-+91-9937148622 |
prerana_bgr@rediffmail.com |
Wednesday 8th July 2026 |
R.N.I. Regd No. ODIODI/2010/46693
Breaking News
06-Aug-2021
ବିନିକା (ହିମାଂଶୁ ଶେଖର ପୁଟେଲ) : ସାରାରାଜ୍ୟରେ ଚାଲିଥିବା ବିଶ୍ଵ ସ୍ତନପାନ ସପ୍ତାହ ଦିବସ ପାଳନ ଅବସରରେ ସୁବର୍ଣ୍ଣପୁର ଜିଲ୍ଲାର ବିନିକା ବ୍ଲକ ଅନ୍ତର୍ଗତ ଫୁଲମୁଠି ଗ୍ରାମରେ ଏହି ପରିପେକ୍ଷିରେ ଏକ ଶୋଭାଯାତ୍ରା ଅନୁଷ୍ଟିତ ହୋଇଥିଲା l ଏଥିରେ ବିନିକା ସମନ୍ୱିତ ଶିଶୁ ପ୍ରକଳ୍ପ କାର୍ଯ୍ୟାଳୟର ସୁପର ଭାଇଜର ସୌଦାମିନୀ ଦାଶଙ୍କ ସମେତ ଫୁଲମୁଠି ଉପ ସ୍ବାସ୍ଥ୍ୟ ଅଧିକାରୀ ସେବତୀ ମେହେର,ଅଙ୍ଗନୱାଡ଼ି କର୍ମୀ ମିଲି ମିଶ୍ର,କଳ୍ପନା ପୂଜାରୀ,ଜଗଦମ୍ବା କଳତା,ଆଶାକର୍ମୀ ସବିତା ସାହୁ ଓ ୧୦ଜଣ ଗର୍ଭବତୀ ମହିଳା ସାମିଲ ହୋଇ ଗ୍ରାମ ପରିକ୍ରମା କରିଥିଲେ l ମା କ୍ଷୀର ଶିଶୁର ସ୍ବାସ୍ଥ୍ୟ ପାଇଁ ହିତକର ତେଣୁ ୬ମାସ ପର୍ଯ୍ୟନ୍ତ କେବଳ ମା କ୍ଷୀର ଖାଇବାକୁ ଦେବା ବୋଲି ଡାକବାଜି ଯନ୍ତ୍ର ସହାୟତାରେ ଗ୍ରାମବାସୀଙ୍କୁ ସଚେତନ କରାଇବା ସଙ୍ଗେ ସଙ୍ଗେ ଶିଶୁଙ୍କୁ ଚିନିପାଣି,ମହୁପାଣି,ଡବା କ୍ଷୀର ଓ କୋୖଣସି ଜିନିଷ ନ ଦେବାକୁ ମା ମାନଙ୍କୁ ଅନୁରୋଧ କରିଥିଲେ l ସେହିପରି ୦ରୁ୫ବର୍ଷ ବୟସର ୭୦ଜଣ ଶିଶୁଙ୍କୁ ଭିଟାମିନ-Aପ୍ରଦାନ,୧ରୁ୧୧ବର୍ଷର ପିଲାମାନଙ୍କୁ ଏବଂ ୧୬ବର୍ଷର କିଶୋର କିଶୋରୀ ମାନଙ୍କୁ ଟି.ଡି ଟୀକା ପ୍ରଦାନ କରାଯାଇଥିଲା l