-+91-9937148622 |
prerana_bgr@rediffmail.com |
Wednesday 19th August 2026 |
R.N.I. Regd No. ODIODI/2010/46693
Breaking News
22-Jun-2026
ଲୋଇସିଂହା, (ବିନୋଦ ଦୀପ) ଆଜି ଲୋଇସିଂହା ବ୍ଲକ ପରିସରରେ 12ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ହୋଇଯାଇଛି l ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅକ୍ଷୟପାଣି ଉଡ୍ଡୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଯୋଗ କାର୍ଯ୍ୟକ୍ରମ ରେ ତହସିଲଦାର ଟିକନୁ ପୁଟା, ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲ, ଏବିଡ଼ିଓ କିଶୋରଚନ୍ଦ୍ର ମାନସିଂହ, ଜିପିଡିଓ ସଂଜୟ କୁମାର ମାଝୀ, ସାଂସଦ ଙ୍କ ଲୋଇସିଂହା ପ୍ରତିନିଧି ବାଲକୃଷ୍ଣ ଧରୁଆ, ବିଧାୟକ ଙ୍କ ଲୋଇସିଂହା ପ୍ରତିନିଧି ଗୌରାଙ୍ଗ ନାଏକ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଲୋଇସିଂହା ହିମାଂଶୁ ସାହୁ, ସି. ପି ଦେବବ୍ରତ ଶର୍ମା ଯୋଗ ଦେଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଏଡ଼ଭୋକେଟ ପ୍ରଶାନ୍ତ ବେହେରା, ମାଧବ ଭୋଇ, ରାଜେଶ ସମେତ ଲୋଇସିଂହା ଅଂଚଳ ର ଅନେକ ବୁଦ୍ଧିଜୀବୀ ଓ ସମାଜସେବୀ ଯୋଗଦେଇ ଉକ୍ତ ଅନ୍ତର୍ଜାତୀୟ ଯୋଗ ଦିବସ କୁ ସାଫଲ୍ୟ କରିଥିଲେ l