-+91-9937148622 |
prerana_bgr@rediffmail.com |
Wednesday 11th March 2026 |
R.N.I. Regd No. ODIODI/2010/46693
Breaking News
06-Jul-2021
ଲୋଇସିଂହା, (ବିନୋଦ କୁମାର ଦୀପ): ଲୋଇସିଂହା ଥାନା ଅନ୍ତର୍ଗତ ଖଲିଆପାଲି ପଂଚାୟତ ସେମିଲିଆ ଗ୍ରାମରେ ଘରଡ଼ିହିକୁ ନେଇ ବିବାଦ l ଘଟଣାଟି ଏହା ଯେ ଅପରାହ୍ନ 4ଟା ସମୟରେ ସେମିଲିଆ ଗ୍ରାମର ଦୁଇ ପରିବାର ତିନି ଭାଇ ଭଉଣୀ ଦିଲୀପ ସୁନା, ପଞ୍ଚl ସୁନା, ବୀଣାପାଣି ସୁନା ଅନ୍ୟ ପରିବାର ହେଲେ ପ୍ରଶାନ୍ତ ବାରିକ, ମା ବନିତା ବାରିକ ଓ ଭଉଣୀ ପୁର୍ଣିମା ସୁନା ମଧ୍ୟରେ ଜମିଡିହିକୁ ନେଇ ଦୁଇ ପରିବାର ମଧ୍ୟରେ ଝଗଡା ହେଲା l ଏହି ଗଣ୍ଡଗୋଳରେ ଦିଲୀପ ସୁନା, ପଞ୍ଚା ସୁନା ଗୁରୁତର ହୋଇଛନ୍ତି ଓ ପ୍ରଶାନ୍ତ ବାରିକ ମୁଣ୍ଡରେ ଆଘାତ ଯୋଗୁଁ ଗୁରୁତର ହେବାରୁ ଲୋଇସିଂହା ର ଡାକ୍ତର ବଲାଙ୍ଗୀର ଭୀମଭୋଇ ମେଡିକାଲକୁ ରେଫେର କରିଛନ୍ତି l ଅନ୍ୟ ତିନିଜଣ ସାମାନ୍ୟ ଖଣ୍ଡିଆ ହୋଇଛନ୍ତି l ଏବାବଦରେ ଲୋଇସିଂହା ଥାନାରେ ଏକ କେସ ରୁଜୁ ହୋଇଛି, ଅଧିକ ତଥ୍ୟ ପୋଲିସର ଅନୁସନ୍ଧାନ ପରେ ଜଣା ପଡିବ l