-+91-9937148622 |
prerana_bgr@rediffmail.com |
Monday 28th September 2026 |
R.N.I. Regd No. ODIODI/2010/46693
Breaking News
31-Jul-2021
କେନ୍ଦ୍ରପଡା (ଶିବପ୍ରସାଦ ସେନାପତି) : ଆଜି କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଳକ୍ ଅନ୍ତର୍ଗତ ବଡ଼ବେତରା ପଞ୍ଚାୟତ ଭାରିଗୋଳ ଗ୍ରାମର ବୁଢ଼ା ମହାପୁରୁଷ ଙ୍କ ପୀଠ ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଗରଦପୁର ର ତହସିଲଦାର ଶ୍ରୀଯୁକ୍ତ ଅଶୋକ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଗ୍ରାମର ସମାଜସେବୀ ସୁଶାନ୍ତ କୁମାର ବାରିକ,ସୁରେନ୍ଦ୍ର
ନାଥ ବାରିକ,ଯୁଗଳ ମୋହନ ମଲ୍ଲିକ, ରବୀନ୍ଦ୍ରନାଥ ବାରିକ, ପ୍ରଶାନ୍ତ କୁମାର ସେଠୀ ,ବିପିନ କୁମାର ବାରିକ, ସନ୍ତୋଷ ମଲ୍ଲିକ ଓ ଗ୍ରାମର ଅନ୍ୟାନ୍ୟ ଯୁବକ ମାନେ ଆୟୋଜନ କରିଥିଲେ । ତହସିଲଦାର ଶ୍ରୀ ବେହେରା ବୃକ୍ଷ ରୋପଣ କରିବା ସହ ସ୍ଥାନୀୟ ବାସିନ୍ଦା ମାନଙ୍କ ସମସ୍ୟା ମଧ୍ୟ ଆଲୋଚନା କରିଥିଲେ।
ସେହିପରି ନାଗଣପୁର ପ୍ରାଥମିକ ବିଦ୍ୟାଳୟ ଓ କାବିଲପୁର ତ୍ରିନାଥ ମନ୍ଦିର ପ୍ରାଙ୍ଗଣ ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।