କଣ୍ଟାମାଳ ବିଧାୟକଙ୍କୁ କରୋନା ପଜିଟିଭ୍
28-Sep-2020
କଣ୍ଟାମାଳ : ସେପ୍ଟେମ୍ବର ୨୯ ତାରିଖ ଓଡିଶାର ୧୬ତମ ବିଧାନସଭାର ୪ର୍ଥ ଅଧ୍ୟାୟ ଅଧିବେଶନ ସଭା ଅନୁଷ୍ଠିତ ହେବ । ଏହା ପୂର୍ବରୁ ସମସ୍ତ ବିଧାୟକ ମାନଙ୍କ କରୋନା ପରୀକ୍ଷା କରାଯାଇଥିଲା । ସେମାନଙ୍କ ମଧ୍ୟରେ କଣ୍ଟାମାଳ ବିଧାୟକ ଶ୍ରୀଯୁକ୍ତ ମହିଧର ରଣାଙ୍କ କୌଣସି ଲକ୍ଷଣ ନଥାଇ ମଧ୍ୟ ରିପୋର୍ଟରେ ପଜିଟିଭ୍ ଆସିଥିବା ଖବର ମିଳିଛି । ଏହି ଖବସ ପାଇବା ପରେ ତାଙ୍କର ଆଶୁ ଅାରୋଗ୍ୟ କାମନା ସକାସେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ଜନସାଧାରଣ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ଦୟାକରି କୋଭିଡ ପରୀକ୍ଷା କରିବା ପାଇଁ ସମସ୍ତଙ୍କୁ ନିବେଦନ କରିଛନ୍ତି ବିଧାୟକ ଶ୍ରୀରଣା ।