-+91-9937148622 |
prerana_bgr@rediffmail.com |
Tuesday 17th March 2026 |
R.N.I. Regd No. ODIODI/2010/46693
Breaking News
26-Jul-2021
କଟକ(ଦୀପକ ଷଡଙ୍ଗୀ)- ଲେଖିକା ତଥା ସମାଜସେବୀ ମୀରା ବେଉରାଙ୍କୁ ବାରବାଟୀ ବିକାଶ ପରିଷଦ ପକ୍ଷରୁ ବାରବାଟୀ ସମ୍ମାନରେ ସମ୍ମାନିତ କରାଯାଇଛି । ଅନୁଷ୍ଠାନର ୨୫ବର୍ଷ ପୂର୍ତ୍ତି ଅବସରରେ ଗୁଗୁଲ ମିଟ୍ ମାଧ୍ୟମରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ସମାଜର ଦଳିତ, ଅସହାୟ ଓ ଅବହେଳିତ ମହିଳା ଏବଂ ଶିଶୁ ମାନଙ୍କ ବିକାଶ ଦିଗରେ ଲେଖିକା ମୀରା ବେଉରା କାମ କରୁଥିବା ବେଳେ ମେଧାବୀ ଗରୀବ ଛାତ୍ରଛାତ୍ରୀ ମାନଙ୍କୁ ମାଗଣାରେ ପାଠ ପଢ଼ାଇବା ଦିଗରେ ସେ ସମସ୍ତଙ୍କ ପାଇଁ ଏକ ଉଦାହରଣ ସାଜିଛନ୍ତି । ଏଥିସହିତ ସାଂପ୍ରତିକ ସମସ୍ୟା ଉପରେ ତାଙ୍କର ସଚେତନତା ଧର୍ମୀ ଲେଖା ରାଜ୍ୟର ବିଭିନ୍ନ ଖବରକାଗଜରେ ପ୍ରକାଶିତ ହୋଇ ଉଚ୍ଚ ପାଠକୀୟ ଆଦୃତି ଲାଭ କରିଛି ।