-+91-9937148622 |
prerana_bgr@rediffmail.com |
Wednesday 29th July 2026 |
R.N.I. Regd No. ODIODI/2010/46693
Breaking News
16-Aug-2021
କଣ୍ଟାବାଞ୍ଜି,( ଆନନ୍ଦ କୁମାର ମୋଟେ ) ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ତେରାପନ୍ଥ ଯୁବକ ପରିଷଦ ପକ୍ଷରୁ ସ୍ଥାନିୟ ଜୈନ ଭବନ ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଏସଡିପିଓ ହୃଶିକେଶ ମେହେର, ସମ୍ମାନିୟ ଅତିଥି ଭାବେ ଥାନା ଅଧିକାରି ସତ୍ୟଜିତ କନ୍ଦେଲକେଲ, ବିଜେଡି ନେତା ଫିରୋଜ ଖାଁ ପ୍ରମୁଖ ଯୋଗ ଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ରକ୍ତଦାନ ଶିବିରରେ ମୋଟ ୫୫ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ତେରାପନ୍ଥ ଯୁବକ ପରିଷଦ ସଭାପତି ହେମନ୍ତ ଜୈନ, ସଂପାଦକ ପିୟୁସ ଜୈନ, ସୁମିତ ଜୈନ, ଅଙ୍କିତ ଜୈନ, ବିମଲ ଜୈନ, ଗୋରବ ଜୈନ, ଅଭିନାଶ ଜୈନ, ବିନୋଦ ଜୈନ, ବିବେକ ଜୈନ ସହ ଅନ୍ୟ ସଦସ୍ୟ ଉପସ୍ଥିତ ଥିବା ବେଳେ କଣ୍ଟାବାଞ୍ଜି ବିଜୁ ପଟ୍ଟନୟାକ ରକ୍ତ ଭଣ୍ଡାର ଲ୍ୟାବ ଟେକନିସିଆନ ସୁନିତା ଭୋଇ, ଶିବ ସାହୁ, ଦୁର୍ଗା ତାଣ୍ଡି, ପ୍ରଶାନ୍ତ ସାହୁ, ଗୁରବାରୁ ରଣା ପ୍ରମୁଖ ରକ୍ତ ସଂଗ୍ରହ କରିବାରେ ସହଯୋଗ କରିଥିଲେ ।