-+91-9937148622 |

prerana_bgr@rediffmail.com |

  Thursday 9th July 2026 |

| | | |

R.N.I. Regd No. ODIODI/2010/46693

Breaking News

ପି ଏମ ଶ୍ରୀ ଉଚ୍ଚ ବିଦ୍ୟାଳୟ କରଙ୍ଗାମାଲ ଠାରେ ବନ ମହୋତ୍ସବ   (08-Jul-2026)       ||      ଝାରବନ୍ଧ ପଞ୍ଚାୟତ ଉଚ୍ଚ ପ୍ରାଥମିକ ବିଦ୍ୟାଲୟଠାରେ ବନମହୋତ୍ସବ   (08-Jul-2026)       ||      ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ କୋଲକାତା ଗସ୍ତ   (08-Jul-2026)       ||      ସାଇବର ଆର୍ଥିକ ଠକେଇ ମାମଲାର ତ୍ୱରିତ ପଞ୍ଜୀକରଣ ପାଇଁ ଓଡ଼ିଶା ପୋଲିସର ‘ଇ-ଜିରୋ ଏଫ୍‌ଆଇଆର୍ (e-Zero FIR)’ ବ୍ୟବସ୍ଥାର ଶୁଭାରମ୍ଭ   (08-Jul-2026)       ||      ପରିବେଶ ସୁରକ୍ଷାର ଶପଥ ସହ ବନ ମହୋତ୍ସବ ପାଳିଲା ପିଏମ ଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟ    (08-Jul-2026)       ||      ଖଣି ଉପନିର୍ଦ୍ଦେଶକ ଦୁଇ ଲକ୍ଷ ୬୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଦୁର୍ନୀତି ନିବାରଣ ଦ୍ୱାରା ଗିରଫ   (08-Jul-2026)       ||      କଟକରେ ରଥଯାତ୍ରା-୨୦୨୬ ନିମନ୍ତେ ପ୍ରଶାସନର ପ୍ରସ୍ତୁତି ବୈଠକ ଅନୁଷ୍ଠିତ   (08-Jul-2026)       ||      ରେଙ୍ଗାଲି ରେ ସମାଜ ପକ୍ଷରୁ ବ୍ଳକ୍ ସ୍ତରୀୟ ଚିତ୍ରାଙ୍କନ ଓ,କୁଇଜ୍ ପ୍ରତିଯୋଗିତା: ଚିତ୍ରାଙ୍କନ ରେ ସୋହମ୍ କୁଇଜ୍ ରେ ଶାନ୍ତାରାମ ପ୍ରଥମ    (08-Jul-2026)       ||      ଘର୍ଟ ଇଣ୍ଟରନ୍ୟାସନାଲ ଷଷ୍ଠ ପ୍ରତିଷ୍ଠା ଦିଵସ, ସମାଜସେବା ପାଇଁ ଗୌରବ ଦୀପ ସମ୍ମାନିତ    (08-Jul-2026)       ||      ପିଏମ୍-ସୂର୍ଯ୍ୟ ଘରକୁ ପିଏମ୍-ଆବାସ ଯୋଜନା ସହ ସଂଯୋଜନ କରାଯିବ: ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ   (08-Jul-2026)       ||      ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ, ଯାଜପୁର ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର   (08-Jul-2026)       ||      କନ୍ଧମାଳରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ :   (08-Jul-2026)       ||      ପୋଲିସର ନିଦ ହଜାଇ ଦେଇଛି ୨୮ ରାଉଣ୍ଡ୍ ଗୁଳି ଚାଳନା    (08-Jul-2026)       ||      ଶହୀଦ୍ ପୀଠରେ ବୃକ୍ଷରୋପଣ ।   (08-Jul-2026)       ||      ତାଳଜୁରି ଆଦିବାସୀ ଉଚ୍ଚ ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ   (08-Jul-2026)       ||      ବନ ମହୋତ୍ସବ ପାଳନ ଅବସରରେ ବୃକ୍ଷ ରୋପଣ କାର୍ଯ୍ଯକ୍ରମ   (07-Jul-2026)       ||      ବର୍ଷାରେ ଭାଙ୍ଗିଲା ନିମ୍ନମାନର ନଦୀଆଡିବନ୍ଧ   (07-Jul-2026)       ||      ଟାଉନ ବାଳିକା ଓ ବାଳକ ବିଦ୍ୟାଳୟ ରେ ସମସ୍ୟା ଶୁଣିଲେ ନରସିଂହ♦️ ପରୀକ୍ଷା ଫଳ ଓ ଉପସ୍ଥାନ ସନ୍ତୋଷଜନକ   (07-Jul-2026)       ||      ଏସ୍‌.ଆଇ.ଆର୍ ର ସୁପରିଚାଳନା ପାଇଁ ଉପଜିଲ୍ଲାପାଳଙ୍କୁ ସାକ୍ଷାତ କଲା ବଲାଙ୍ଗୀର ସିଭିଲ ସୋସାଇଟି   (07-Jul-2026)       ||      ଏସ୍‌.ଆଇ.ଆର୍ ର ସୁପରିଚାଳନା ପାଇଁ ଉପଜିଲ୍ଲାପାଳଙ୍କୁ ସାକ୍ଷାତ କଲା ବଲାଙ୍ଗୀର ସିଭିଲ ସୋସାଇଟି   (07-Jul-2026)       ||     

HOME   ଜିଲ୍ଲା

ଖାଉଟି, ସମବାୟ, ହସ୍ତତନ୍ତର ବିଭାଗୀୟ ଷ୍ଟେଣ୍ଡିଂ କମିଟି ବୈଠକ- ବିଭାଗ ଧ୍ୟାନ ଦେଉ, ଲେକେ ଯେମିତି ଭୋକିଲା ନ ରହିବେ- ନରସିଂହ

04-Aug-2021



ବଲାଙ୍ଗିର, - ଓଡିଶାର ସମସ୍ତ ଜିଲ୍ଲାରୁ ଖାଦ୍ୟ ସୁରକ୍ଷା ଅନ୍ତର୍ଗତ ରାସନ ଯୋଗାଇବାରେ ଅଧିକାରୀମାନେ ବିଫଳ ଅଛନ୍ତି ବୋଲି ଅଭିଯୋଗ ଆସୁଛି । ଅନେକ ଗରିବ ଲୋକ ଖାଦ୍ୟ ସୁରକ୍ଷା ଯୋଜନାରୁ ବଂଚିତ ହେଉଛନ୍ତି । ସର୍ଭେ ସମୟରେ ହେଉ କି ତାଲିକା ପ୍ରସ୍ତୁତ ସମୟ ହେଉ କୌଣସି ନା କୌଣସି ଜାଗାରେ ପ୍ରିୟାପ୍ରିତି ତୋଷଣ ଯୋଗୁଁ ଗରିବ ଲୋକ ଖାଦ୍ୟ ସୁରକ୍ଷା ଯୋଜନାରୁ ଅନ୍ତର୍ଭୁକ୍ତ ହେଇ ପାରୁନାହାନ୍ତି । ଆମେ ଜାଣିବା ଦରକାର ଜିବନ ଜିଇଁବାର ତାର ମୌଳିକ ଅଧିକାର । ଅଧିକାରୀମାନଙ୍କର ଅପାରଗତା ଯୋଗୁଁ ସେମାନେ ଏଥିରୁ ବଂଚିତ ହେବା ଉଚିତ ନୁହେଁ । ତେଣୁ ପଲ୍ଲିରୁ ଜିଲ୍ଲା ଏବଂ ରାଜ୍ୟସ୍ତରୀୟ ଅଧିକାରୀମାନେ ମଧ୍ୟ ଏ ଦିଗରେ ଗରିବ ଲୋକ ଯେମିତି ସେ ଉପରେ ଧ୍ୟାନ କେନ୍ଦ୍ରୀତ କରନ୍ତୁ ବୋଲି ଆଜି ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ଅନୁଷ୍ଠିତ ହୋଇଥିବା ବିଭାଗୀୟ ଷ୍ଟାଡିଂ କମିଟି ୬ ର ବୈଠକରେ ଏହାର ଅଧ୍ୟକ୍ଷ ନରସିଂହ ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି । କମିଟି ଅନ୍ତର୍ଗତ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ, ହସ୍ତତନ୍ତ, ହସ୍ତଶିଳ୍ପ ଓ ବୟନ ବିଭାଗର ବିଭିନ୍ନ ସମସ୍ୟା ଉପରେ ସମସ୍ତ ବିଭାଗୀୟ ଅଧିକାରୀ ଏବଂ ଷ୍ଟାଣ୍ଡିଂ କମିଟିର ଅନ୍ତର୍ଭୁକ୍ତ ମାନ୍ୟବର ବିଧାୟକ ବଦ୍ରିନାରାୟଣ ପାତ୍ର, ଅରବିନ୍ଦ ଢାଲି, ସତ୍ୟନାରାୟଣ ପଧାନ, ମନୋହର ରନ୍ଧାରି, ମଞ୍ଜୁଲତା ସ୍ୱାଇଁ, ପ୍ରଦୀପ କୁମାର ଦେଶାଇ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ସମସ୍ୟା ଉପରେ ଆଲୋଚନା ତଥା ପ୍ରସ୍ତାବ ଦେଇଥିଲେ । ଧାନକିଣା ପାଇଁ ରେଜିଷ୍ଟେସନ ସମୟରେ ଅନେକ ଅବ୍ୟବସ୍ଥା ଥିବାରୁ ବିଧାନସଭାର ବିଭାଗୀୟ କମିଟି କ୍ଷେତ୍ର ପରିଦର୍ଶନ କଲେ ଏ ସମସ୍ୟାର ପ୍ରକୃତ ତଥ୍ୟ ମିଳିପାରିବ ବୋଲି ବିଧାୟକ ଅରବିନ୍ଦ ଢାଲି ପ୍ରସ୍ତାବ ଦେଇଥିଲେ । ଏହା ସହ ସମବାୟ ବ୍ୟାଙ୍କରୁ ଦିଆଯାଉଥିବା ଚାଷୀ ଋଣର ପାସବୁକ କାହିଁକି ସମ୍ପାଦକ ତଥା ଅଧିକାରୀମାନଙ୍କ ପାଖରେ ରହୁଛି ସେ ଉପରେ ମାନ୍ୟବର ସଭ୍ୟ ପ୍ରଶ୍ନ କରିଥିଲେ । ଏହା ଦୁର୍ନିତିକୁ ପ୍ରଶ୍ରୟ ଦେଉଥିବାରୁ ଏହା ଉପରେ ଏକ ଶକ୍ତ ନିର୍ଦ୍ଦେଶନାମା ପ୍ରଦାନ କରିବାକୁ କମିଟିର ଅଧ୍ୟକ୍ଷଙ୍କୁ ଅନୁରୋଧ କରିଥିଲେ ମାନ୍ୟବର ବିଧାୟକ । ପଞ୍ଜିକୃତ ଚାଷୀ, ଟୋକନ ସଂଖ୍ୟା ଏବଂ ପଞ୍ଜିକୃତ ହେବା ସତ୍ତ୍ୱେ ଧାନ ବିକିପାରିନ ଥିବା ଚାଷୀ ସଂଖ୍ୟା କୁ ନେଇ ବିଭାଗ ତରଫରୁ ମିଥ୍ୟ ତଥ୍ୟ ପ୍ରଦାନ କରାଯାଉଛି ବୋଲି ଅଧ୍ୟକ୍ଷ ଶ୍ରୀ ମିଶ୍ର କ୍ଷୋଭର ସହ କହିଥିଲେ । ତେଣୁ ଏହା ଉପରେ ୭ଦିନ ଭିତରେ ଏକ ରିପୋର୍ଟ ପ୍ରଦାନ କରିବାକୁ ବିଭାଗୀୟ କମିଟି ନିର୍ଦ୍ଦେଶ ଦେଇଥିଲେ । ଟୋକନ ସମସ୍ୟା ସମାଧାନ ପାଇଁ ଗତ ବୈଠକମାନଙ୍କରେ ଟୋକନ ପ୍ରଦାନ ରାଜ୍ୟସ୍ତରରୁ ନ କରି ଜିଲ୍ଲା ସ୍ତରରୁ କରାଯିବାକୁ ପ୍ରସ୍ତାବ ଯାଇଥିଲା କିନ୍ତୁ ଏହା ଉପରେ କଣ କାର୍ଯ୍ୟକ୍ରମ ନିଆଯାଇଛି ସେ ଉପରେ ବିଭାଗୀୟ ଅଧିକାରୀମାନେ କୌଣସି ଉତ୍ତର ରଖିପାରିନଥିଲେ । ରେଜିଷ୍ଟେସନ କରିଥିବା ସତ୍ତ୍ୱେ ମଧ୍ୟ ଚାଷୀମାନେ ଧାନ ବିକି ନ ପାରିବା ଉଦାହରଣ ଦେଇ ଶ୍ରୀ ମିଶ୍ର କହିଥିଲେ ବଲାଙ୍ଗିରରେ ୪୭ଜଣ ଚାଷୀଙ୍କ ବିଭାଗୀୟ ଅନୁସନ୍ଧାନ ପରେ ଧାନ କିଣା ପାଇଁ ଚୁଡାନ୍ତ ହୋଇଥିଲା । କିନ୍ତୁ ସେ ୪୭ରୁ ମାତ୍ର ୭ଜଣ ଚାଷୀଙ୍କ ଧାନ ବିକ୍ରି ହୋଇପାରିଥିଲା । ତାହା ପୁଣି ସର୍ବନିମ୍ନ ସହାୟକ ମୁଲ୍ୟ ଠାରୁ ୨୦୦ଟଙ୍କା କମ୍ ଦାମରେ । ତେଣୁ ଏହା ଉପରେ ବିଭାଗୀୟ ଅଧିକାରୀ ତଥା ମିଲମାଲିକଙ୍କ ବିରୁଦ୍ଧରେ ୭ ଦିନ ଭିତରେ ଏକ ଅନୁସନ୍ଧାନ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଅଧ୍ୟକ୍ଷ । ଠିକ୍ ସେହିପରି ବଲାଙ୍ଗିର ଓା୍ୱର୍ଡ ନଂ.୩ରେ ରାସନ ଏବଂ କିରୋସିନି ପ୍ରଦାନରେ ଘୋଟାଲାର ସ୍ପଷ୍ଟ ପ୍ରମାଣ ଥାଇ ମଧ୍ୟ ଜିଲ୍ଲା ଯୋଗାଣ ଅଧିକାରୀ ଅନୁସନ୍ଧାନ ସମୟରେ କ୍ଲିନ୍ ଚିଟ ଦେଇଥିବାରୁ ଏହା ଉପରେ ଆଉ ଏକ ନିରପେକ୍ଷ ଅନୁସନ୍ଧାନ ପାଇଁ ସୁପାରିଶ କରାଯାଇଥିଲା । ଆନନ୍ଦପୁର ସମବାୟ ବ୍ୟାଙ୍କ ଏବଂ ବଲାଙ୍ଗିର ସମବାୟ ବ୍ୟାଙ୍କର ସ୍ୱତନ୍ତ୍ର ଅଡିଟ ରେ ଅନେକ ଆର୍ଥିକ ଅନିୟମିତତା ପ୍ରମାଣ ଦର୍ଶାଯାଇଥିଲେ ମଧ୍ୟ ଏହା ବିରୁଦ୍ଧରେ ଫୈାଜଦାରୀ ମକଦ୍ଦମା ସହ ଅଭିଯୁକ୍ତଙ୍କୁ କାହିଁକି ଗିରଫ କରାଯାଇନାହିଁ ତାହା ଉପରେ ଉତ୍ତର ରଖିବାକୁ ଅଧିକାରୀମାନଙ୍କୁ ଅଧ୍ୟକ୍ଷ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଥିଲେ ଏବଂ ଏହି ଆର୍ଥିକ ଅନିୟମିତତାର ଅନୁସନ୍ଧାନ ରାଜ୍ୟ ଭିଜିଲାନ୍ସ ବିଭାଗକୁ ଦିଆଯିବାର ବ୍ୟବସ୍ଥା କରିବା ଏବଂ ଏହି ବିଷୟକୁ ବିଧାନସଭା ସଚିବ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କୁ ଶିଘ୍ର ଅବଗତ କରାଇବା ପାଇଁ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଥିଲେ । ଶେଷରେ ଅଧ୍ୟକ୍ଷ ଶ୍ରୀ ମିଶ୍ର ଧନ୍ୟବାଦ ଦେଇ ବୈଠକ ଶେଷ ଘୋଷଣା କରିଥିଲେ ।
 


News Comment




Photo in News

Advertisment
Lastest News
  ଜିଲ୍ଲା  
ପି ଏମ ଶ୍ରୀ ଉଚ୍ଚ ବିଦ୍ୟାଳୟ କରଙ୍ଗାମାଲ ଠାରେ ବନ ମହୋତ୍ସବ   08-Jul-2026
  ଜିଲ୍ଲା  
ଝାରବନ୍ଧ ପଞ୍ଚାୟତ ଉଚ୍ଚ ପ୍ରାଥମିକ ବିଦ୍ୟାଲୟଠାରେ ବନମହୋତ୍ସବ   08-Jul-2026
  ରାଜ୍ୟ  
ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ କୋଲକାତା ଗସ୍ତ   08-Jul-2026
  ଜିଲ୍ଲା  
ସାଇବର ଆର୍ଥିକ ଠକେଇ ମାମଲାର ତ୍ୱରିତ ପଞ୍ଜୀକରଣ ପାଇଁ ଓଡ଼ିଶା ପୋଲିସର ‘ଇ-ଜିରୋ ଏଫ୍‌ଆଇଆର୍ (e-Zero FIR)’ ବ୍ୟବସ୍ଥାର ଶୁଭାରମ୍ଭ   08-Jul-2026
  ଜିଲ୍ଲା  
ପରିବେଶ ସୁରକ୍ଷାର ଶପଥ ସହ ବନ ମହୋତ୍ସବ ପାଳିଲା ପିଏମ ଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟ    08-Jul-2026
  ଜିଲ୍ଲା  
ଖଣି ଉପନିର୍ଦ୍ଦେଶକ ଦୁଇ ଲକ୍ଷ ୬୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଦୁର୍ନୀତି ନିବାରଣ ଦ୍ୱାରା ଗିରଫ   08-Jul-2026
  ଜିଲ୍ଲା  
କଟକରେ ରଥଯାତ୍ରା-୨୦୨୬ ନିମନ୍ତେ ପ୍ରଶାସନର ପ୍ରସ୍ତୁତି ବୈଠକ ଅନୁଷ୍ଠିତ   08-Jul-2026
  ଜିଲ୍ଲା  
ରେଙ୍ଗାଲି ରେ ସମାଜ ପକ୍ଷରୁ ବ୍ଳକ୍ ସ୍ତରୀୟ ଚିତ୍ରାଙ୍କନ ଓ,କୁଇଜ୍ ପ୍ରତିଯୋଗିତା: ଚିତ୍ରାଙ୍କନ ରେ ସୋହମ୍ କୁଇଜ୍ ରେ ଶାନ୍ତାରାମ ପ୍ରଥମ   08-Jul-2026
  ଜିଲ୍ଲା  
ଘର୍ଟ ଇଣ୍ଟରନ୍ୟାସନାଲ ଷଷ୍ଠ ପ୍ରତିଷ୍ଠା ଦିଵସ, ସମାଜସେବା ପାଇଁ ଗୌରବ ଦୀପ ସମ୍ମାନିତ   08-Jul-2026
  ଜିଲ୍ଲା  
ପିଏମ୍-ସୂର୍ଯ୍ୟ ଘରକୁ ପିଏମ୍-ଆବାସ ଯୋଜନା ସହ ସଂଯୋଜନ କରାଯିବ: ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ   08-Jul-2026
  ଜିଲ୍ଲା  
ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ, ଯାଜପୁର ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର   08-Jul-2026
  ଜିଲ୍ଲା  
କନ୍ଧମାଳରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ :   08-Jul-2026

You Might Also Like