-+91-9937148622 |
prerana_bgr@rediffmail.com |
Saturday 22nd August 2026 |
R.N.I. Regd No. ODIODI/2010/46693
Breaking News
05-Jul-2021
ପାଟଣାଗଡ(ପ୍ରେରଣା ଖବର) : ଦମକିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ପାଟଣାଗଡ ବନାଞ୍ଚଳ,ବଲାଙ୍ଗିର ବନଖଣ୍ଡ ଲରମ୍ଭା ସେକ୍ସନ ସହଯୋଗରେ ୭୨ତମ ବନ ମହୋତ୍ସବ ପାଳିତ ହୋଇଥିଲା । ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ମୁରାରୀ ପ୍ରସାଦ ଶତପଥୀ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବରେ
ଫରେଷ୍ଟର ଶ୍ରୀଯୁକ୍ତ ଭାଗବତ ଦାଶ ଓ ମୁଖ୍ୟବକ୍ତାଭାବେ ବନରକ୍ଷୀ ସୁନ୍ଦର ରାମ ସାଇ ଯୋଗ ଦେଇ ବୃକ୍ଷରୋପଣର ଆବଶ୍ୟକତା ସମ୍ବନ୍ଧରେ ଉଦବୋଧନ ଦେଇ ଥିଲେ ।
ବୃକ୍ଷରୋପଣକୁ କ୍ରାନ୍ତି ଭାବରେ ଗ୍ରହଣ କରି ତାର ଉପଯୁକ୍ତ ଯତ୍ନ ପାଇଁ ସଚେତନମୂଳକ ବାର୍ତା ଦେଇଥିଲେ। ଜୁନିୟର ରେଡକ୍ରସ୍ ପରାମର୍ଶଦାତା ତଥା ପ୍ରକୃତିବନ୍ଧୁ ସୁଶ୍ରୀ ସବିତାଭୋଇ ସଭା ପରିଚାଳନା କରିଥିଲେ। ନିମ୍ବ,ପଣସ, ଅଁଳା,ପିଜୁଳିଆଦି ବୃକ୍ଷ ରୋପଣ କରାଯାଇ ଥିଲା । ବନବିଭାଗର ଶ୍ୟାମସୁନ୍ଦର ସାହୁ, ଗଦିଲାଲ ସେଠି, ବିଦ୍ୟାଳୟ ପରିଚାଳନାକମିଟି ସଭାନେତ୍ରୀ ଗୀତାଞ୍ଜଳି ତାଣ୍ଡି, ଲକ୍ଷ୍ମଣ ତାଣ୍ଡି ସହଯୋଗ କରିଥିଲେ ।