-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
04-Aug-2021
ବିନିକା (ହିମାଂଶୁ ଶେଖର ପୁଟେଲ) : ବିନିକା ବ୍ଲକ ଅନ୍ତର୍ଗତ ପିତେଇପାଳି ଗ୍ରାମର ଶିବ ପ୍ରସାଦ ପର୍ଡିଆ ବିନିକା ବ୍ଲକ(ପଞ୍ଚାୟତ ସମିତି) ସମ୍ଭୁଖରେ ଆଜିଠାରୁ ଧାରଣା ଆରମ୍ଭ କରିଛନ୍ତି l ସେ ଅଭିଯୋଗ କରିଛନ୍ତି ପିତେଇପାଲି ଗ୍ରାମର ହିତାଧିକାରୀ ରସିକ ମେଲ୍ଳି ତାଙ୍କ ଘରବାରି ପ୍ଲଟ ନଂ ୧୭ରେ ପ୍ରଧାନମନ୍ତ୍ରୀ ଆବାସ ଘର ନିର୍ମାଣ ନ କରି ମୋର ପ୍ଲଟ ନଂ ୨୧ରେ ଏବଂ ଦକ୍ଷିଣ ପାର୍ଶ୍ଵରେ ଥିବା ଗୋଚର ୧୫୯ପ୍ଲଟରେ ଘର ତିଆରି କରିଥିବାରୁ ମୋର ରାସ୍ତା ବନ୍ଦ ହୋଇଯାଇଛି l
ଯାହା ଫଳରେ କି ଆମ୍ଭ ପରିବାର ଯିବା ଆସିବାରେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି lତେଣୁ ତାର ତଦନ୍ତ ପାଇଁ ସେ ସ୍ଥାନୀୟ ପଞ୍ଚାୟତ କର୍ତ୍ତୁପକ୍ଷ,ରାଜସ୍ବ ଅଧିକାରୀ,ବିଡ଼ିଓ,ତହସିଲଦାର,ଉପଜିଲ୍ଲାପାଳ,ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କୁ ନିବେଦନ ସ୍ୱରୂପ ଉଚିତ ଭାବରେ ତଦନ୍ତ କରି ହିତାଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବିକରି ଆଜିଠାରୁ ଏହାର ପ୍ରତିବାଦରେ ଧାରଣା ଆରମ୍ଭ କରିଥିବା କହିଛନ୍ତି l