-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||     

HOME   ଜିଲ୍ଲା

ଅଭିରୂପଙ୍କ ସୃଜନଶୀଳତାର ଏକ ଅଭିନବ ନମୂନା- କୁନି ହାତରେ ସୃଷ୍ଟି କରିଛନ୍ତି ଏଗ୍ ଇନ୍‌କ୍ୟୁଭେଟର୍ ଯନ୍ତ୍ର 

04-Aug-2021



ସୃଜନଶୀଲତା ହେଉଛି ଏକ ପ୍ରଖର ପ୍ରଖର ନଦୀ ଯାହା କୌଣସି ବାଧାବିଘ୍ନକୁ ଖାତିର ନକରି ନିଜ ଲକ୍ଷ୍ୟସ୍ଥଳକୁ ମାଡି ଚାଲିଥାଏ । ଐଶ୍ୱରୀୟ ପ୍ରତିଭା ଓ ନିଜର ଅଧ୍ୟାବସାୟ ବଳରେ କିଛି ଚମତ୍କାର ଦେଖାଇ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ବଲାଙ୍ଗୀର ଆଦର୍ଶପଡାର ଷଷ୍ଠ ଶ୍ରେଣୀର ଛାତ୍ର ଅଭିରୂପ ନନ୍ଦ । ଏହି କୋମଳ ବୟସରେ ସେ କେବଳ କ୍ଲାସରୁମ୍ ଭିତରେ ନିଜକୁ ସୀମିତ ନରଖି ନିଜର ବଳବୁଦ୍ଧୁି ପ୍ରୟୋଗ ନିଜ ଘର ଭିତରେ କରି ତିଆରି କରିଛନ୍ତି ଏକ ଏଗ୍ ଇନ୍‌କ୍ୟୁଭେଟର୍ ଯନ୍ତ୍ର(ଲାଇଟ୍ ମାଧ୍ୟମରେ କୃତ୍ରିମ ଉପାୟରେ ଅଣ୍ଡାରୁ ଛୁଆ ଫୁଟାଇବା ଯନ୍ତ୍ର) । ଏହି ଯନ୍ତ୍ର ତିଆରି 

କରିବାରେ କୌଶଳ ପ୍ରଥମେ ୟୁଟୁବ୍‌ରୁ ଶିଖି ଥିଲେ ଏବଂ ଏଥିପାଇଁ ଆବଶ୍ୟକ ପଡୁଥିବା ବିଭିନ୍ନ ଯନ୍ତ୍ରାଂଶ ସଂଗ୍ରହ କରି ତିଆରି କରିଥିଲେ ଏଗ୍ ଇନ୍‌କ୍ୟୁଭେଟର୍ ଯନ୍ତ୍ର ର ଏକ ପୂର୍ଣ୍ଣାଙ୍ଗ ମୋଡେଲ । ଏକ ବଡ ସୋଲ ଡବା, କଂପ୍ୟୁଟର ସିପିୟୁରେ ବ୍ୟବହୃତ ଫେନ୍‌, ୧ଠଠ ୱାଟ୍ ର ଏକ ବଲବ୍‌, ଟେମ୍ପ୍ରେଚର୍ କଂଟ୍ରୋଲର ମେସିନ, (ଆବଶ୍ୟକ ତାପମାତ୍ରା ୩୭.୭ ଡିଗ୍ରୀ ସେଲସିଅସ୍ କୁ ବେଲେନ୍ସ କରିବା ପାଇଁ )  ଗୋଟିଏ ପାଣିପାତ୍ର (ହ୍ୟୁମିଡିଟି ବେଲେନ୍ସ ପାଇଁ),୧୨ ଭୋଲଟ୍ ର ଏଡପ୍ଟର  ଓ ଗୋଟିଏ ଏଲ୍‌ଇଡି ଲାଇଟ୍ ର ସାହାଯ୍ୟ ନେଇ ଅଭିରୂପ ତିଆରି କଲେ ଏକ ଏପରି ଯନ୍ତ୍ର ଯେଉଁଠି ପ୍ରଥମେ ୫ଟି ଅଣ୍ଡା ରଖି ସେଥିରୁ ୨ଠ ଦିନ ଭିତରେ କୁକୁଡା ଚିଆଁ ସୃଷ୍ଟି କରିବାରେ ସଫଳ ହୋଇଥିଲେ । ଏହି ଯନ୍ତ୍ରାଂଶ ଗୁଡିକୁ ସେ ଆମାଜୋନ ମାଧ୍ୟମରେ କିଣିଥିବା ତଥା ଗୋଟିଏ ଏଗ୍ ଇନ୍‌କ୍ୟୁଭେଟର୍ ଯନ୍ତ୍ର ତିଆରି କରିବା ପାଇଁ ପ୍ରାୟ ୨୫ଶହ ଟଙ୍କା ଖର୍ଚ୍ଚ କରିଥିବା କହିଛନ୍ତି ଅଭିରୂପ । ଦୀର୍ଘ ୧ ବର୍ଷ ଭିତରେ ସେ ଏହି ଏଗ୍ ଇନ୍‌କ୍ୟୁଭେଟର୍ ଯନ୍ତ୍ର ମାଧ୍ୟମରେ  ପ୍ରାୟ  ୧୫ଟି କୁକୁଡ ଚିଆଁ ବାହାର କରିସାରିଲେଣି । ସବୁଠାରୁ ଆଶ୍ଚର୍ଯ୍ୟ ର ବିଷୟ ହେଲା ଏହି ଡିଭାଇସ୍ ତିଆରି କରିବା ପାଇଁ ଦରକାର ପଡିଥିବା ଅର୍ଥ ପାଇଁ ସେ ବାପାମାଁ ଙ୍କୁ ହାତ ନ ପତାଇ ଏଠାରୁ ପ୍ରସ୍ତୁତ ହୋଇଥିବା କୁକୁଡାକୁ ବିକ୍ରି କରି ହିଁ ସେହି ଟଙ୍କାରେ କିଣିଥିବା କହିଛନ୍ତି ଅଭିରୂପ ।   ବଲାଙ୍ଗୀର ସହରସ୍ଥ ଆଦର୍ଶ ପଡାରେ ବସବାସ କରୁଥିବା ଅଭିରୂପଙ୍କ ବାପା ରମେଶ ଚନ୍ଦ୍ର ନନ୍ଦ ବଲାଙ୍ଗୀର ପରିବାର ଅଦାଲତର ମୁଖ୍ୟ ପରାମର୍ଶଦାତା ଥିବା ବେଳେ  ମାଁ ନମ୍ରତା ନନ୍ଦଏକ ଗୃହିଣୀ ଅଟନ୍ତି ।  ବାପା ମାଁ ତାଙ୍କୁ ଏହି କାମରେ ଢ଼େର ଉତ୍ସାହିତ କରିଛନ୍ତି । ଆଗକୁ ନିଜ ହାତରେ ଏକ ଡ୍ରୋନ୍ କେମେରା ତିଆରି କରିବାର ଲକ୍ଷ୍ୟ ରଖିଛନ୍ତି ସେ । ଭବିଷ୍ୟତରେ ଜଣେ ବୈଜ୍ଞାନିକ ହେବା ସହ ଗୋଟିଏ ଦେଶୀ କୁକୁଡାର ଫାର୍ମ ତିଆରି କରି ବାର ସ୍ୱପ୍ନ ଦେଖିଥିବା ଅଭିରୂପ  କେବଳ ବୈଜ୍ଞାନିକ ଯନ୍ତ୍ରପାତି ତିଆରି ନୁହେଁ ପେନସିଲ୍ ଆର୍ଟରେ ମଧ୍ୟ ବେସ୍ ଓସ୍ତାଦ ଅଟନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ଫିଲ୍ମ ଅଭିନେତାଙ୍କ ଅବିକଳ ପେନସିଲ୍ ଆର୍ଟ ତିଆରି କରି ନିଜର ସୃଜନଶୀଲତାର ପରିଚୟ ଦେଇଛନ୍ତ ଅଭିରୂପ ।  

ଏମିତି କମ ବୟସରେ ଏଗ୍ ଇନ୍‌କ୍ୟୁଭେଟର୍ ପରି ଏକ ଜଟିଳ ସାଇଣ୍ଟିଫିକ୍ ଡିଭାଇସ୍ ପ୍ରସ୍ତୁତ କରି ଅଭିରୂପ ଚମତ୍କାରିତାର ଏକ ନମୂନା ପ୍ରସ୍ତୁତ କରିଛନ୍ତି । ଆସନ୍ତା ଦିନରେ ଅଭିରୂପଙ୍କ ପରି କୁନି ପ୍ରତିଭାକୁ ସୁଯୋଗ ଓ ସରକାରୀ ପ୍ରୋତ୍ସାହନା ମିଳିିଲେ ରାଜ୍ୟ ତଥା ଦେଶରେ ନିଜର ନାମକୁ ଉଜ୍ୱଳ କରି ପାରିବେ, ଏଥିରେ ସନ୍ଦେହ ନାହିଁ ।   


News Comment




Photo in News

Advertisment
Lastest News
  ଜିଲ୍ଲା  
ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   25-Sep-2026
  ଜିଲ୍ଲା  
*ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   25-Sep-2026
  ଜିଲ୍ଲା  
ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   25-Sep-2026
  ଜିଲ୍ଲା  
ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   25-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   25-Sep-2026
  ଜିଲ୍ଲା  
ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   25-Sep-2026
  ଜିଲ୍ଲା  
ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   25-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ   25-Sep-2026
  ଜିଲ୍ଲା  
ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   25-Sep-2026
  ରାଜନୀତି  
ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   25-Sep-2026
  ଜିଲ୍ଲା  
*ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   25-Sep-2026
  ଜିଲ୍ଲା  
ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   25-Sep-2026

You Might Also Like