-+91-9937148622 |
prerana_bgr@rediffmail.com |
Thursday 15th October 2026 |
R.N.I. Regd No. ODIODI/2010/46693
Breaking News
08-Jul-2021
ରାୟଗଡା(ପ୍ରେରଣା ଖବର): ରାୟଗଡା ଜିଲ୍ଲା ମୁନିଗୁଡା ବନାଞ୍ଚଳ ଚନ୍ଦ୍ରପୁର ସେକ୍ସନ ପକ୍ଷରୁ ୭୨ତମ ବନ ମହୋତ୍ସବ ସପ୍ତାହର ପଞ୍ଚମ ଦିନରେ ବର୍ଛିଗୁଡା ଗ୍ରାମ ନିକଟସ୍ଥ ଜଙ୍ଗଲ ଜମି ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକର୍ମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉକ୍ତ ଗ୍ରାମର ଭି ଏସ ଏସ ସଭାପତି ଡାଟିଲା ଗାଗେରଙ୍ଗାଙ୍କ ଦ୍ୱାରା ବିଭିନ୍ନ କିସମର ଔଷଧୀୟ ଚାରା ରୋପଣ ଆରମ୍ଭ କରାଯାଇଥିଲା। ଏହି ଅବସରରେ ଜଙ୍ଗଲ ନଷ୍ଟ ନକରିବା ଏବଂ ଚାରା ରୋପଣ କରିବା ନିମନ୍ତେ ଲୋକମାନଙ୍କୁ ସଚେତନତା କରାଯାଇଥିଲା ।ଏହି କାର୍ଯ୍ୟକର୍ମରେ ଅଷ୍ଟମ ବଟାଲୀୟମ ସି ଆର ପି ଏଫ ଯବାନ,ଚନ୍ଦ୍ରପୁର ଅଗ୍ନିଶ୍ରମ ବିଭାଗ କର୍ମଚାରୀ, ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଓ ଗ୍ରାମ ଲୋକେ ସଂପୂଣ୍ଣ ଭାବେ ସହଯୋଗ କରିବା ସହ ଚନ୍ଦ୍ରପୁର ସେକ୍ସନର ବନ ଅଧିକାରୀ ଗୌତମ କୁମାର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ହୋଇଥିବା କାର୍ଯ୍ୟକ୍ରମରେ ଫରେଷ୍ଟ ଗାର୍ଡ ଜଗଦୀଶ ନାୟକ,ଗୀତା ବଡ଼ଜେନା ସମେତ ଅନ୍ୟ ବନ କର୍ମଚାରୀ ଉପସ୍ଥିତ ଥିଲେ।ସମସ୍ତଙ୍କ ସହଯୋଗରେ ବିଭିନ୍ନ କିସମର ଚାରା ଯଥା କାଜୁ, ଅଁଳା,ବେଲ, ଶିଶୁଆ,ବାଉଁଶ ଇତ୍ୟାଦି ଔଷଧୀୟ ୫୦୦ ଚାରା ଗଛ ରୋପଣ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମକୁ ଚନ୍ଦ୍ରପୁର ଫରେଷ୍ଟର ଗୌତମ କୁମାର ପଣ୍ଡା ପରିଚାଳନା କରିବା ସହ ଅନ୍ୟ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।