-+91-9937148622 |
prerana_bgr@rediffmail.com |
Monday 9th March 2026 |
R.N.I. Regd No. ODIODI/2010/46693
Breaking News
28-Oct-2020
ଆମେରିକାର ମହାକାଶ ଗବେଷଣା କେନ୍ଦ୍ର ନାସା ଚନ୍ଦ୍ର ପୃଷ୍ଠରେ ପାଣିର ସନ୍ଧାନ ପାଇଥିବା ନେଇ ଏକ ରୋମାଂଚକର ଘୋଷଣା କରିଛି । ସବୁଠାରୁ ବଡ କଥା ହେଲା ନାସାର ଦାବି ଅନୁସାରେ, ଚନ୍ଦ୍ରପୃଷ୍ଠରେ ଦକ୍ଷିଣ ଗୋଲାର୍ଦ୍ଧର ସେହି ସେହି ସ୍ଥାନରେ ପାଣି ଅଛି ଯେଉଁଠି ସୂର୍ଯ୍ୟଙ୍କ କିରଣ ପଡୁଛି । ପାଣିର ଅନୁସନ୍ଧାନ ନାସାର ଷ୍ଟ୍ରାଟୋଫେରିକ ଅବଜେରଭୋଟୋରି ଫର ଇନଫ୍ରେଡ ଆଷଟ୍ରୋନୋମି, ସୋଫିଆ କରିଛି! ନାସାର ବିଜ୍ଞାନ ମିଶନ ନିର୍ଦ୍ଦେଶାଳୟର ଏଷ୍ଟ୍ରୋଫିଜିକ୍ସ ବିଭାଗର ନିର୍ଦ୍ଦେଶକ ପଲ ହର୍ଜ କହିଛନ୍ତି, ପ୍ରଥମେ ଚନ୍ଦ୍ର ପୃଷ୍ଠରେ ଜଳ କଣା ଥାଇପାରେ ବୋଲି ସଙ୍କେତ ମିଳିଥିଲା । ଆଉ ଏବେ ଜଳକଣାର ସନ୍ଧାନ ମିଳିଛି । ଏହା ବୈଜ୍ଞାନିକଙ୍କ ଗବେଷଣାକୁ ଆହୁରି ଆଗକୁ ବଢାଇବ ବୋଲି କହିଛନ୍ତି ପଲ ହର୍ଜ । ତେବେ ବହୁ କମ ମାତ୍ରାରେ ଜହ୍ନରେ ଜଳ କଣା ଠାବ ହୋଇଥିବାରୁ ଏବେ ପ୍ରଶ୍ନ ଉଠୁଛି ଚନ୍ଦ୍ର ପୃଷ୍ଠରେ ପାଣି କେମିତି ତିଆରି ହୁଏ!!*