-+91-9937148622 |
prerana_bgr@rediffmail.com |
Tuesday 3rd November 2026 |
R.N.I. Regd No. ODIODI/2010/46693
Breaking News
30-Oct-2020
ଶୀତରେ କରୋନା ବଢିବା ସମ୍ଭାବନା ରହିଛି। ଶୀତ ସଂକ୍ରମଣ ବ୍ୟାପିବାରେ ସହାୟକ ହେଉଛି। ସଜାଗ ନରହିଲେ ସଂକ୍ରମଣ ବଢିବାର ସମ୍ଭାବନା ଅଧିକ। ବର୍ତମାନ ସଂକ୍ରମଣ ହ୍ରାସ ପାଇଛି ।ଦୈନିକ ୧୫୦୦ ପାଖାପାଖି ରହୁଛି।ଭୁବନେଶ୍ୱରରେ ୧୦୦ ପାଖା ପାଖି ପହଂଚିଛି। ପୂଜାର ବଢିବ ବୋଲି ଆଶଙ୍କା କରାଯାଉଥିଲା,ଲୋକଙ୍କ ସହଯୋଗ ଯୋଗୁ କମିଛି,ତଳମୁହାଁ ହେବାର ସ୍ଥିତି ଦେଖାଯାଇଛି।ଓଡ଼ିଶାରେ ବି ଇଂଫେକ୍ସନ ହେଉଛି। କିନ୍ତୁ ବହୁତ କମ।ଆଇଏଲଏସ ରେ ଟେଷ୍ଟ ହୋଇଥିବା କିଛି ବ୍ୟକ୍ତିଙ୍କ ମଧ୍ୟରୁ ୩-୪ ଜଣଙ୍କର ରି ଇଂଫେକ୍ସନ ହୋଇଛି। ପଜିଟିଭ ପରେ ରି - ଇଂଫେକ୍ସନ ହେଉଛି ଏହା ଅନୁଧ୍ୟାନ କରାଯିବ। ଭ୍ୟାକ୍ସିନ ପାଇଁ ଡାଟା ବେଶ ପ୍ରସ୍ତୁତ ହେଉଛି।କେନ୍ଦ୍ର ଓ ରାଜ୍ୟ ସରକାର ଡାଟା ବେସ ପ୍ରସ୍ତୁତ କରୁଛନ୍ତି। ରାଜ୍ୟରେ ବି ସେକେଣ୍ଡ ୱେଭ ସମ୍ଭାବନା ରହୁଛି।ଲୋକ ଅଧିକ ସଚେତନ ହେବାର ଆବଶ୍ୟକ ରହିଛି। ଯେହେତୁ ନୂଆ ଭାଇରସ କିଛି କହିଵା ମୁସ୍କିଲ ବୋଲି ସୂଚନା ଦେଇ କହିଛନ୍ତି ILs ର ନିର୍ଦେଶକ ଅଜୟ ପରିଡ଼ା ।ଏଥି ସହ ବିଶିଯି ଟୀକା ଦ୍ଵାରା corona ସଂକ୍ରମଣ ରୋକା ଯିବା ନେଇ ପରୀକ୍ଷା ନିରୀକ୍ଷା ଜରିରହିଛି ।