-+91-9937148622 |

prerana_bgr@rediffmail.com |

  Sunday 11th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବିଜୟପଲ୍ଲୀ ସଂସ୍କୃତ ମହାବିଦ୍ୟାଳୟରେ ଜୁଭେନ୍ତିକା କାର୍ଯ୍ୟକ୍ରମ   (11-Oct-2026)       ||      ସ୍ମାର୍ଟ କ୍ଲାସ୍‌ରୁମ୍‌ରେ ତାଲା, ୨୫ ଦିନ ଧରି ବିଜୁଳି ନାହିଁ♦️ ବିଦ୍ୟୁତ୍‌ ଅଭାବରେ ଅଚଳ ସ୍ମାର୍ଟବୋର୍ଡ, ତାତିରେ ସିଝୁଛନ୍ତି ଛାତ୍ରଛାତ୍ରୀ; ସମସ୍ୟା ନେଇ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ଗ୍ରାମବାସୀ   (11-Oct-2026)       ||      ଓଡ଼ିଶା ସୂଚନା ସେବା ସଂଘର ବାର୍ଷିକ ଉତ୍ସବ ୨୦୨୬ ଅନୁଷ୍ଠିତ କ୍ୟାଡର ସୁଦୃଢ଼ୀକରଣ ଓ ବୃତ୍ତିଗତ ଉତ୍କର୍ଷତା ଉପରେ ଗୁରୁତ୍ୱ   (11-Oct-2026)       ||      ବଳିଟିକ୍ରା - ବୁରୋମୁଣ୍ଡା ରାସ୍ତା ରେ ଦୁଇ ବାଇକ୍ ମୁହାମୁହିଁ ଧକ୍କା, ଜଣେ ମୃତ,   (11-Oct-2026)       ||      ବଲାଙ୍ଗୀରରେ କାଂସିରାମ ଜୀଙ୍କ ୨୦ତମ ପରିନିର୍ବାଣ ଦିବସ ପାଳିତ   (10-Oct-2026)       ||      ବିଜେପି ରେ ଯୋଗ ଦେଲେ ବଲାଙ୍ଗୀର ଜିଲ୍ଲାର ବୋହୁ ସମାଜସେବୀ ଓ ଲେଖିକା ଡ. ସଂଗୀତା ମହାପାତ୍ର    (10-Oct-2026)       ||      ମା ସମେଲେଶ୍ୱ ରି ଙ୍କ ଧବଳ ମୁଖି ବେଶ    (10-Oct-2026)       ||      ମାଁ ମାଣିକେଶ୍ୱରି ଆଞ୍ଚଲିକ କୈବର୍ତ୍ତ ସମାଜ ର କମିଟି ଗଠନ   (10-Oct-2026)       ||      ପାଟଣେଶ୍ୱରୀ ଙ୍କ ନବରାତ୍ର ପୂଜା ଆରମ୍ଭ♦️ କଳସ ଶୋଭାଯାତ୍ରା ରେ ସାମିଲ ହେଲେ ଶ୍ରଦ୍ଧାଳୁ    (10-Oct-2026)       ||      ଜିଲ୍ଳା ପ୍ରଶାସନ ପକ୍ଷରୁ ଭୋଟର ତାଲିକା ପ୍ରସ୍ତୁତି ସମ୍ବନ୍ଧୀୟ ଘରକୁ ଘର ସର୍ଭେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ   (10-Oct-2026)       ||      ନାଟ୍ୟଶ୍ରୀ ଗଦାଧର ବାରିକ ପାଇବେ ଗୁରୁ ଭଗବାନ ସାହୁ ସ୍ମୃତି ସମ୍ମାନ    (10-Oct-2026)       ||      ଆଇନ ସେବା ପ୍ରାଧିକରଣ ପକ୍ଷରୁ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ    (10-Oct-2026)       ||      ଇକୋ କ୍ଲବ୍ ପକ୍ଷରୁ ୭୨ ତମ ବିଶ୍ଵ ବନ୍ୟପ୍ରାଣୀ ସପ୍ତାହ ପାଳିତ   (10-Oct-2026)       ||      ଟିଟଲାଗଡ ବ୍ଲକ ସିଲୁଆଁ ଗ୍ରାମ୍ ବାସିନ୍ଦା ତିନି ମାସ ହେଲାଣି ପାଇ ନାହାନ୍ତି ପିଇବା ପାଣି ? ଶେଷରେ ଗ୍ରାମବାସୀ ନିଜେ କରୁଛନ୍ତି ବ୍ୟବସ୍ଥା    (10-Oct-2026)       ||      ଟିଟଲାଗଡ ବ୍ଲକ ସିଲୁଆଁ ଗ୍ରାମ୍ ବାସିନ୍ଦା ତିନି ମାସ ହେଲାଣି ପାଇ ନାହାନ୍ତି ପିଇବା ପାଣି ? ଶେଷରେ ଗ୍ରାମବାସୀ ନିଜେ କରୁଛନ୍ତି ବ୍ୟବସ୍ଥା    (10-Oct-2026)       ||      ଦେଓଗାଁ ଡିଗ୍ରୀ କଲେଜରେ ‘ନିଶାମୁକ୍ତ ଯୁବା, ବିକଶିତ ଭାରତ’ ଅଭିଯାନ ଅନ୍ତର୍ଗତ ଯୁବ ସଂବାଦ ମେଳା ଅନୁଷ୍ଠିତ   (10-Oct-2026)       ||      ଦେଓଗାଁ ଡିଗ୍ରୀ କଲେଜରେ ‘ନିଶାମୁକ୍ତ ଯୁବା, ବିକଶିତ ଭାରତ’ ଅଭିଯାନ ଅନ୍ତର୍ଗତ ଯୁବ ସଂବାଦ ମେଳା ଅନୁଷ୍ଠିତ   (10-Oct-2026)       ||      ସମିତି ସଭ୍ୟ ଅଚ୍ୟୁତାନନ୍ଦ ନାୟକ ହତ୍ୟାକୁ ମାସେ ପୁରିଲା ପୁଲିସ ହାତ ଖାଲି    (10-Oct-2026)       ||      ପିଏମ୍ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବରଗଡ଼ରେ ‘ଜୁଭେଣ୍ଟିକା’ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ   (09-Oct-2026)       ||      ଛାତ୍ର ସଂସଦ ନିର୍ବାଚନ: ସରିଲା ନାମାଙ୍କନ♦️ କଣ୍ଟାମାଳ କଲେଜ ରୁ ୧୮ଜଣ କଲେ ନାମାଙ୍କନ ୫ଜଣ ନିର୍ଦ୍ୱନ୍ଦ୍ୱ ରେ ନିର୍ବାଚିତ, ଜଣଙ୍କ ପ୍ରାର୍ଥୀପତ୍ର ନାକଚ    (09-Oct-2026)       ||     

HOME   ଜିଲ୍ଲା

ସଂଗଠକ ତଥା ଯୁବକ ଙ୍କ ମାର୍ଗଦର୍ଶକ ମିତ୍ର ଭାନୁ ବଗର୍ତ୍ତୀ ଙ୍କ ବିୟୋଗ ରେ ଗାଁ ଓ ସୋନପୁର ବ୍ଲକ ଅଂଚଳ ରେ ଶୋକ

14-Jul-2021



ସୋନପୁର(ମନୋରଞ୍ଜନ ତ୍ରିପାଠୀ) : ଦୀର୍ଘ ଦୁଇ ମାସ ଯାଏ କୋଭିଡ ସଂକ୍ରମଣ ରେ ସଂକ୍ରମିତ ହୋଇ  ପ୍ରଥମେ  ସୋନପୁର ଓ ପରେ ଭୁବନେଶ୍ୱର ସୋମ କୋଭିଡ  ମେଡିକାଲ ରେ ଚିକିତ୍ସିତ ହୋଇ ଶେଷରେ ଗାଁ କୁ ଫେରି ଗତ କାଲି ମଙ୍ଗଳବାର  ମୃତ୍ୟୁବରଣ କରିଛନ୍ତି  ଵିଶିମୁଣ୍ଡା ଗାଁ ତଥା ସୋନପୁର ବ୍ଲକ ଅଞ୍ଚଳ  ର ଖୁବ ପରିଚିତ  63 ବର୍ଷୀୟ ବ୍ୟକ୍ତି   ମିତ୍ରଭାନୁ ବଗର୍ତ୍ତୀ l ଜଣେ ଶାନ୍ତ, ନମ୍ର, ଭଦ୍ର, ଅମାୟିକ ବ୍ୟକ୍ତିତ୍ୱ ସେ l  ପିଲା ବେଳ ରୁ  ଗାଁ  ଓ ଏ ଅଞ୍ଚଳ  ଯୁବକ ମାନଙ୍କ ପ୍ରେରଣା ର ଉତ୍ସ ପାଲଟିଥିବା ଜଣେ ସୁ -ସଂଗଠକ ଓ ମାର୍ଗଦର୍ଶକ ଭାବେ ଶ୍ରୀ ବଗର୍ତ୍ତୀ  ଖୁବ ଖ୍ୟାତି ଅର୍ଜନ କରିଥିବାରୁ ଗତ କାଲି ତାଙ୍କ ଦେହାନ୍ତ ଖବର ଵିଶିମୁଣ୍ଡା ଗାଁ ପଞ୍ଚାୟତ ସମେତ ସମଗ୍ର ସୋନପୁର ବ୍ଲକ ଅଞ୍ଚଳ ରେ ଶୋକ ଖେଳିଯାଇଛି l ଗତ କାଲି ମଙ୍ଗଳବାର ରାତି ରେ ଗାଁ ସ୍ୱର୍ଗ ଦ୍ୱାର ରେ  ସ୍ବର୍ଗୀୟ ବଗର୍ତ୍ତୀ ଙ୍କ ଅନ୍ତିମ ସଂସ୍କାର କରାଯାଇଥିବା ବେଳେ ସ୍ଥାନୀୟ ସରପଞ୍ଚ ମଧୁ ସୁଦନ ଓତା, ପ୍ରାକ୍ତନ ସରପଞ୍ଚ ମଙ୍ଗଳ ତାଣ୍ଡି, ଜ଼ିଲ୍ଲା  ବିଜେପି ନେତା ପ୍ରମୋଦ ମହାପାତ୍ର, ସୁରେଶ ମିଶ୍ର, ବଲାଙ୍ଗୀର  ର ଯୁବ କଂଗ୍ରେସ ନେତା ଚନ୍ଦ୍ରମଣି ତ୍ରିପାଠୀ, ମେଣ୍ଡା ର ରାମ ଶଙ୍କର ମହାପାତ୍ର , ଗାଁ ଫୋରେଷ୍ଟ କର୍ମଚାରୀ ଙ୍କ ସମେତ ଏ ଅଞ୍ଚଳ ର ବହୁ  ମାନ୍ୟ ଗଣ୍ୟ ଯୁବକ, ବୁଦ୍ଧିଜୀବୀ,  ସମାଜସେବୀ ଶ୍ରୀ ବଗର୍ତ୍ତୀ ଙ୍କ ମର ଶରୀର କୁ  ଅନ୍ତିମ ଦର୍ଶନକରି ଶେଷ ସମ୍ମାନ ଜଣାଇଥିଲେ l ଅଭାବ ଅସୁବିଧା ରେ ଥିଲେ ଵି  ଶ୍ରୀ ବଗର୍ତ୍ତୀ ଜୀବନ ରେ କେବେ ନିଜ  ସ୍ଵଭାଵ କୁ ବିଗାଡି ନ ଥିଲେ l ମଣିଷ ଙ୍କ ଭିତରେ ଜଣେ ଭଲ ଓ଼ ଭାରି ସ୍ୱାଭିମାନୀ ମଣିଷ ଥିଲେ  ସେ l  ଫରେଷ୍ଟ ବିଭାଗ ଗାଁ ଅଫିସ ରେ  ଅସ୍ଥାୟୀ ଭାବେ ମୁନସୀ  କାର୍ଯ୍ୟ କରି କେନ୍ଦୁ ପତ୍ର ତୋଳାଳୀ ଙ୍କ ଲାଗି ମଧ୍ୟ ଦୀର୍ଘ ବର୍ଷ ଉତ୍ସର୍ଗୀକୃତ ସେବା ଦେଇଥିଲେ l ଗାଁ ର ଯୁବକ ଙ୍କୁ ସବୁବେଳେ ଏକତ୍ରିତ ରଖି ଗାଁ ର  ବିକାଶ ଓ଼ ସାମୁହିକ ସ୍ୱାର୍ଥ ପାଇଁ ସେ ପ୍ରାଣ ପଣେ ଚେଷ୍ଟା କରୁଥିଲେ l  ଆଉ ମିଷ୍ଠ ଭାଷା, ଭଲ ବ୍ୟବହାର ଦ୍ୱାରା  ଦଳ ମତ ନିର୍ବିଶେଷରେ ସବୁ ରାଜନୈତିକ ଦଳ ନେତା ଙ୍କ ସହ ସେ  ସୁ -ସମ୍ପର୍କ ଗଢ଼ିଥିଲେ l ଗ୍ରାମ ଦେବୀ ମନ୍ଦିର ଓ଼ ଫୁଟବଲ ଷ୍ଟାଡିଅମ ନିର୍ମାଣ ସମେତ  ଗାଁ ର ଅନେକ ଉନ୍ନୟନ ମୂଳକ କାର୍ଯ୍ୟ ରେ ତାଙ୍କ ଉଲ୍ଲେଖନୀୟ ଅବଦାନ ରହିଥିବା ବେଳେ ଫୁଟବଲ ହେଉ କି କ୍ରିକେଟ, ରାଜନୀତି ହେଉ କି ସାମାଜିକ ଉତ୍ସବ ସବୁଠି  ଗାଁ ଇଜ୍ଜତ ଓ ଜିତ ପାଇଁ ସେ ସବୁବେଳେ ଜିଦ ଧରୁ ଥିଲେ  l ଶ୍ରୀ ବଗର୍ତ୍ତୀ ଅସୁସ୍ଥ  ହେଲା ପରେ ଗାଁ ର ଯୁବକ ଶ୍ୟାମସୁନ୍ଦର ଶତପଥି  ତାଙ୍କୁ ପାଖ ସି -ଏଚ -ସି ନାଇକେନପାଲି କୁ ଚିକିତ୍ସା ପାଇଁ ନେଇଥିଲେ l ସେଠାରେ କୋଭିଡ ଟେଷ୍ଟ କରି ସଂକ୍ରମିତ ଜଣାପଡିଲା ପରେ ଗାଁ ଯୁବକଙ୍କ ସହାୟତା ରେ  ସୁବର୍ଣ୍ଣପୁର କୋଭିଡ ମେଡିକାଲ ରେ ଭର୍ତି କରି କିଛି ଦିନ ଚିକିତ୍ସା କରାଇଥିଲେ l  କିନ୍ତୁ ଅକ୍ସିଜେନ ଲେବେଲ କମି ଯିବା ଯୋଗୁଁ ଡାକ୍ତର ମାନେ ଅନ୍ୟତ୍ର ବଡ଼ ମେଡିକାଲ କୁ ନେବା ପାଇଁ ପରିବାର ଲୋକ ଙ୍କୁ ସୂଚନା ଦେଇଥିଲେ l ବଡ଼ ମେଡିକାଲ  ନେବା କୁ ପରିବାର    ଲୋକେ ଯେତେବେଳେ ଅସହାୟ ପ୍ରକାଶ କରିଥିଲେ, ଠିକ ସେତିକିବେଳେ  ବେଳେ ସହାୟତା ର ହାତ ବଢ଼ାଇଥିଲେ ଗାଁ ସରପଞ୍ଚ ମଧୁସୁଦନ ଓତା, ବଲାଙ୍ଗୀର ର ଯୁବ ନେତା ଚନ୍ଦ୍ରମଣି ତ୍ରିପାଠୀ ଓ଼ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ l ସମ୍ବଲପୁର ରୁ ସ୍ପେଶାଲ ଆମ୍ବୁଲାନ୍ସ ଡକାଇ ଶ୍ରୀ ବଗର୍ତ୍ତୀ ଙ୍କୁ ସୋନପୁର ରୁ ଭୁବନେଶ୍ୱର ସୋମ ହସ୍ପିଟାଲ କୁ ନେଇ ଏଡମିଟ କରାଇ ସ୍ୱତନ୍ତ୍ର ଚିକିତ୍ସା ଲାଗି ମଧ୍ୟ ଦୀର୍ଘ ଏକ ମାସ ଯାଏ ମେଡିକାଲ କର୍ତୃପକ୍ଷ ଙ୍କ ସହ ପରାମର୍ଶ ଜାରି ରଖିଥିଲେ l ଵିଧି ର ବିଧାନ କୁ ତ କେହି ଅଟକାଇପାରିବେନି l ହେଲେ ଗୋଟାଏ ପରିବାର ର  ଅସମୟରେ  ସ୍ଥାନୀୟ ସରପଞ୍ଚ ଓ ମନ୍ତ୍ରୀ ଙ୍କ ସହାୟତା ଓ଼ ଏଇ  ପ୍ରୟାସ କୁ ଏ ଅଞ୍ଚଳ ଲୋକେ ପ୍ରଶଂସା କରିଛନ୍ତି l ଶ୍ରୀ ବଗର୍ତ୍ତୀ ଙ୍କ ସ୍ମ୍ରୁତି ପାଇଁ ଗାଁ ରେ ଏକ ପ୍ରକଳ୍ପ ନିର୍ମାଣ କରାଇ ତାଙ୍କ ନାଁ ରେ ନାମିତ କଲେ ତାହା ତାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି ଗାଁ ଯୁବକ ମାନେ ପ୍ରଶାସନ ଓ଼ ଜନ ପ୍ରତିନିଧି ଙ୍କୁ ଅନୁରୋଧ କରିଛନ୍ତି l   ଶ୍ରୀ ବଗର୍ତ୍ତୀ ଙ୍କ ମୃତ୍ୟୁ ଖବର ପାଇ  ସୁନ୍ଦରଗଡ଼ ରୁ  ଗୋବିନ୍ଦ ପାତ୍ର, ମାଲକାନଗିରି ରୁ ବୈକୁଣ୍ଠ ପାତ୍ର, କେଦ୍ରାପଡ଼ା ରୁ  ସୋନପୁର  ର  ଲେପ୍ରା ଇଣ୍ଡିଆ ପ୍ରାକ୍ତନ  ପ୍ରୋଜେକ୍ଟ ଡ଼ାଇରେକ୍ଟର ନାରାୟଣ ମଲିକ ଓ଼ ରେଲୱେ ଅଧିକାରୀ କେତନ ମଲିକ,    ବୌଦ୍ଧ ଜ଼ିଲ୍ଲା ରୁ ପ୍ରଦ୍ୟୁମ୍ନ ରଥ,

ଜୟରାମ ମେହେର, ସମୀର ଖଟୁଆ, ଭୁବନେଶ୍ୱର ରୁ ଡ଼କ୍ଟର ଦେବବ୍ରତ ବାରିକ, ବଲାଙ୍ଗୀର ରୁ ପ୍ରଧ୍ୟାପକ କୃଷ୍ଣ ଚନ୍ଦ୍ର ଶତପଥି, ସରୋଜ ମିଶ୍ର, ପଦ୍ମ ନାଭ ଗୁରୁ, ହୀରାକୁଦ ରୁ ଅଖୁଜ ବକ୍ସି,  ସୋନପୁର ରୁ ସାମ୍ବାଦିକ ପ୍ରକାଶ ବେବର୍ତ୍ତା,  ମନୋରଞ୍ଜନ ତ୍ରିପାଠୀ, ଏଡ଼ଭୋକେଟ ନନ୍ଦ କିଶୋର ତ୍ରିପାଠୀ, ଅଶ୍ଵିନୀ ତ୍ରିପାଠୀ, ପ୍ରାଣବନ୍ଧୁ ଦେହୁରୀ, ପ୍ରଫୁଲ୍ଲ ନାଏକ, ଲଷ୍ମୀ ଥାନାପତି, ଆନନ୍ଦ ପାତ୍ର, ଜନ୍ମଞ୍ଜୟ ପାତ୍ର, ଅରକ୍ଷିତ ପାତ୍ର, ଲଡ଼ୁକିଶୋର ମଲ୍ଲିକ, ଚୌଧୁରୀ ବିଭାର, ତ୍ରିଲୋଚନ ବକ୍ସି, ପଠାନ୍ ପଣ୍ଡା, ପ୍ରମୁଖ   ଅଗଣିତ ଶୁଭେଛୁ ମର୍ମାହତ ଓ଼  ଗଭୀର ଦୁଃଖ ପ୍ରକାଶ କରି ସ୍ବର୍ଗୀୟ ଆତ୍ମା ର ଶାନ୍ତି ସଦଗତି କାମନା କରିଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
ବିଜୟପଲ୍ଲୀ ସଂସ୍କୃତ ମହାବିଦ୍ୟାଳୟରେ ଜୁଭେନ୍ତିକା କାର୍ଯ୍ୟକ୍ରମ   11-Oct-2026
  ଜିଲ୍ଲା  
ସ୍ମାର୍ଟ କ୍ଲାସ୍‌ରୁମ୍‌ରେ ତାଲା, ୨୫ ଦିନ ଧରି ବିଜୁଳି ନାହିଁ♦️ ବିଦ୍ୟୁତ୍‌ ଅଭାବରେ ଅଚଳ ସ୍ମାର୍ଟବୋର୍ଡ, ତାତିରେ ସିଝୁଛନ୍ତି ଛାତ୍ରଛାତ୍ରୀ; ସମସ୍ୟା ନେଇ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ଗ୍ରାମବାସୀ   11-Oct-2026
  ରାଜ୍ୟ  
ଓଡ଼ିଶା ସୂଚନା ସେବା ସଂଘର ବାର୍ଷିକ ଉତ୍ସବ ୨୦୨୬ ଅନୁଷ୍ଠିତ କ୍ୟାଡର ସୁଦୃଢ଼ୀକରଣ ଓ ବୃତ୍ତିଗତ ଉତ୍କର୍ଷତା ଉପରେ ଗୁରୁତ୍ୱ   11-Oct-2026
  ଜିଲ୍ଲା  
ବଳିଟିକ୍ରା - ବୁରୋମୁଣ୍ଡା ରାସ୍ତା ରେ ଦୁଇ ବାଇକ୍ ମୁହାମୁହିଁ ଧକ୍କା, ଜଣେ ମୃତ,   11-Oct-2026
  ଜିଲ୍ଲା  
ବଲାଙ୍ଗୀରରେ କାଂସିରାମ ଜୀଙ୍କ ୨୦ତମ ପରିନିର୍ବାଣ ଦିବସ ପାଳିତ   10-Oct-2026
  ଜିଲ୍ଲା  
ବିଜେପି ରେ ଯୋଗ ଦେଲେ ବଲାଙ୍ଗୀର ଜିଲ୍ଲାର ବୋହୁ ସମାଜସେବୀ ଓ ଲେଖିକା ଡ. ସଂଗୀତା ମହାପାତ୍ର   10-Oct-2026
  ଜିଲ୍ଲା  
ମା ସମେଲେଶ୍ୱ ରି ଙ୍କ ଧବଳ ମୁଖି ବେଶ   10-Oct-2026
  ଜିଲ୍ଲା  
ମାଁ ମାଣିକେଶ୍ୱରି ଆଞ୍ଚଲିକ କୈବର୍ତ୍ତ ସମାଜ ର କମିଟି ଗଠନ   10-Oct-2026
  ଜିଲ୍ଲା  
ପାଟଣେଶ୍ୱରୀ ଙ୍କ ନବରାତ୍ର ପୂଜା ଆରମ୍ଭ♦️ କଳସ ଶୋଭାଯାତ୍ରା ରେ ସାମିଲ ହେଲେ ଶ୍ରଦ୍ଧାଳୁ   10-Oct-2026
  ଜିଲ୍ଲା  
ଜିଲ୍ଳା ପ୍ରଶାସନ ପକ୍ଷରୁ ଭୋଟର ତାଲିକା ପ୍ରସ୍ତୁତି ସମ୍ବନ୍ଧୀୟ ଘରକୁ ଘର ସର୍ଭେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ   10-Oct-2026
  ଜିଲ୍ଲା  
ନାଟ୍ୟଶ୍ରୀ ଗଦାଧର ବାରିକ ପାଇବେ ଗୁରୁ ଭଗବାନ ସାହୁ ସ୍ମୃତି ସମ୍ମାନ   10-Oct-2026
  ଜିଲ୍ଲା  
ଆଇନ ସେବା ପ୍ରାଧିକରଣ ପକ୍ଷରୁ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ   10-Oct-2026

You Might Also Like