-+91-9937148622 |
prerana_bgr@rediffmail.com |
Friday 19th June 2026 |
R.N.I. Regd No. ODIODI/2010/46693
Breaking News
28-Sep-2020
ବଲାଙ୍ଗୀର,୨୮.୦୯.୨୦୨୦- ଲୋଇସିଂହା ବ୍ଲକ ସ୍ଥିତ ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟ ହୀରାପୁର ର ସହକାରୀ ଶିକ୍ଷକ ସ୍ୱର୍ଗତ ସୂର୍ଯ୍ୟକାନ୍ତ ବିଶ୍ୱାଳଙ୍କ ଅକାଳ ବିୟୋଗରେ ବଲାଙ୍ଗିର ଜିଲ୍ଲା ଶିକ୍ଷକ ମହଳରେ ଶୋକର ଛାୟା ଖେଳିଯାଇଛି ଉକ୍ତ ଶିକ୍ଷକଙ୍କର ପୈତୃକ ବାସଭବନ ପଣ୍ଡକିଟାଲରେ ତାଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ସମସ୍ତ କର୍ମଚାରୀଗଣ ଯୋଗଦେଇ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଦେବା ସହ ଏକ ଆର୍ଥିକ ସହଯୋଗ ଟ.୨୦,୦୦୦/- ପ୍ରଦାନ କରିଥିଲେ । ପୁନଶ୍ଚ ବଲାଙ୍ଗିର ଜିଲ୍ଲାର ୧୬୯ ବର୍ଗୀୟ ୨୪ଟି ବିଦ୍ୟାଳୟରୁ ଶିକ୍ଷକ ପ୍ରତିନିଧି ଭାବରେ ଶଙ୍କର ପ୍ରସାଦ ମିଶ୍ର, ମଣିକର ମାଝି, ଖଗେଶ୍ୱର ଷଡଙ୍ଗୀ, ଅନୀଲ କୁମାର ସାହୁ, ଦିଲିପ ପଧାନ, ତ୍ରିନାଥ ପଧାନ, ପୂର୍ଣ୍ଣଚନ୍ଦ୍ର ମେହେର ଯୋଗଦେଇ ଦୁଃଖ ପ୍ରକାଶ କରିବା ସହ ଟ.୨୩,୫୦୦/-ର ଆର୍ଥିକ ସହଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ସୁଶାନ୍ତ ଦାଶ, କୃଷ୍ଣଚନ୍ଦ୍ର ମିଶ୍ର, ଧନୁର୍ଦ୍ଧର ସାହୁ, ପ୍ରଶାନ୍ତ ପଧାନ, ମନୋଜ ବେହେରା, ଗୋବର୍ଦ୍ଧନ ସାହୁ, ଦିଲିପ ନାଏକ, ପିତାମ୍ବର ଛତର, ଦୁର୍ଯ୍ୟୋଧନ ମେହେର, ସଂଯୁକ୍ତା ଉଦ୍ଗାତା, ଆନିଷ ମିଶ୍ର, ଅରୁଣ ବାରିକ, ମଦନ ମୋହନ ରଥ ପ୍ରମୁଖ ।