-+91-9937148622 |
prerana_bgr@rediffmail.com |
Tuesday 18th August 2026 |
R.N.I. Regd No. ODIODI/2010/46693
Breaking News
09-Jul-2021
କଣ୍ଟାବାଞ୍ଜି (ଆନନ୍ଦ କୁମାର ମୋଟେ ) କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ଦରଦାମ ବୃଦ୍ଧି ପ୍ରତିବାଦରେ କଣ୍ଟାବାଞ୍ଜି ନଗର କଂଗ୍ରେସ ପକ୍ଷରୁ ସାଇକେଲ ରେଲି ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ନଗର କଂଗ୍ରେସ ସଭାପତି ଡମ୍ବରୁଧର ବେହେରାଙ୍କ ନେତୃତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ଥାନିୟ ବିଧାୟକ ସନ୍ତୋଷ ସିଂ ସାଲୁଜା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । କଂଗ୍ରେସ ଅଫିସରୁ ବିଧାୟକ ଏବଂ ତାଙ୍କ ସମର୍ଥକ ମାନେ ସାଇକେଲ ରେଲିରେ ସହର ମୁଖ୍ୟ ରାସ୍ତା ଦେଇ ସିଂଗଳପଡା ପହଂଚିଥିଲେ । ସେଠାରେ ଏକ ପ୍ରତିବାଦ ସଭା କରିବା ସହ ଲୋକଙ୍କୁ ଦରଦାମ ବୃଦ୍ଧି ଉପରେ ସଚେତନ କରିଥିଲେ । କେନ୍ଦ୍ର ସରକାର ଦିନକୁ ଦିନ ପେଟ୍ରୋଲ, ଡିଜେଲ, ଗ୍ୟାସ ସହ ଅନ୍ୟ ସାମଗ୍ରୀର ଦରଦାମ ବୃଦ୍ଧି କରୁଥିବା ଯୋଗୁ ଜନସାଧାରଣ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା କହିଥିଲେ ।