୍ଲା  
ଲୋକଙ୍କୁ ହସାଉଥିବା କଳାକାର ବିଶ୍ୱ ବଗର୍ତ୍ତୀ ଆରପାରିରେ   18-Aug-2026
  ଜିଲ୍ଲା  
ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟ ମନ୍ତ୍ରୀଙ୍କୁ ବି ଏମ ଏସର ସ୍ମାରକ ପତ୍ର .ଶ୍ରମିକଙ୍କ ବିଭିନ୍ନ ଦାବୀର ତୁରନ୍ତ ସମାଧାନ .୧୧ ଦଫା ଦାବୀର ସ୍ମାରକ ପତ୍ର ପ୍ରଦାନ .ଉଦ୍ୟୋଗରେ ବେଆଇନ ଛଟେଇ ପ୍ରତ୍ୟାହାର   18-Aug-2026
  ଜିଲ୍ଲା  
ବରୀ ରେ ବନ୍ୟା   18-Aug-2026
  ଜିଲ୍ଲା  
*ଭାରତ ବିକାଶ ପରିଷଦ ସୋନପୁର ଶାଖା ପକ୍ଷରୁ ମେଗା ବୃକ୍ଷ ରୋପଣ କାର୍ଯକ୍ରମ*   18-Aug-2026
  ଜିଲ୍ଲା  
କଣ୍ଟାବାଞ୍ଜି ରେ ସ୍ବାଧୀନତା ଦିବସରେ ସମ୍ବିଧାନ ହତ୍ୟା!   18-Aug-2026
  ଜିଲ୍ଲା  
ନିଶାମୁକ୍ତ ସମାଜ ଗଠନ ଲକ୍ଷ୍ୟରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସାମୂହିକ ଶପଥ ପାଠ   18-Aug-2026
  ଜିଲ୍ଲା  
*ରାସ୍ତା ଖାଳିବା ଘଟଣାକୁ କେନ୍ଦ୍ର କରି କେରଣ୍ଡୀ ଗ୍ରାମବାସୀ ଏବଂ ଜମି ମଲିକଙ୍କ ମଧ୍ୟରେ ସୃଷ୍ଟି ହେଲା ବିବାଦ*   18-Aug-2026
  ଜିଲ୍ଲା  
ରାମମନ୍ଦିର କମିଟି ଗେଟ ଓ ମାର୍କେଟୟାଡ଼ ପାଇଁ ତହସିଲଦାର ଙ୍କ ଦ୍ୱାରସ୍ଥ   18-Aug-2026
  ଜିଲ୍ଲା  
କଟକ ମହାନଗର ଶାନ୍ତି କମିଟିର ନବୀକରଣ କର୍ଯ୍ୟାଳୟ ଉଦଘାଟିତ   18-Aug-2026

You Might Also Like

                   
  ଜିଲ୍ଲା  

ବରୀ ରେ ବନ୍ୟା