-+91-9937148622 |
prerana_bgr@rediffmail.com |
Wednesday 19th August 2026 |
R.N.I. Regd No. ODIODI/2010/46693
Breaking News
08-Jul-2021
ଉଲୁଣ୍ଡା(ଗୌରଚନ୍ଦ୍ର ପରିଛା) ଉଲୁଣ୍ଡା ବ୍ଲକ ମହଦା ପଂଚାୟତର ଭୋଦୋବର ଗ୍ରାମର ବୀରକିଶୋର କର୍ମୀ ଖୋଲାମଣ୍ଡପ ତିଆରି କରିଥିଲେ ମଧ୍ୟ ବିଲ ପାଇନଥିବାରୁ ଆଜି ଉଲୁଣ୍ଡା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ପରେ ବିଡିଓଙ୍କ ପ୍ରତିଶୃତି ପରେ ଧାରଣାରୁ ଓହରି ଥିଲେ । ସୂଚନା ଅନୁସାରେ ବୀରକିଶୋର ୨ ବର୍ଷ ପୁର୍ବରୁ ଏମପି ପାଣ୍ଠିରୁ ଭୁଦୋବର ଠାରେ ଏକ ଖୋଲାମଣ୍ଡପ ତିଆରି କରିଥିଲେ । ହେଲେ ବିଲ ପାଇବା ପୁର୍ବରୁ ଦାଇତ୍ୱରେ ଥିବା ତତ୍କାଳୀନ ଯନ୍ତ୍ରୀ ସ୍ୱାଧୀନ ଦାସଙ୍କ ଅନ୍ୟତ୍ର ବଦଳି ହୋଇଯାଇଥିଲା । ଫଳରେ ୧ଲକ୍ଷ ୨୯ ହଜାର ଟଙ୍କା ପାଇନଥିଲେ । ପରେ ସେ ତତ୍କାଲିନ ଯନ୍ତ୍ରୀଙ୍କୁ ଯୋଗାଯୋଗ କଲାପରେ ବର୍ତମାନର ଯନ୍ତ୍ରୀ ସଂଯୁକ୍ତା ପଧାନଙ୍କୁ କହି ଦେଇଛି ସେ ତୁମର ବିଲ କରିଦେବେ ବୋଲି କହିଥିଲେ । ପରବର୍ତୀ ସମୟରେ ବିରକିଶୋର ବର୍ତମାନର ଯନ୍ତ୍ରୀଙ୍କୁ ଯୋଗାଯୋଗ କଲାପରେ ଭାଉଚର ସଂଗ୍ରହ କରି ଦେବା ପାଇଁ କହିଥିଲେ । ହେଲେ ଭାଉଚର ଦେବାପରେ ମଧ୍ୟ ଯନ୍ତ୍ରୀ ସଂଯୁକ୍ତା ଆଜି କାଲି ବୋଲି ସମୟ ଗଡାଇ ଚାଲିଥିବାରୁ ବହୁ ଅସୁବିଧାର ସମ୍ମୁଖିନ ହେଉଥିବା ବିରକିଶୋର ପ୍ରକାଶ କରିଛନ୍ତି । ଏନେଇ ବିରକିଶୋର ସାତ ଦିନ ମଧ୍ୟରେ ଟଙ୍କା ନମିଲିଲେ ଧାରଣାରେ ବସିବେ ବୋଲି ଉଲୁଣ୍ଡା ବିଡିଓ ଏବଂ ଆଇଇସିଙ୍କୁ ଲିଖିତ ଭାବରେ ଜଣାଇଥିଲେ । ହେଲେ ୭ଦିନ ବିତି ଯାଇଥିଲେ ମଧ୍ୟ ଟଙ୍କା ନମିଲିବାରୁ ଆଜି ବୀରକିଶୋର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ଏହି ଘଟଣା ଜାଣିବା ପରେ ବିଡିଓ ହେମସାଗର ଭୋଇ ଓ ଆଇଆଇସି ଚନ୍ଦ୍ର ମୋହନ ସିଂ ପହଂଚି ଆଲୋଚନା କରିବା ସହ ଆସନ୍ତା ସୋମବାର ଦିନ ବିଲ ପେମେଂଟ ହେବ ବୋଲି ବିଡିଓ ପ୍ରତିଶୃତି ଦେବାପରେ ଧାରଣାରୁ ଓହରିଥିଲେ ।