-+91-9937148622 |
prerana_bgr@rediffmail.com |
Sunday 8th March 2026 |
R.N.I. Regd No. ODIODI/2010/46693
Breaking News
06-Jul-2021
ନୟାଗଡ଼, (ପ୍ରଦୀପ କୁମାର ପଣ୍ଡା): ନୟାଗଡ ଜିଲ୍ଲା ଓଡଗାଁ ଥାନା ପୋଲିସ ଗତକାଲି କଫ ଶିରପ ଜବତ ସହିତ କରିବା ସହିତ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି | ଥାନା ଅଧିକାରୀ ଙ୍କ ସୂଚନା ମୁତାବକ ଗତକାଲି ଶରଣକୁଳ ଥାନା ଅଧୀନ ଗୋଡିପଡା ତୋଟାତେଲିସାହି ଲକ୍ଷ୍ମୀଧର ପାତ୍ର ଚାରିଶହ ଅଶି ବୋତଲ କଫ ଶିରପ ନେଇ ଯାଉଥିବା ବେଳେ ପୋଲିସ ହାତରେ ଧରା ପଡ଼ିଥିଲେ | ସେ ଓଡଗାଁ ଅଭିମୁଖେ ଯାଉଥିବା ବେଳେ ପେଟାପଲି ଛକ ନିକଟରେ ପୋଲିସ ସନ୍ଦେହ କରି ତାଙ୍କୁ ଅଟକାଇ ଚେକିଂ କରି କଫ ଶିରପ ଜବତ କରି ତାଙ୍କୁ ଗିରଫ କରି ଥିଲେ | ଓଡଗାଁ ଥାନା ରେ ୭୧/୨୧ ରେ ଏକ ମାମଲା ରୁଜୁକରି ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି |