-+91-9937148622 |
prerana_bgr@rediffmail.com |
Sunday 11th October 2026 |
R.N.I. Regd No. ODIODI/2010/46693
Breaking News
15-Jul-2021
ଭୁବନେଶ୍ବର (ପ୍ରେରଣା ଖବର ବ୍ୟୁରୋ) : ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ କ୍ରିକେଟ ଟିମର ଜଣେ ଖେଳାଳି କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି। ସଂପୃକ୍ତ ଖେଳାଳି ହୋମ୍ କ୍ୱାରେଣ୍ଟାଇନରେ ଏବେ ଥିବା ଜଣାପଡ଼ିଛି। ଖେଳାଳି ଜଣଙ୍କ ଇଂଲଣ୍ଡରେ ତାଙ୍କ ସମ୍ପର୍କୀୟଙ୍କ ଘରେ କ୍ୱାରେଣ୍ଟାଇନରେ ରହିଥିବା ଜଣାପଡ଼ିଛି। ଏବେ ସେହି ଖେଳାଳିଙ୍କ ସମ୍ପର୍କରେ ଆସିଥିବା ଅନ୍ୟ ଖେଳାଳି ବି ହୋମ୍ ଆଇସୋଲେସନରେ ରହିଥିବା ସୂଚନା ରହିଛି। ତିନି ଦିନିଆ ହୋମ୍ ଆଇସୋଲେଶନ ଶେଷ କରିବା ପରେ ସେମାନଙ୍କର କୋଭିଡ ପରୀକ୍ଷା ହେବ। ଯଦି ରିପୋର୍ଟ ନେଗେଟିଭ୍ ରହିବ ତାହେଲେ ପ୍ରାକ୍ଟିସ କରିବାକୁ ଅନୁମତି ମିଳିବ। ତେବେ କରୋନାରେ ସଂକ୍ରମିତ ହୋଇଥିବା ଖେଳାଳିଙ୍କ ନାଁ ଗୁପ୍ତ ରଖାଯାଇଛି।