-+91-9937148622 |
prerana_bgr@rediffmail.com |
Saturday 21st March 2026 |
R.N.I. Regd No. ODIODI/2010/46693
Breaking News
29-Jul-2021
ଟିଟିଲାଗଡ,(ପ୍ରେରଣା ଖବର) : କରୋନା ମହାମାରୀ ଯୋଗୁଁ ଲୋକଙ୍କ ଜୀବନ ନେବା ସହ ଲୋକଙ୍କ ଜୀବିକା ନିର୍ବାହ କରିବାର ବାଟ ବନ୍ଦ କରିଦେଲା । ଲୋକଙ୍କ ରୋଜଗାର ମଧ୍ୟ ଛଡ଼ାଇନେଲା, ସେ ଭିତରୁ ଟେଣ୍ଟ, ଲାଇଟ ଏବଂ ସାଉଣ୍ଡ ବ୍ୟବସାୟ ଅନ୍ୟତମ । ଏହି ବ୍ୟବସାୟୀ ତଥା କାର୍ଯ୍ୟରତ କର୍ମଚାରୀ ଗତ ବର୍ଷ ୨୦୨୦ ମାର୍ଚ୍ଚ ମାସ ଠାରୁ ଆଜି ଯାଏଁ କୋଭିଡ କଟକଣା ଯୋଗୁଁ ଲାଇଟ ଏବଂ ସାଉଣ୍ଡ ବ୍ୟବସ୍ଥା ସବୁ ବନ୍ଦ ହୋଇଯାଇଛି । ଧିରେ,ଧିରେ ଲକ ଡାଉନ୍ ଖୋଲୁଥିବା ବେଳେ ଲାଇଟ ଡିଯେ ସାଉଣ୍ଡକୁ କୁ ବି ଅନୁମତି ପ୍ରଦାନ କରିବାକୁ ଗୁହାରି କରିଛନ୍ତି ଟିଟିଲାଗଡ଼ ଲାଇଟ ଏବଂ ସାଉଣ୍ଡ ଆସୋସିଏସନ ।
ଆଜି ପ୍ରବଳ ବର୍ଷା ହେବା ସତ୍ବେ ଆସୋସିଏସନ ତରଫରୁ ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରୁ ଏକ ରେଲୀ ବାହାରି ଉପଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟ ପରିସରକୁ ଆସିଥିଲେ । ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଦାୟିତ୍ୱରେ ଥିବା ଅତିରିକ୍ତ ଉପଜିଲ୍ଲାପାଳଙ୍କୁ ମୂଖ୍ୟମନ୍ତ୍ରିଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରେରଣ କରିଛନ୍ତି । ଆସୋସିଏସନର ସଭାପତି ମନୀଷ ସୁନା, ଉପସଭାପତି ରସିକ ପୋଡ଼, ସହ ସମ୍ପାଦକ ତ୍ରିଲୋଚନ ନାଏକ, କୋଷାଧ୍ୟକ୍ଷ ମୁରଲୀ ପଟେଲ, ନାରାୟଣ ବଗର୍ତ୍ତି ଙ୍କ ସହ ମନୋଜ ଅଗ୍ରୱାଲ, ଶଙ୍କର ରାଓ, ବ୍ରହ୍ମାନନ୍ଦ ରଣା, ଅମୂଲ୍ୟ ମହାକୁର , ଧୃବ୍ରରାଜ ମାଝୀ ପ୍ରମୁଖ ସାମିଲ ଥିଲେ ।