-+91-9937148622 |
prerana_bgr@rediffmail.com |
Saturday 22nd August 2026 |
R.N.I. Regd No. ODIODI/2010/46693
Breaking News
05-Jul-2021
ନୟାଗଡ଼, (ପ୍ରଦୀପ କୁମାର ପଣ୍ଡା): ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ଅନ୍ତର୍ଗତ ନୂଆଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ସମ୍ବାଦ ସାହିତ୍ୟ ଘର ବୈଠକ ଅନୁଷ୍ଠିତ ହୋଇଛି । ଏଥୀସହ ନୂଆଗାଁ ଡିଗ୍ରୀ କଲେଜ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିଲା ଏଥିରେ ବିଭିନ୍ନ ପ୍ରକାରର ଫୁଲ ଗଛ ସହ ଆକାସିଆ, ଚନ୍ଦନ, ଏବଂ ଔଷଧୀୟ ଗଛ ଲଗାଯାଇଥିଲା | ଏଥୀରେ ସମ୍ବାଦ ସାହିତ୍ୟ ଘର ସଭାପତି ମଦନ ମୋହନ ପ୍ରଧାନ , ଓ ଉପସଭାପତି ଗୋଲଖ ବିହାରୀ ଗୋଛାୟତ ,ମହିତମା ବନପାଳ ରାକେଶ କୁମାର ସାହୁ ଙ୍କ ସହ ସମସ୍ତ ଷ୍ଟାଫ୍ ଯୋଗଦେଇଥୀଲେ | ମୁଖ୍ୟ ଅତିଥି ଭାବେ ନୂଆଗାଁ ସରପଞ୍ଚ ଗଜେନ୍ଦ୍ର ନାଥ ପ୍ରଧାନ,
ସମିତି ସଭ୍ୟ ରମେଶ ଚନ୍ଦ୍ର ପ୍ରଧାନ ଯୋଗଦେଇ କାର୍ଯ୍ୟ କ୍ରମ କୁ ଆଗେଇ ନେଇଥୀଲେ । ବନପାଳ ଶ୍ରୀଯୁକ୍ତ ସାହୁ ବୃକ୍ଷ ଟିଏ କିପରି ସାରା ଜୀବଜଗତ ପାଇଁ ନିତ୍ୟାବଶ୍ୟକ ତାହା ବର୍ଣନା କରିବା ସହିତ ବର୍ତ୍ତମାନ ର କୋଭିଡ ମହାମାରୀ ସମୟରେ ମନୁଷ୍ୟ ଅମ୍ଳଜାନ ଅଭାବ କୁ କେତେ ଜୀବନ ହରାଉଛି ସେ ବିଷୟରେ ସମ୍ୟକ ସୂଚନା ମଧ୍ୟ ଦେଇଥିଲେ | ଏଥୀସହ ନୂଆଗାଁ ସମ୍ବାଦ ପ୍ରତିନିଧି ସୁନିଲ କୁମାର ଖଣ୍ଡୁଆଳ କହିଛନ୍ତି
ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମହୋତ୍ସବ ରେ ସୀମିତ ନ ରହି ଆଗାମୀ ଦିନରେ ଗଛଲଗା କାର୍ଯ୍ୟ କ୍ରମ ଚାଲୁରହିବ ।