-+91-9937148622 |
prerana_bgr@rediffmail.com |
Thursday 13th August 2026 |
R.N.I. Regd No. ODIODI/2010/46693
Breaking News
14-Jul-2021
ନୟାଗଡ, (ପ୍ରଦୀପ କୁମାର ପଣ୍ଡା )କେନ୍ଦ୍ର ତଥା ଓଡିଶା ସରକାର ଗ୍ରାମାଞ୍ଚଳ ର ଉନ୍ନତି ଉଦେଶ୍ୟରେ ପ୍ରତ୍ୟେକ ଗ୍ରାମରେ ପକ୍କା ଘର ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି | କିନ୍ତୁ ତୃଣ ମୂଳ ସ୍ତରରେ କିଛି ଟାଉଟର ଙ୍କ ଅମାନବିକତା କାର୍ଯ୍ୟ ପାଇଁ ଅନେକ ଯୋଗ୍ୟ ହିତାଧିକାରୀ ଛାତ ତଳେ ଶୋଇବା ର ଦେଖିଥିବା ସ୍ବପ୍ନ ରୁ ବଞ୍ଚିତ ହେଉଛନ୍ତି |ଖଣ୍ଡପଡା ବ୍ଲକ ଅଧିନ ଗଡିଆସାହି ପଂଚାୟତ ର ୫0 ରୁ ଉର୍ଦ୍ଧ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକା ବାଦପଡିଛନ୍ତି l ସୂଚନାମୁତାବକ ଗଡିଆସାହି ପଂଚାୟତ ଅଧିନ ରାମଚଣ୍ଡୀ ପ୍ରସାଦ ଗ୍ରାମର ଅନେକ ବ୍ୟକ୍ତି ଙ୍କ ନାମ ହିତାଧିକାରୀ ତାଲିକା ଭୁକ୍ତ ଥିଲା l ମାତ୍ର ପରବର୍ତ୍ତୀ ସମୟ ରେ ପ୍ରଶାସନ ପକ୍ଷରୁ ପ୍ରକାଶିତ ହିତାଧିକାରୀ ତାଲିକା ରୁ ବାଦ ପଡିଥିବା ବ୍ୟକ୍ତି ମାନେ ଏ ସମ୍ପର୍କ ରେ ଖଣ୍ଡପଡ଼ା ବ୍ଲକ ପ୍ରଶାସନ ର ଦୃଷ୍ଟିଆକର୍ଷଣ କରି କୌଣସି ସୁଫଳ ନ ପାଇବାରୁ ପଂଚାୟତ କାର୍ଯ୍ୟାଳୟ କୁ ଘେରିଥିବା ଜଣାପଡିଛି l ଏ ସମ୍ପର୍କରେ ଗଡିଆସାହି ପଂଚାୟତ ର ସରପଞ୍ଚ ବିପିନ କୁମାର ସାମଲ ଙ୍କୁ ଯୋଗାଯୋଗ କରିବାରେ ସେ ଏଥି ପ୍ରତି ଦୃଷ୍ଟି ଦେବେ ବୋଲି କହିଛନ୍ତି l ବ୍ଲକ ଓ ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବାସହିତ ଯୁଦ୍ଧ କାଳୀନ ଭିତିରେ ପଦକ୍ଷେପ ନେବାପାଇଁ ହିତାଧିକାରୀ ମାନେ ଦାବି କରିଛନ୍ତି l