-+91-9937148622 |
prerana_bgr@rediffmail.com |
Saturday 20th June 2026 |
R.N.I. Regd No. ODIODI/2010/46693
Breaking News
29-Oct-2020
ପୁରୀ (ପ୍ରେରଣା ଖବର) ଆସନ୍ତା ନଭେମ୍ବର 27 ତାରିଖ ରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ | ଏହି ବେଶ ନେଇ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଥିବା ବେଳେ ଭୋର 4ଟା ରୁ ବେଶ ଆରମ୍ଭ କରାଯିବା ସହ ସକାଳ 7ଟା ମଧ୍ୟରେ ଶେଷ କରାଯିବ | ଏହାପରେ ଏହି ବେଶରେ ଗୋପାଳ ବଲ୍ଳଭ, ସକାଳ ଧୂପ, ବାଳ ଧୂପ, ଭୋଗ ମଣ୍ଡପ କରାଯାଇ ଦିନ ଦୁଇଟା ସୁଦ୍ଧା ବେଶ ମଇଲମ ହେବ | ପରେ ଅନ୍ୟାନ୍ୟ ନୀତି କରାଯାଇ ମଧ୍ୟାହ୍ନ ଧୂପ, ସନ୍ଧ୍ୟା ଧୂପ, ବଡ଼ସିଂହାର ବେଶ, ବଡ଼ସିଂହାର ଭୋଗ ଅନୁଷ୍ଠିତ ହେବ | ଚଳିତ ବର୍ଷ କୋଭିଡ 19 କଟକଣା ଥିବାରୁ ସାଧାରଣ ଭକ୍ତଙ୍କ ଦର୍ଶନ ବନ୍ଦ ରହିଛି |