-+91-9937148622 |
prerana_bgr@rediffmail.com |
Wednesday 8th July 2026 |
R.N.I. Regd No. ODIODI/2010/46693
Breaking News
06-Aug-2021
କଣ୍ଟାବାଞ୍ଜି, (ଆନନ୍ଦ କୁମାର ମୋଟେ ): ବଲାଙ୍ଗିର ଜିଲ୍ଲାରେ ମଧ୍ୟାହ୍ନଭୋଜନ ଖାଦ୍ୟ ସାମଗ୍ରୀ ପରିବହନ ସଂକ୍ରାନ୍ତିୟ ତେଣ୍ଡର ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଡବ୍ଲୁପିସି ୨୧୪୩୦/୨୦୨୧ରେ ଏକ ମାମଲା ହାଇକୋର୍ଟରେ ରୁଜୁ ହୋଇଛି । ଟେଣ୍ଡରରେ ରଖାଯାଇଥିବା ସର୍ତ ନିର୍ଦିଷ୍ଟ ବ୍ୟକ୍ତିଙ୍କୁ ସୁହାଇବ ଓ ଅନ୍ୟ ମାନେ ଏଥିରେ ଅଂଶ ଗ୍ରହଣ କରିବାରୁ ବଂଚିତ ହେବେ ଏହା ଏକ ପ୍ରକାର ଟେଣ୍ଡର ଫିକ୍ସି ବୋଲି ଦର୍ଶାଇ ଆବେଦନକାରି କ୍ରାଇମ ବ୍ରାଂଚ ତଦନ୍ତ ପାଇଁ ନିବେଦନ କରିଛନ୍ତି । ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ବେହେରେନସିଲେଟ ଗାଁର ସମାଜସେବୀ ଲିମାଇଁ ଚରଣ ମହତ ଓରଫ ରୋହନ ମହତ (୧୯) ପକ୍ଷରୁ ଦାୟର ଆବେଦନରେ ଦର୍ଶାଇ ଦିଆଯାଇଛି ଯେ ଆରଆରସି ତଥା ଡିଆରସି ଗୋଦାମରୁ ସ୍କୁଲ ଗୁଡିକୁ ମଧ୍ୟାହ୍ନ ଭୋଜନ ପରିବହନ ପାଇଁ ଗତ ଅପ୍ରେଲ ୨୧ରେ ଟେଣ୍ଡର ଆହ୍ୱାନ କରିଥିଲେ ବଲାଙ୍ଗିର ଜିଲ୍ଲା ଶିକ୍ଷା ଅଧିକାରି । ଏହି ବିଜ୍ଞପ୍ତିରେ ବ୍ୟାଙ୍କ ଗ୍ୟାରେଣ୍ଟି ଅର୍ଥ ୧ କୋଟି ଟଂକା ଧାର୍ଯ୍ୟ କରାଯାଇଛି । ଅନ୍ୟ ପକ୍ଷରେ ଜଗତସିଂପୁର ରେ ୪ ଲକ୍ଷ , ଖୋର୍ଦ୍ଧା ରେ ୧୫ ଲକ୍ଷ, ଭଦ୍ରକରେ ୨୦ ଲକ୍ଷ, ଯାଜପୁରରେ ୨୦ ଲକ୍ଷ ସମାନ ଧରଣରେ ଟେଣ୍ଡର ବିଜ୍ଞପ୍ତିରେ ବ୍ୟାଙ୍କ ଗ୍ୟାରେଣ୍ଟି ରାଶି ଧାର୍ଯ୍ୟ କରାଯାଇଥିବା ବେଳେ ବଲାଙ୍ଗିରରେ କଣ ପାଇଁ ଏହି ରାଶି ୧ କୋଟି ଟଂକା ରଖାଯାଇଥିଲା ତାହା ଜଣା ପଡୁନାହିଁ । ନିଦ୍ଧିଷ୍ଟ ବ୍ୟକ୍ତିଙ୍କ ପାଇଁ ଏହି ଭଲି ବିଚିତ୍ର ସର୍ତ ରଖାଯାଇଛି । ଏପରି ଭାବେ ଟେଣ୍ଡର ଫିଂକ୍ସି କରାଯାଉଛି ବୋଲି ଆବେଦନକାରି ଶ୍ରୀ ମହତ ଦର୍ଶାଇଛନ୍ତି । ଘଟଣାର କ୍ରାଇମବ୍ରାଂଚ ତଦନ୍ତ ହେଲେ ସତ ଜଣାପଡିବ ବୋଲି ଆବେଦନରେ ଉଲ୍ଲେଖ କରାଯାଉଛି । ଏହି ଘଟଣାର ଅଦାଲତ ଦନ୍ତ ନିର୍ଦେଶ ଦେବା ସହ ସଂପୃକ୍ତ ଅଧିକାରିଙ୍କୁ କାରଭଣ ଦର୍ଶାଅ ନୋଟିସ ଜାରି କରିବା ଲାଗି ସେ ପ୍ରାର୍ଥନା କରିଛନ୍ତି । ଏହି ମାମଲାରେ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ, ବଲାଙ୍ଗିର ଜିଲ୍ଲାପାଳ, ବଲାଙ୍ଗିର ଜିଲ୍ଲା ଶିକ୍ଷା ଅଧିକାରି, କ୍ରାଇମବ୍ରାଂଚ ଏସ.ପି.ଙ୍କୁ ପକ୍ଷଭୁକ୍ତ କରାଯାଇଛି । ହାଇକୋର୍ଟର ବିଚାରପତି ଜଷ୍ଟିସ ଏସ.କେ.ମିଶ୍ର ଓ ଜଷ୍ଟିସ ସାବିତ୍ରୀ ରଥ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି ଅନ୍ୟ ଖଣ୍ଡପୀଠରେ କରିବା ପାଇଁ ନିର୍ଦେଶ ଦେଇଛନ୍ତି । ଆବେଦନକାରି ପକ୍ଷରୁ ଆଇନଜୀବୀ ଆଶିଷ ମିଶ୍ର ମାମଲାର ପରିଚାଳନା କରୁଛନ୍ତି । ଏ ସଂପର୍କରେ ସମାଜସେବୀ ଶ୍ରୀ ମହତ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ବଲାଙ୍ଗିର ଜିଲ୍ଲାରେ ଦୀର୍ଘ ଦିନ ଧରି ମଧ୍ୟାହ୍ନଭୋଜନ, ଖାଉଟି ସାମଗ୍ରୀ ପରିବହନ, ଆସିଡିଏସ ସାମଗ୍ରୀ ପରିବହନରେ କିଛି ରାଜନେତା, ଅଧିକାରଙ୍କ ମଧୁଚନ୍ଦ୍ରିକା ଯୋଗୁ ପରିବହନ କାମରେ ଦୁର୍ନୀତି କାମ ଚାଲୁଛି ଏହାର କ୍ରାଇମବ୍ରାଂଚ ତଦନ୍ତ ହେଲେ ନିଶ୍ଚିତ ଭାବେ ଦୁର୍ନୀତି କରୁଥିବା ଲୋକଙ୍କ ମୁଖା ଖୋଲିବ । ବଲାଙ୍ଗିର ଜିଲ୍ଲା ଏକ ପଛୁଆ ଜିଲ୍ଲା ଭାବେ ଜଣାଶୁଣା । ଏଭଲି ଜିଲ୍ଲାରେ ଦୁର୍ନୀତି କାରବାରକୁ କେବେ ବରଦାସ୍ତ କରାଯିବ ନାହିଁ ।