-+91-9937148622 |

prerana_bgr@rediffmail.com |

  Sunday 27th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସେବା ସଂକଳ୍ପ ଅଭିଯାନ–୨୦୨୬ ଓ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ସୁନ୍ଦରଗଡ଼ରେ ‘ଓଡ଼ିଶା ପ୍ରୋମୋ ରନ୍’   (27-Sep-2026)       ||      ପର୍ଯ୍ୟଟନ ସ୍ଥଳୀ ଚାନ୍ଦଲି ପାହାଡ଼ ପରିସରରେ ‘ବିଶ୍ୱ ପର୍ଯ୍ୟଟନ ଦିବସ’ ପାଳିତ    (27-Sep-2026)       ||      ବାଗବାଡ଼ି ଗ୍ରାମରେ ଅନନ୍ତ ଶୟନ ବିଷ୍ଣୁଙ୍କ ପୂଜା ମହୋତ୍ସବ   (27-Sep-2026)       ||      ପି.ପି ଏକାଡେମି ୮୯ ମେଟ୍ରିକ ବ୍ୟାଚ୍ ତରଫରୁ ନୂଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମ   (27-Sep-2026)       ||      ଯୋଗାଣ ସହାୟକ ଙ୍କ ଦାବି ପୁରଣ କରନ୍ତୁ ସରକାର - ନରସିଂହ   (27-Sep-2026)       ||      ଦୀପକ ଦାସ ମୃତ୍ୟୁ ଘଟଣାରେ ଜଡିତ ଅପରାଧୀଙ୍କୁ ଗିରଫ କେବେ ? : କଂଗ୍ରେସ   (27-Sep-2026)       ||      ମହାସମାରୋହରେ ହିନ୍ଦୀ ଦିବସ ପାଳିତ ‘ହିନ୍ଦୀ ହେଉ ହୃଦୟର ଭାଷା’: ମୁଖ୍ୟ ଅତିଥି   (27-Sep-2026)       ||      *ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   (26-Sep-2026)       ||      ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   (26-Sep-2026)       ||      ୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   (26-Sep-2026)       ||      ନମାମି ଭାରତମ୍ କାର୍ଯ୍ୟକ୍ରମ    (26-Sep-2026)       ||      ପିତୃପକ୍ଷ ଅବସରରେ ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଭୋଜନ ସେବା - ସେବା ହିଁ ସବୁଠାରୁ ବଡ଼ ଧର୍ମ   (26-Sep-2026)       ||      ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ   (26-Sep-2026)       ||      କୁର୍ଶୁଡ ଗ୍ରାମ ପଞ୍ଚାୟତ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ    (26-Sep-2026)       ||      ବିରିସଲା ମନ୍ଦର ନିକଟରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର   (26-Sep-2026)       ||      ସାହାଣୀ କପ୍ ଫୁଟବଲ୍ ତୃତୀୟ ଦିଵସ ପ୍ରଥମ ମ୍ୟାଚ୍ କଟକ ଦଳ ୬-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ଖୋର୍ଦ୍ଧା ଦଳ ୯-୨ .ଗୋଲ ରେ ଵିଜୟୀ   (26-Sep-2026)       ||      ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   (26-Sep-2026)       ||      ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ    (26-Sep-2026)       ||      ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ    (25-Sep-2026)       ||      ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||     

HOME   ମହାନଗର

ପଶ୍ଚିମାଞ୍ଚଳ ଏକତା ମଂଚ ପକ୍ଷରୁ "ସମ୍ବଲପୁରୀ ଦିନ୍" ପାଳିତ

02-Aug-2021



ସମ୍ବଲପୁର,(ସଂଜୀବ ପାଣିଗ୍ରାହୀଙ୍କ ରିପୋର୍ଟ): ଗୁରୁ ଶ୍ରୀ ସତ୍ୟ ନାରାୟଣ ବହିଦାର ଜନ୍ମଦିନ ଅବସରରେ ଅଗଷ୍ଟ ଏକ ତାରିଖ ରବିବାର ସମ୍ବଲପୁରୀ ଦିନ ପାଲିତ ହୋଇଛି I ଗୁରୁ ଶ୍ରୀ ସତ୍ଯ ନାରାୟଣ ବହିଦାର ଙ୍କର ଜନ୍ମ ଶତବାର୍ଷିକୀ ୨୦୧୨ ଠାରୁ ତାଙ୍କର ପବିତ୍ର ଜନ୍ମ ଦିନ କୁ "ସମ୍ବଲପୁରୀ ଦିନ" ଭାବରେ ପାଳନ କରି ଆସୁଛି ଅଞ୍ଚଳର ଅଗ୍ରଣୀ ସାମାଜିକ, ସାଂସ୍କୃତିକ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ପଶ୍ଚିମାଞ୍ଚଳ ଏକତା ମଞ୍ଚ ।   ଚଳିତ ବର୍ଷ ମଧ୍ୟ କରୋନା ପରିସ୍ଥିତି ଯୋଗୁଁ ଖୋଲା ଆକାଶ ତଳେ  କାର୍ଯ୍ୟକ୍ରମ କରାଯାଇ ନଥିଲେ ମଧ୍ଯ ଉତ୍ସାହର ସହିତ ପାଲିତ ହୋଇଯାଇଛି ସମ୍ବଲପୁରୀ ଦିନ I ପଶ୍ଚିମ ପଶ୍ଚିମାଞ୍ଚଳ ଏକତା ମଂଚ ପକ୍ଷରୁ ଆଜି ସକାଲଳେ ମାଁ ସମଲେଇଂକ ଠାରେ ପୁଜାର୍ଚନା କରାଯାଇ ସମ୍ବଲପୁରୀ ଦିନ ଆରମ୍ଭ କରାଯାଇ ଥିଲା। ଏହାପରେ ରୋଟାରୀ କ୍ଲବ୍ ପରିସରରେ ପଶ୍ଚିମାଞ୍ଚଳ ଏକତା ମଂଚ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇ ଥିଲା। ମଂଚର ଆବାହକ ଭବାନୀଶ ଭୋଇଂକ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ, ରେଂଗାଲୀ ବିଧାୟକ ନାଉରି ନାୟକ, ପୁର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ,ଜିଲ୍ଲା ପରିଷଦ ଅଧ୍ଯକ୍ଷ ରାଧେଶ୍ୟାମ ମେହେର,ବିଜେଡି ଜିଲ୍ଲା ସଭାପତି ସିଦ୍ଧାର୍ଥ ଦାସ, ବିଜେପି ଜିଲ୍ଲା ସଭାପତି ଗିରିଷ ପଟେଲ, ଜିଲ୍ଲା ଓକିଲ ସଂଘ ସଭାପତି ଡା. ପ୍ରମୋଦ ରଥ, ସାଧାରଣ ସମ୍ପାଦକ ରବି ରଂଜନ ପୁଜାରୀ ପ୍ରମୁଖ ଅତିଥି ଭାବେର ଯୋଗ ଦେଇଥିଲେ।  ସମ୍ବଲପୁରୀ ଦିନ ଅବସରରେ ଦେବାର୍ଚ୍ଚନ ଠାକୁରଂକ ସମ୍ପାଦନାରେ ପ୍ରକାଶିତ ସମ୍ବଲପୁରୀ ପତ୍ରୀକା ସମ୍ବଲପୁରୀ ଝରନ, ସ୍ବୟଂ ପ୍ରକାଶ ପଣ୍ଡାଂକ ସମ୍ପଦନାରେ ଶିଶୁ ପତ୍ରୀକା ଆଲୋକ,ଚନ୍ଦ୍ରପ୍ରଭା କରଂକ ଦ୍ବାରା ଅନୁବାଦିତ ଏବଂ ସୁଖଦୁଂଖ ପବ୍ଲିକେସନ ଦ୍ବାରା ପ୍ରକାଶିତ ରାମାୟଣ ବାଲକାଣ୍ଡ ର ସମ୍ବଲପୁରୀ ଅନୁବାଦ, ଲକ୍ଷ୍ମୀ ନାରାୟଣ ପଣ୍ଡାଂକ ରଚିତ ଗିତି କବିତା ଗଜରା ଉନ୍ମୋଚିତ ହୋଇଥିଲା। ଏହାସହ ବିରୁପାକ୍ଷ ପ୍ରଧାନଂକ ନିର୍ଦ୍ଦେଶିତ ସମ୍ବଲପୁରୀ ସିନେମା ଜାଇଫୁଲର ଟ୍ରୀଜର ରିଲିଜ କରାଯାଇଥିଲା। ସମ୍ବଲପୁରୀ ଦିନ ଅବସରରେରେ ରାମାଶିଷ ତ୍ରୀପାଠୀଂକ ଲିଖିତ ଏବଂ ଗିରୀଜା ମିଶ୍ରଂକ ନିର୍ଦ୍ଦେଶିତ  ଉଆଁସୀ ରାତିର ତରା, ଏବଂ ଶାଶ୍ବତ ତ୍ରୀପାଠୀଂକ ସଂଗୀତ ନିର୍ଦ୍ଦେଶନାରେ ସମ୍ବଲପୁରୀ ଦିନ ଗୀତ ରିଲିଜ ହୋଇଥିଲା। ସମ୍ବଲପୁରୀ ଦିନ ଅବସରରେ ମାଁ ସମଲେଇଂକ ତୈଲଚିତ୍ର, ଗୁରୁ ସତ୍ଯ ନାରାୟଣ ବହିଦାର ଏବଂ ଗୁରୁ ଶ୍ରୀଧର ପ୍ରଧାନଂକର ତୈଲଚିତ୍ର ରେ  ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ସମ୍ବଲପୁରରେ ଦିର୍ଘ ଅଢେଇ ବର୍ଷ ହେବ ସ୍ମୁତି ଭବନ ନିର୍ମାଣ ଦିଗରେ ଜିଲ୍ଲା ପ୍ରଶାସନ ଅବରୋଧ ସ୍ରୁଷ୍ଟି କରୁଥିବାରୁ ଦଲମତ ନିର୍ବିଶେଷରେ ଦୁଖ ପ୍ରକାଶ କରାଯିବା ସହ ଶିଘ୍ର ଏ ଦିଗରେ ଜିଲ୍ଲା ପ୍ରଶାସନ ଦ୍ରୁଷ୍ଟି ଦେବାକୁ ଦାବୀ କରାଯାଇଥିଲା। ପ୍ରସାସନ ସ୍ମୁତି ସୁରକ୍ଷା ଦିଗରେ ଅନ୍ତରାୟ ସୃଷ୍ଟି କଲେ ସମ୍ବଲପୁରୀ ପ୍ରେମୀଙ୍କ ସହଯୋଗ ରେ ସ୍ମୁତି ପୀଠ ନିର୍ମାଣ ଦିଗରେ ପଦକ୍ଷେପ ନେବା ପାଇଁ ସହମତି ପ୍ରକାଶ ପାଇଥିଲା। ଏହି ଅବସରରେ କବି ମାନେ ସମ୍ବଲପୁରୀ କବିତା ପାଠ କରିବା ସହ ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ ଗୀତ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମ ଶେଷ ରେ ମୁଖ୍ଯ ସଂଯୋଜକ ମାନସ ରଂଜନ ବକ୍ସୀ ଧନ୍ଯବାଦ ଅର୍ପଣ କରିଥିଲେ। ଏହାପରେ ଦିନସାରା ଅନଲାଇନ୍ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ପଶ୍ଚିମାଞ୍ଚଳ ଏକତା ମଂଚ ମଂଚ ପକ୍ଷରୁ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମ ଆୟୋଜନ ରେ ଶାଖା ସଂଯୋଜକ ରାହୁଲ ଗୁପ୍ତା, ରାଜେଶ ସ୍ବାଇଁ, ଦେବାଶିଷ ବେହେରା, ଶଂକର ମେହେର, ଅଭିଷେକ ମହାରଣା, ଅମିତାଭ ମାଝୀ, ପଂକଜିନୀ ମେହେର, କାନ୍ତି ମେହେର, ସଂଯୁକ୍ତା ପ୍ରଧାନ, ସନ୍ତୋଷ ବଢାଇ କଲ୍ପନା ମିଶ୍ର, ଶୁଭମ ନାଥ ସୁବୋଧ ଦୋରା, ସୁଦାମ ମେହେର ,ଦେବୀ ପ୍ରସାଦ ଭୋଇ ପ୍ରମୁଖ ସହଯୋଗ କରିଥିଲେ।


News Comment




Photo in News

Advertisment
Lastest News
  ରାଜ୍ୟ  
ସେବା ସଂକଳ୍ପ ଅଭିଯାନ–୨୦୨୬ ଓ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ସୁନ୍ଦରଗଡ଼ରେ ‘ଓଡ଼ିଶା ପ୍ରୋମୋ ରନ୍’   27-Sep-2026
  ରାଜ୍ୟ  
ପର୍ଯ୍ୟଟନ ସ୍ଥଳୀ ଚାନ୍ଦଲି ପାହାଡ଼ ପରିସରରେ ‘ବିଶ୍ୱ ପର୍ଯ୍ୟଟନ ଦିବସ’ ପାଳିତ   27-Sep-2026
  ଜିଲ୍ଲା  
ବାଗବାଡ଼ି ଗ୍ରାମରେ ଅନନ୍ତ ଶୟନ ବିଷ୍ଣୁଙ୍କ ପୂଜା ମହୋତ୍ସବ   27-Sep-2026
  ଜିଲ୍ଲା  
ପି.ପି ଏକାଡେମି ୮୯ ମେଟ୍ରିକ ବ୍ୟାଚ୍ ତରଫରୁ ନୂଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମ   27-Sep-2026
  ଜିଲ୍ଲା  
ଯୋଗାଣ ସହାୟକ ଙ୍କ ଦାବି ପୁରଣ କରନ୍ତୁ ସରକାର - ନରସିଂହ   27-Sep-2026
  ଜିଲ୍ଲା  
ଦୀପକ ଦାସ ମୃତ୍ୟୁ ଘଟଣାରେ ଜଡିତ ଅପରାଧୀଙ୍କୁ ଗିରଫ କେବେ ? : କଂଗ୍ରେସ   27-Sep-2026
  ଜିଲ୍ଲା  
ମହାସମାରୋହରେ ହିନ୍ଦୀ ଦିବସ ପାଳିତ ‘ହିନ୍ଦୀ ହେଉ ହୃଦୟର ଭାଷା’: ମୁଖ୍ୟ ଅତିଥି   27-Sep-2026
  ଜିଲ୍ଲା  
*ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   26-Sep-2026
  ଜିଲ୍ଲା  
ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   26-Sep-2026
୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   26-Sep-2026
  ଜିଲ୍ଲା  
ନମାମି ଭାରତମ୍ କାର୍ଯ୍ୟକ୍ରମ   26-Sep-2026
  ଜିଲ୍ଲା  
ପିତୃପକ୍ଷ ଅବସରରେ ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଭୋଜନ ସେବା - ସେବା ହିଁ ସବୁଠାରୁ ବଡ଼ ଧର୍ମ   26-Sep-2026

You Might Also Like