-+91-9937148622 |
prerana_bgr@rediffmail.com |
Monday 17th August 2026 |
R.N.I. Regd No. ODIODI/2010/46693
Breaking News
10-Jul-2021
ଉଲୁଣ୍ଡା(ଗୌରଚନ୍ଦ୍ର ପରିଛା) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ନାକଡେଇଁ ନିକଟ ସଂରକ୍ଷିତ ଚାନ୍ଦିଲି ଜଙ୍ଗଲରୁ ବନବିଭାଗ ଏକ ଭାଲୁର ମୃତଦେହ ଉଦ୍ଧାର କରିଛି । ସୂଚନା ଅନୁସାରେ ଆଜି ସକାଳୁ ବନବିଭାଗ କର୍ମଚାରୀ ମାନେ ଉକ୍ତ ଜଙ୍ଗଲରେ ପେଟ୍ରୋଲିଂ କରୁଥିଲେ । ତେବେ ସେଠାରେ ଏକ ଭାଲୁ ମରି ପଡିଥିବା ଦେଖିଥିଲେ । ସେଠାରୁ ଭାଲୁର ଶବକୁ ଜବତ କରିଥିଲେ । ତେବେ ଭାଲୁର ମୃତ୍ୟୁ କେଉଁ କାରଣରୁ ହୋଇଛି ସ୍ପଷ୍ଟ ହୋଇନଥିବା ବେଳେ ଭାଲୁର ବୟସ ୩ ବର୍ଷ ବୋଲି ଜଣାପଡିଛି । ପରେ ଉଲୁଣ୍ଡା ପ୍ରାଣୀ ଚିକିତ୍ସା ଅଧିକାରୀ ଭାଲୁୁର ଶବକୁ ବ୍ୟବଚ୍ଛେଦ କରିବା ପରେ ଶବକୁ ପୋତି ଦିଆଯାଇଥିବା ଫରେଷ୍ଟର ପ୍ରସନ୍ନ ନାଏକ ସୂଚନା ଦେଇଛନ୍ତି ।